Swastik Tv News Odisha

ହାତୀ କୁ ଚିଡ଼େଇବା ପଡିଲା ମହଙ୍ଗା, କିଛି କ୍ଷଣ ପରେ ଚାଲି ଯାଇଥାନ୍ତା youth ଯୁବକ ଙ୍କର ଜୀବନ, ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ସକାଳେ ହାତୀ ମାତିଥିଲେ ଏବଂ ଲୋକମାନେ ସେଲ୍ଫି ମଧ୍ୟ ନେଲେ , କିନ୍ତୁ ଗଜରାଜଙ୍କ ସହ ମଜା କରୁ କରୁ ବିପଦ ଟାଣି ଆଣିଲେ ଜଣେ ଯୁବକ । ସେଲ୍ଫି ନେଉଥିବା ଜଣେ ଯୁବକଙ୍କୁ ହାତୀର ଆକ୍ରୋଷର ଶିକାର ହେବାକୁ ପଡିଥିଲା । ଗୋଟିଏ ହାତୀ ଯୁବକ ଜଣକଙ୍କୁ ଗୋଡାଇଲା , ଜୀବନ ବିକଳରେ ଦୌଡିଲେ ଯୁବକ । ତେବେ ଦେଖନ୍ତୁ ଏହି ଦୃଶ୍ୟକୁ କିପରି ମରୁ ମରୁ ବଞ୍ଚିଗଲେ ଯୁବକ , ହାତୀ ଆଗରେ ପଡିଗଲେ ଭାଗ୍ୟଭଲ ଥିବାରୁ ହାତୀ ପାଦ ତାଙ୍କ ଉପରେ ପଡିଲା ନାହିଁ । ମୟୁରଭଞ୍ଜ ଜିଲ୍ଲା ଉଦଳା ରେଞ୍ଚର ଦାମାସାହି ସାଗୁଆନ ଆଞ୍ଚଳରେ ଏମିତି ଘଟଣା ଦେଖିବାକୁ ମିଳିଥିଲା ।

ଜଙ୍ଗଲରେ 3 ଟିକିଆ ହାତୀ ପଲରେ ଦୁଇଟି ଦନ୍ତା ହାତୀ ଓ ଗୋଟିଏ ମାଇ ହାତୀ ଆସିଥିଲେ । ଗତକାଲି ବିଳମ୍ୱିତ ରାତିରେ ଏମାନେ ବଣରେ ପଶିଥିବା ବେଳେ , ହାତୀଙ୍କୁ ଦେଖିବା ପାଇଁ ଭିଡ ଜମିଥିଲା । ହାତୀ ସହ ସେଲ୍ଫି ନେବା ସମୟରେ ଏପରି ଘଟଣା ଘଟିଛି , ହାତୀଙ୍କୁ ଘୋଡାଇବା ପାଇଁ ବନ ବିଭାଗ ତାର ଉଦ୍ୟମ ଜାରି ରଖିଛି । ହାତୀ ଭୟରେ ଲୋକମାନେ ରାତି ଯାକ ଉଜାଗର ରହିଛନ୍ତି କାରଣ ହାତୀ ଗୁଡିକ ଜଙ୍ଗଲ ନିକଟରେ ଥିବା ଉପଦ୍ରବ ଗୁଡିକ ନଷ୍ଟ କରି ଦେଇଛନ୍ତି । ସେଥିପାଇଁ ଲୋକମାନେ ନିଜ ନିଜର ଜୀବନ ବଞ୍ଚାଇବା ଭୟରେ ରାତି ଯାକ ଉଜାଗର ରହିଛନ୍ତି ।

ବନ ବିଭାଗ ଖବର ପାଇଁ ହାତୀ ମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳକୁ ଆସିଛନ୍ତି । କିନ୍ତୁ ଆପଣ ମାନେ ଜାଣି ରଖିବା ଉଚିତ ସାମାନ୍ୟ ଟିକିଏ ଖୁସୀ ପାଇଁ ନିଜକୁ ଏପରି ବିପଦରେ ସମ୍ମୁଖୀନ କରିବା ଆଦୌ ଉଚିତ ନୁହଁ । କାରଣ ଏହି ସାମାନ୍ୟ ଭୁଲ ପାଇଁ ନିଜର ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯାଇ ପାରେ , ତେଣୁ ଆପଣ ମାନେ ପ୍ରତି ମୂହୁର୍ତ୍ତରେ ନିଜକୁ ସତର୍କ ରଖିବା ଉଚିତ । ତେବେ ଯାଇ ଆପଣ ମାନେ ନିଜ ଜୀବନ କୁ ସୁରକ୍ଷିତ ରଖିପାରିବେ । ଅନେକ ବ୍ୟକ୍ତିମାନେ ଏପରି ଛୋଟ ଛୋଟ ଭୁଲ କରିଥାନ୍ତି , ଯେଉଁଥିପାଇଁ ସେମାନଙ୍କୁ ସେମାନଙ୍କ ଜୀବନ ହରାଇବାକୁ ପଡିଥାଏ ।

ପଶୁ ହେଉ ବା ପକ୍ଷୀ ସେମାନେ ମଣିଷ ପରି କଥା କହିପାରନ୍ତି ନାହିଁ କିନ୍ତୁ ସେମାନଙ୍କ ସହିତ କୌଣସି ବ୍ୟକ୍ତି ଲାଗିଲେ ବା ହଇରାଣ କଲେ ସେମାନେ ମଣିଷକୁ ଆଘାତ ଦେବା ପାଇଁ ଉଗ୍ର ରୂପ ଧାରଣ କରିଥାନ୍ତି । ତେଣୁ ବିନା କାରଣରେ ସେମାନେ ଅନ୍ୟ ମାନଙ୍କର କ୍ଷତି କରନ୍ତି ନାହିଁ , ସେଥିପ୍ରତି ଟିକିଏ ସତର୍କ ରହିବା ଉଚିତ । ଭିଡିଓରେ ଦେଖିଥୁବା ସେହି ବ୍ୟକ୍ତି ଜଣକ ହାତୀ ନିକଟକୁ ଯାଇ ସେଲ୍ଫି ନେବପାଇଁ ପ୍ରୟାସ କରୁଥିଲେ , ଫଳରେ ତାଙ୍କୁ ଏମିତି ଏକ ପରିସ୍ଥିତି ଦେଇ ଗତି କରିବା ପାଇଁ ପଡିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.