Swastik Tv News Odisha

ହାତଯୋଡ଼ି କ୍ଷମା ମାଗିଲେ ଅଭିନେତା ଅକ୍ଷୟ କୁମାର… କୋଟି କୋଟି ଟଙ୍କାର ବିଜ୍ଞାପନକୁ ବାଏ ବାଏ କଲେ ଅକ୍ଷୟ… ଦେଖନ୍ତୁ Video

0

ବନ୍ଧୁଗଣ ବଲିଉଡର ସୁପରଷ୍ଟାର ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଆପଣ ଭଲ ଭାବରେ ଜାଣିଥିବେ। ତେବେ ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ଅକ୍ଷୟ କୁମାର। ନିଜର ଭିନ୍ନ ଧରଣର ଅଭିନୟ ଏବଂ ଜଣେ ହୃଦୟବାନ ମଣିଷ ଭାବରେ ନାୟକ କୁମାରଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ଆପଣ ଜାଣିଥିବେ ଅକ୍ଷୟଙ୍କର ରହିଛନ୍ତି ଅନେକ ପ୍ରସଂଶକ। ଅଗଣିତ ଫ୍ୟାନ ତାଂକୁ ବହୁତ୍ ଭଲ ପାଇବା ଦେଇଥାନ୍ତି। ଆଉ ଅକ୍ଷୟ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ନିକଟତର ହୋଇ ରହିବାକୁ ଚେଷ୍ଟା କରି ଥାଆନ୍ତି।

ତେବେ ସେ ତାଙ୍କର ଅନେକ ପ୍ରଶଂସନୀୟ କାର୍ଯ୍ଯ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। କିଏ ବା ତାଙ୍କୁ ଭଲ ନପାଏ। କିନ୍ତୁ ଏବେ ସେ ଏକ ଭିନ୍ନ ଧରଣର କାର୍ଯ୍ଯ ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି। ଆପଣ ଜାଣିଛନ୍ତି ନିକଟରେ ଅକ୍ଷୟ କୁମାର ଅଭିନେତା ଅଜୟ ଦେବଗନ ଓ ଶାହାରୁଖ ଖାଁଙ୍କ ସହ ମିଶି ବିମଲ ଇଲାଇଚି ସହ ଜଡିତ ଉତ୍ପାଦନର ଏକ ବିଜ୍ଞାପନରେ ନଜର ଆସିଥିଲେ। ତେବେ ବିମଲ ଇଲାଇଚି ଏମିତି ଏକ ବ୍ରାଣ୍ଡ ଯିଏ ତମାଖୁ ଉତ୍ପାଦନ ବି ବିକ୍ରି କରିଥାଏ। ଏହି ବିଜ୍ଞାପନକୁ ଅକ୍ଷୟ କରିବା ପରେ ଏହାକୁ ଲୋକେ ଦେଖିବା ପରେ, ଏମିତିକି ଅକ୍ଷୟଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କର କଡା ସମାଲୋଚନା କରିଥିଲେ।

ଅନେକ ପ୍ରଶଂସକ ଦୃଢ଼ ନିନ୍ଦା କରିବା ସହିତ ପ୍ରତିକ୍ରିୟା ବି ପ୍ରକାଶ କଲେ। ଆଉ ତାଙ୍କୁ ବୟକଟ କରିବାର ଟ୍ରେଣ୍ଡ ମଧ୍ୟ ଚାଲିଲା। ଅନେକ ଟ୍ରୋଲ୍ ସୋସିଆଲ ମିଡିଆରେ ହେବା ପରେ ଏବେ ଏହାକୁ ନେଇ ଅକ୍ଷୟ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ଆଉ ସେ ବିମଲ ବ୍ରାଣ୍ଡର ପ୍ରଚାରକୁ ନେଇ ଏକ ପୋଷ୍ଟରେ ଲେଖିଛନ୍ତି, ମୋର ସମସ୍ତ ପ୍ରଶଂସକ ଓ ଶୁଭଚିନ୍ତକଙ୍କ ନିକଟରେ ମୁଁ କ୍ଷମା ମାଗୁଛି କାରଣ ଗତ କିଛିଦିନ ହେବ ଆପଣମାନଙ୍କ ପ୍ରତିକ୍ରିୟା ମୋରେ ପ୍ରଭାବିତ କରିଛି। ମୁଁ ତମାଖୁର ସମର୍ଥନ କରି ନାହିଁ ବା କରିବି ନାହିଁ । ବିମଲ ଇଲାଇଚି ସହ ମୋର ସମ୍ପର୍କକୁ ନେଇ ଆପଣମାନଙ୍କ ଭାବନାକୁ ସମ୍ମାନ କରୁଛି।

ଏହାସହ ବିଜ୍ଞାପନ ପାଇଁ ନେଇଥିବା ପାରିଶ୍ରମିକକୁ ମୁଁ ଭଲ କାମ ପାଇଁ ଦାନ କରିବି ବୋଲି କହିଛନ୍ତି ଅକ୍ଷୟ। ଏହାଛଡା ସେ କହିଛନ୍ତି ମୁଁ ଆପଣଙ୍କୁ କଥା ଦେଉଛି ଏଥର ବୁଝି ବିଚାରି ମୋର ଆଗାମୀ ବିକଳ୍ପକୁ ବାଛିବି। କିନ୍ତୁ ମୋତେ ଆପଣମାନଙ୍କ ଭଲ ପାଇବା ଓ ଶୁଭକାମନା ଦରକାର୍ ବୋଲି ଅକ୍ଷୟ କହିଛନ୍ତି।ସୋସିଆଲ ମିଡିଆରେ ଏବେ ଅକ୍ଷୟଙ୍କର ଏହି ପୋଷ୍ଟ ଭାଇରାଲ ହେଉଛି ତେବେ ସେ କେବେହେଲେ ପ୍ରଶଂସକଙ୍କୁ ଧୋକା ଦେବାକୁ ଚାହାନ୍ତି ନାହିଁ ଏବଂ ତାଙ୍କର ଫ୍ୟାନଙ୍କ ଭାବନା କୁ ସମ୍ମାନ ଦିଅନ୍ତି ଯାହାର ଏକ ଉଦାହରଣ ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.