ହାଡ଼ ସଂକ୍ରମଣ ( Bone Infections ) କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

ହଁ ଦର୍ଶକ ବନ୍ଧୁ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ, କିନ୍ତୁ ଏହି ପ୍ରକାରର ରୋଗ ଟି ଆମର ଶରୀରରେ ଥିବା ହାଡ଼ ଭିତରେ ଦେଖା ଯାଇଥାଏ ଆଉ ଏହା ଆମ ବନ କୁ ମଧ୍ୟ ଇନଫେକ୍ସନ କରେଇ ଦେଇଥାଏ ଯାହାକୁ ଆମେ ଅଷ୍ଟିଓମାଇଲାଇଟିସ କହିଥାଉ |ତେବେ ଏହି ରୋଗ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରିକି ବଡ଼ ଯାଏ, ସମସ୍ତଙ୍କ ଠାରେ ଦେଖା ଦେଇଥାଏ |ତାହେଲେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ଅଧିକ କିଛି |

ଅଷ୍ଟିଓମାଇଲାଇଟିସ କାହାକୁ ହେବାର ଆଶଙ୍କା ଅଧିକ?:-

ତେବେ ବନ୍ଧୁ ଗଣ ରାସ୍ତାରେ ଆମେ ଦୁର୍ଘଟଣା ଗ୍ରସ୍ତ ହେଲେ ଆମେ ଯେତେବେଳେ ଖଣ୍ଡିଆ ଖବରା ହେଇଥାଉ, ସେତେବେଳେ ବ୍ୟାକଟେରିଆ ସେହି ଖଣ୍ଡିଆ ରେ ପ୍ରବସ କରି ଆମ ହାଡ କୁ ସଂକ୍ରମଣ କରିଥାଏ | ଯାହା ଦ୍ୱାରା ଏହି ଅଷ୍ଟିଓମାଇଲାଇଟିସ ହେବାର ଆଶଙ୍କା ଅଧିକ ରହିଥାଏ | ତେବେ ଏହା ମଧୁମେୟ ଥିବା ରୋଗୀ ଙ୍କୁ ମଧ୍ୟ ଅଧିକ ଆକ୍ରାନ୍ତ କରିଥାଏ ବୋଲି କୁହାଯାଇଛି |

ଛୋଟ ପିଲାଙ୍କ ଠାରେ ହେବାର କାରଣ ଓ ଲକ୍ଷଣ :-

ଛୋଟ ପିଲାଙ୍କ ର ହାଡ ର ଗଠନ ଧୀରେ ଧୀରେ ବଢିବାରେ ତାପରେ ପୁଣି ବନ୍ଦ ହେଇଯାଏ | ତେବେ ଏହା ଝିଅ ମାନଙ୍କ କ୍ଷେତ୍ର ରେ ଟିକେ ଅଧିକ ଦେଖାଯାଏ ଏହା ଝିଅ ମାନଙ୍କ ଠାରେ 18 ବର୍ଷ ଯାଏ ଦେଖା ଯାଉଥିବା ବେଳେ ଏହା ପୁଅଙ୍କ ଠାରେ 20 ରୁ 22 ବର୍ଷ ଯାଏ ଦେଖାଯାଏ | ତେଣୁ ଏହା ଝିଅ ମାନଙ୍କ ଠାରେ ଅଷ୍ଟିଓମାଇଲାଇଟିସ ଟିକେ ଅଧିକ ଦେଖା ଯାଏ | ତେବେ ଏହା ଛୋଟ ପିଲାମାନେ ଖେଳିଲା ବେଳେ କୋଉଁଠି ପଡିଗଲେ ଯଦି ଖଣ୍ଡିଆ ହେଇ ଯାଇଥାଏ, ତାହେଲେ ଏହା ଅଷ୍ଟିଓମାଇଲାଇଟିସ ରେ ପରିଣତ ହେଇଥାଏ | ଏହା ସାଧାରଣତ ଆଣ୍ଠୁ ତଳକୁ କିମ୍ବା ଆଣ୍ଠୁ ଉପରକୁ ଅଧିକ ଦେଖା ଯାଏ | ତେବେ ଏହାର ଲକ୍ଷଣ ହେଉଛି ଛୋଟ ପିଲାଙ୍କୁ ଜ୍ୱର ହେବା ବା ଯେଉଁ ଜାଗା ରେ ଆଘାତ ଲାଗିଥିବ ସେଇ ଜାଗାରେ ଅଧିକ ନାଲି ପୋଡିଯିବା |

ବଡ ଲୋକଙ୍କ ଠାରେ ଏହାର ଲକ୍ଷଣ :-

ଛୋଟ ପିଲାଙ୍କ ଭଳି ବଡ ମାନଙ୍କ ର ମଧ୍ୟ ହଠାତ ଜ୍ୱର ଆସିଯିବା, ଖଣ୍ଡିଆ ହେଇଥିବା ସ୍ଥାନ ରେ ବା ଆଘାତ ଲାଗିଥିବା ସ୍ଥାନ ରେ ଜୋରରେ ବ୍ୟଥା ହେବା | ଏହି ଭଳି ଲକ୍ଷଣ ମାନ ବଡ ମାନଙ୍କ ଠାରେ ମଧ୍ୟ ଦେଖା ଯାଏ |

ଏହି ରୋଗର ଚିକିତ୍ସା ଆଉ ରୋକିବେ କିପରି :-

ଏହି ରୋଗ ପାଇଁ ଆମେ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯାଇକି ଏନ୍ଟିବାଅଟିକ୍ସ ସର୍ଜରୀ, ତାପରେ ଯଦି ହାଡ଼ ଭିତରେ ଇନଫେକ୍ସନ ହୋଇଥାଏ ତେବେ ସର୍ଜରୀ କରି ତାହାକୁ ବାହାର କରିଦିଆଯାଏ | ତେବେ ଏହାକୁ ରୋକିବା ପାଇଁ ହେଲେ ଆମକୁ ହାଡ଼ ରେ ଯନ୍ତ୍ରଣା ହେଲେ ହଠାତ ମେଡ଼ିସିନ ନ ଖାଇ ଡାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment