Swastik Tv News Odisha

ପଂଚାୟତ ଇଲେକ୍ସନ କୁ ଆଖି ଆଗରେ ରଖି ମାର୍କେଟ କୁ ଆସିଲା ନୂଆ ଗୀତ ” ମୁଁ ବି ସରପଞ୍ଚ ହେବି ” …. ଗୋଟିଏ ଦିନରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି….

0

ପାଖେଇ ଆସୁଛି ନିର୍ବାଚନ ଆଉ ଏହାକୁ ନେଇ ସରଗରମ ହୋଇ ଉଠୁଛି ରାଜନୀତି। ରାଜନୀତି ର ତାତି କୁ ଆପଣ ବି ଅନୁଭଵ କରି ପାରୁଥିବେ। ତେବେ ଆପଣ ମାନେ ଦେଖିବା ପାଇଁ ପାଉଥିବେ ଏବେ କିପରି ଭାବରେ ତେଜିବାରେ ଲାଗିଛି ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନୀର ତାତି। ଏଥିପାଇଁ ସରଗରମ ବି ହୋଇ ଉଠିଛି ସବୁ ଗ୍ରାମ ପଞ୍ଚାୟତ। କାରଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜିତିବା ପାଇଁ ସମସ୍ତେ ଅଣ୍ଟା କସି ସାରିଛନ୍ତି। କେହି କହନ୍ତି ପ୍ରଚାରରେ କମ୍ ନାହାଁନ୍ତି। ଆଉ ଏଥିରେ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଛାମୁଆ ନେତା ପ୍ରସ୍ତୁତ ହୋଇ ପଡିଛନ୍ତି। ନିର୍ବାଚନରେ ବାଜିମାତ କରିବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି।

ଏଥିପାଇଁ ଭୋଟରଙ୍କ ଦୁଆର ମୁହଁରେ ସେମାନେ ଭୋଟର ଙ୍କୁ ମନାଇବାରେ ଏବେ ବ୍ୟସ୍ତ। ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ଏକ ନିର୍ଭର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଏବଂ ଦଳର ଛାମୁଆ ନେତା। କିନ୍ତୁ ଏଥର ଡୋର ଟୁ ଡୋର କେମ୍ପେନ୍ ଅପେକ୍ଷା ଅଧିକ ଜୋର ଧରିଛି ଡିଜିଟାଲ କେମ୍ପେନ। କରନା କଟକଣା ଥିବାରୁ ଏହି ଡିଜିଟାଲ ପ୍ରଚାରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ପ୍ରାର୍ଥୀ ମାନେ। ହ୍ଵାଟସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ, ଟୁଇଟର ଆଦି ମାଧ୍ଯମରେ ପ୍ରଚାର ଏବଂ ପ୍ରମୋସନ୍ ହେଉଥିବା ଦେଖିବାକୁ ମିଳୁଛି।

ଏବେ ଡିଜିଟାଲ କ୍ୟାମ୍ପେନ୍ ପ୍ରାର୍ଥୀ ମାନଙ୍କ ପାଇଁ ସବୁଠାରୁ ବଡ ଅସ୍ତ୍ର ପାଲଟିବା ରେ ଲାଗିଛି। ଆଉ ଏଥିପାଇଁ ବିଭିନ୍ନ ଷ୍ଟୁଡିଓ ରେ ଗୀତ ରେକର୍ଡିଙ୍ଗ ପାଇଁ ଲାଗି ପଡିଛନ୍ତି କଳାକାର ମାନେ। ଆଉ ଗୀତରେ ଗୀତରେ ଏବେ ସବୁଆଡେ ଚାଲିଛି ନିର୍ବାଚନୀ ପ୍ରଚାର। ଅନେକ ବଛା ବଛା ସୁପରହିଟ ଗୀତକୁ ନେଇ ନିର୍ବାଚନୀ ଗୀତ ପ୍ରସ୍ତୁତ ହେଉଛି ପ୍ରାର୍ଥୀ ମାନଙ୍କ ପାଇଁ। ଲୋକେ ବି ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ଅନେକ କଳାକାର ଗୀତ ତିଆରି ରେ ଏବଂ ଗୀତ ଗାଇବାରେ ଲାଗି ପଡିଛନ୍ତି। ସୁନ୍ଦର୍ ଭାବରେ ଗୀତ ଗୁଡ଼ିକୁ ଲେଖା ଯାଉଛି ଯେମିତି ଏହା ଭୋଟର୍ ମାନଙ୍କୁ ଆକର୍ଷିତ କରିବ। ଆଉ ସେହିକ୍ରମରେ ଏବେ ନିର୍ବାଚନ ସମୟରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କ ଏକ ଗୀତ ବେଶ୍ ଭାଇରାଲ ହେଉଛି।

ଏହି ଗୀତଟି ହେଉଛି ମୁଁ ସରପଞ୍ଚ ହେବି। ତେବେ ଏହି ଗୀତକୁ ସେ ଜୁନିଅର ଜେଡି ଙ୍କ ସହିତ ଗାଇଛନ୍ତି। ଖୁବ୍ ସୁନ୍ଦର୍ ହୋଇଛି ଏହି ଗୀତର ନିର୍ଦ୍ଦେଶନା ଏବଂ ଏହାକୁ ଖୁବ୍ ସୁନ୍ଦର୍ ଭାବରେ ସ୍ଵରରେ ସଜା ଯାଇଛି। ହ୍ୟୁମାନ ସାଗର ଗାଇଥିବା ଏହି ଗୀତଟି ଏବେ ନିର୍ବାଚନ ସମୟରେ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି ଏବଂ ସବୁଆଡ଼େ ବାଜୁଛି। ତେବେ ଏହି ଗୀତଟି ଯଦି ଆପଣ ଶୁଣି ନାହାଁନ୍ତି, ତେବେ ନିଶ୍ଚୟ ଥରେ ଶୁଣି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.