ହେ ପ୍ରଭୁ ! ଓଡିଶାକୁ ମାଡିଆସୁଛି ପୁଣି ଏକ ଭୟଙ୍କର ବାତ୍ୟା, କେଉଁଠି ମାଡହେବ କଣ ହେବ ଓଡ଼ିଶାର… ସାମ୍ନାକୁ ଆସିଲା ନୂଆ Report

ପୁଣିଥରେ ଘାରିଛି ବାତ୍ୟା ଭୟ। ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେବଳ ବାତ୍ୟା ନୁହେଁ ବରଂ ଲଘୁଚାପ ହେବାକୁ ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏବଂ ସ୍ପଷ୍ଟ କରିଛି ଯେ ଆସନ୍ତା ୬ ତାରିଖକୁ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ, ଓ୍ଵିଣ୍ଡିର ୟୁରୋପିଆନ୍‌ ମଡେଲ୍‌ ECMWF ଅନୁସାରେ ଯେଉଁ ବାତ୍ୟା ବିଷୟରେ କୁହା ଯାଉଛି ଏହି ସମ୍ଭାବ୍ୟ ବାତ୍ୟା ଗତିପଥର ଆକଳନ ବଦଳିବା ନେଇ କୁହା ଯାଉଛି।

ତେବେ ଏହି ମଡେଲର କହିବା ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବାର ଥିଲା କିନ୍ତୁ ନିକଟରେ ଏହି ମଡେଲ କିଛି ଅଲଗା ଆକଳନ କରିଛି। ଆଜି ଏହି ମଡେଲ କହିବା ଅନୁସାରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ। ତେବେ ଏଠାରେ ଗଙ୍ଗାସାଗରରେ ସମ୍ଭାବ୍ୟ ବାତ୍ୟା ମାଡ଼ ହେବ ବୋଲି ଆଜି ୟୁରୋପିଆନ୍‌ ମଡେଲ୍‌ ECMWF ଦେଖାଉଛି। ତେବେ ଏହି ମଡେଲ କେତେ ମାତ୍ରାରେ ଏହାକୁ ନେଇ ସ୍ପଷ୍ଟ ହୋଇ ପାରୁଛି ତାହା ମଧ୍ୟ କହି ହେବନାହିଁ। କିନ୍ତୁ ECMWF ଅନୁସାରେ ଯେଉଁ ବାତ୍ୟା ବିଷୟରେ କୁହା ଯାଉଛି ଏହି ସମ୍ଭାବ୍ୟ ବାତ୍ୟା ଗତିପଥର ଆକଳନ ବଦଳିବା ନେଇ କୁହା ଯାଉଛି।

ଏହା ପଶ୍ଚିମବଙ୍ଗ ରେ ଲ୍ୟାଣ୍ଡ ଫଲ୍ କରିବ ବୋଲି ଏହି ମଡେ଼ଲ ସାମାନ୍ଯ ସ୍ପଷ୍ଟ କରୁଥିବା ବେଳେ କିନ୍ତୁ ଆମେରିକାନ ମଡେଲ ଭିନ୍ନ କଥା କିନ୍ତୁ ସୂଚାଉଛି। ଆସନ୍ତୁ ଜାଣିବା ଏହି ମଡେ଼ଲ କେଉଁ ତଥ୍ୟ ଦେଇଛି। ତେବେ ଆମେରିକାନ୍‌ ମଡେଲ୍‌ GFS ର କହିବା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ। ପୁଣି ଏଠାରେ ଶ୍ରୀକାକୁଲମ୍‌ ପାଖରେ ଲ୍ୟାଣ୍ଡଫଲ୍‌ କରିବ ବୋଲି କୁହା ଯାଉଛି। ଆଉ ଏପଟେ IMD ବା ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ତେବେ ଯାହା କୁହା ଯାଉଛି ବଙ୍ଗୋପସାଗର ରେ ପଡିବା ପରେ ଯାଇ ଏହା ବାତ୍ୟାର ରୂପ ନେଇପାରେ।

ତେବେ ବଙ୍ଗୋପସାଗର ରେ ଏହା କେତେ ସମୟ ରହିବ କିପରି ଭାବରେ ବାତ୍ୟାର ରୂପ ନେବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଲି ପାରି ନାହିଁ। କେତେ ସମୟ ଏହା ସମୁଦ୍ର ଭିତରେ ରହିବ ଏବଂ କେତେ ବଳଶାଳୀ ହୋଇପାରେ, ଏହିପରି ଅନେକ କଥା ଉପରେ ଏହା ନିର୍ଭର କରୁଚି। ତେଣୁ ଆଗାମୀ ସମୟରେ ଏହା ଅଧିକ ସ୍ପଷ୍ଟ ହେବ ଏବଂ ଭାରତିୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାକୁ ନେଇ ଅଧିକ ସ୍ପଷ୍ଟତା ଆସିବ ବୋଲି ଜଣା ପଡିଛି। କିନ୍ତୁ ଲଘୁଚାପ ହେବା ନିଶ୍ଚିତ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment