Swastik Tv News Odisha

୪ ବର୍ଷ ତଳେ ପ୍ରେମିକ ସାଙ୍ଗରେ ଚାଲିଯାଇଥିବା ମା’ ଫେରିଲା, କୁନି ପୁଅ କହୁଛି ମୋ ମାଆ ମରିଯାଇଛି…ଦେଖନ୍ତୁ ଭିଡ଼ିଓ

0

ଏହି ସମାଜ ଏତେ ଅବନତି ସ୍ତର କୁ ଆସିଲାଣି ଯେ, ଲୋକମାନେ ଆଉ କୌଣସି ସମ୍ପର୍କ ର ମୂଲ୍ୟ କୁ ବୁଝୁନାହାନ୍ତି।ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ, କୌଣସି ସମ୍ପର୍କ କୁ ସମ୍ନାନ କରୁନାହାନ୍ତି ବରଂ ନିଜର କାମନା ଏବଂ ବାସନା କୁ ପୂରଣ କରିବାକୁ ତଥା ମାତ୍ର କ୍ଷଣିକ ସୁଖ ପାଇଁ ସବୁ ସୀମା ପାର କରିଦେଉଛନ୍ତି।ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ମା ହେଉଛି ଏପରି ଜଣେ ମଣିଷ ଯିଏକି ନିଜ ପିଲାଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଏ ଏବଂ ନିଜର ସବୁକିଛି ତ୍ୟାଗ କରିଦେଇଥାଏ।

କିନ୍ତୁ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ମା ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ନିଜ ସଉକ ତଥା ଅନ୍ୟ ର ପ୍ରେମ ରେ ପଡି ଏପରି ପାଲଟି ଯାଇଥିଲା ଏବଂ ଅନ୍ଧ ହୋଇଯାଇ ଥିଲା କି ନିଜର ମାତ୍ର ୬ ମାସ ର ପୁଅ କୁ ଛାଡି ପ୍ରେମିକ ସହ ଘରୁ ପଳେଇ ଯାଇଥିଲା ।ଆଉ ଏବେ ୪ ବର୍ଷ ପରେ ପୁଣି ଘରକୁ ଫେରିଆସି କହୁଛି ମୋ ପୁଅ କୁ ମୋତେ ଦିଅ। ଆଉ ମା ର ଏହି ପ୍ରଶ୍ନ ରେ ଯେଉଁ ଉତ୍ତର ରଖିଛି ୪ବର୍ଷ ର ପୁଅ ତାହା ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ।

ତେବେ ଏହିଭଳି ଘଟଣା ଟି ଦେଖିବାକୁ ମିଳିଥିଲା , ଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗର ଥାନା ଅନ୍ତର୍ଗତ ପଦ୍ମ ପୋଖରୀ ଗ୍ରାମ ରେ। ତେବେ ଏହି ଗ୍ରାମ ର ରଶ୍ମିତା ବଳ ନାମକ ଜଣେ ମହିଳା ୨୦୧୭ ମସିହାରେ ନିଜର ୬ ମାସ ର କୁନି ପୁଅ ଜିତୁ ଏବଂ ସ୍ୱାମୀ ନଗେନ୍ଦ୍ର ଙ୍କୁ ଛାଡି , ପ୍ରେମିକ ସହ ପଳେଇ ଯାଇଥିଲା। ତେବେ ସ୍ତ୍ରୀ ର ଏହି ପ୍ରତାରଣା କୁ ସହ୍ୟ ନ କରି ପାରି ଏବଂ ତାକୁ ଝୁରି ଝୁରି ୨୦୧୯ ମସିହାରେ ହୃଦଘାତ ରେ ମୃତ୍ୟୁ ବରଣ କରିଥିଲେ ନଗେନ୍ଦ୍ର।

ଆଉ ସେହି ଦିନ ରୁ ନିଜ ବାପା ଙ୍କୁ ହରାଇ କୁନି ପୁଅ ଜିତୁ ବୃଦ୍ଧ ଜେଜେ ଏବଂ ଜେଜେ ମା ଙ୍କ ପାଖରେ ବଢି ଆସୁଛି।ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ବୁଢ଼ା ଜେଜେ ଓ ବୁଢ଼ୀ ଜେଜେ ମା ଜିତୁ ର ଲାଳନ ପାଳନ କରିଆସୁଛନ୍ତି। କେବେ ବି ତାକୁ ଆଭାଵ ରେ ରଖିନାହାନ୍ତି ।ତେବେ କିନ୍ତୁ ବର୍ତ୍ତମାନ ପ୍ରାୟ ୪ ବର୍ଷ ପରେ ରଶ୍ମିତା ଗାଁ କୁ ଫେରି କହିଛନ୍ତି ମୋ ପୁଅ କୁ ମୋତେ ଦିଅ ।କିନ୍ତୁ ଛୋଟ ପିଲାଟି କହୁଛି କି ” ମୋର ମା ନାହିଁ, ସେ ମରି ଯାଇଛି”। ତେବେ ଛୋଟ ପିଲାଟିର ଏହି କଥା ସମସ୍ତ ଙ୍କ ଆଖିରେ ଲୁହ ଆଣି ଦେଇଛି। ତେବେ ଆପଣ ହିଁ କୁହନ୍ତୁ ଏହା କିପରି ସମ୍ଭବ କି ଯେଉଁ ମା ୬ ମାସ ର ଛୁଆ ର ମୁହଁକୁ ନଚାହିଁ ପ୍ରେମିକ ସହ ପିଳେଇଗଲା ତାର କଣ ସେ ପିଲା ଉପରେ ଅଧିକାର ଅଛି , ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.