Swastik Tv News Odisha

ଭୁବନ ବାଦ୍ୟକାର କିଏ ? ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ଏହି ( Kacha Badam ) ଗୀତର ଡ୍ୟାନ୍ସ… ଦେଖନ୍ତୁ Video

0

ବନ୍ଧୁଗଣ କିଛି ଭିଡିଓ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଗୀତର ଚାହିଦା ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ସେହିପରି ଏବେ ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଗୀତକୁ ନେଇ ଅନେକ ଜଣ ରିଲ୍ ମଧ୍ଯ କରୁଛନ୍ତି ଏବଂ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।ଏହାକୁ ଖାଲି ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ବୋଲୁଥିବା ଏବଂ ଏଥିରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି।

ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି।ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଭାଇରାଲ ହେଉଥିବା ଏହି କଚ୍ଚା ବାଦାମ ଗୀତ, ଯାହା ଏକ ବଙ୍ଗଳା ଗୀତ। ତେବେ ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ଏହି ଗୀତ ଏବେ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି। ସେ ବାଦାମ ବିକିବା ସମୟରେ ଏହି ଗୀତକୁ ଗାଇଥାନ୍ତି ଏବଂ ବୁଲିବୁଲି ବାଦାମ ବିକନ୍ତି।

କିନ୍ତୁ ଦିନେ ତାଙ୍କର ବାଦାମ୍ ବିକିବା ସମୟରେ ଏହି ଗୀତକୁ ଗାଉଥିବା ବେଳେ ଜଣେ ତାଙ୍କର ଏହି ଗୀତକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ପରେ ଏହା ରାତାରାତି ଭାଇରାଲ ହୋଇ ଯାଇଥିଲା। ତେବେ ଏହି ଗୀତ ସୁନ୍ଦର୍ ମ୍ୟୁଜିକ ସହିତ କମ୍ପୋଜ କରା ଯାଇଥିଲା।ଏକ ନିର୍ଦିଷ୍ଟ ଷ୍ଟୁଡିଓ ଏହି ଗୀତକୁ ସୁଟ କରିଥିଲେ। ଆଉ ବାଦାମ ବିକାଳି ଭୁବନ ବାଦ୍ୟକର ଏହି ଗୀତକୁ ଷ୍ଟୁଡିଓ ରେ ଗାଇଲେ।ପରେ ଏହା ବହୁତ୍ ଦମଦାର ଗୀତ ଭାବରେ ଲୋକଙ୍କ ବେଶ୍ ପସନ୍ଦ ଆସିଲା। ଆପଣ ତ ନିଶ୍ଚୟ ଏହି ଗୀତ ଶୁନିଥିବେ ଏବଂ ଏହି ଗୀତରେ ଅନେକ ଯୁବପିଢି ଙ୍କ ଭିଡିଓ ବି ଦେଖିଥିବେ।

ଏବେ ସୋସିଆଲ ମିଡିଆରେ ଏହି ଗୀତରେ ଡାନ୍ସ କରୁଥିବା ଅନେକ ଯୁବତୀଙ୍କ ଭିଡିଓ ସାମ୍ନାକୁ ଆସିଛି।ସେମାନଙ୍କ ର ଏହି ଗୀତ ର ଡାନ୍ସ ଲୋକ ଲୋଚନକୁ ଆସିବା ପରେ ଏହା ଯେଉଁ ଭଳି ଭାବରେ ସେୟାର ହେଉଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।ଏହି ଡାନ୍ସ ଭିଡିଓ କୁ ଦେଖି ଅନେକ ପସନ୍ଦ କରିବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।ଏହି ଗୀତର ଭିଡିଓଟି ଏବେ ଲୋକଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଆଉ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ଏବେ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.