Swastik Tv News Odisha

ଲତା ମା’ ତୁମେ ମତେ ଆଜି କନ୍ଦେଇଦେଲ, କାହିଁକି ଜୱାହର ଲାଲ ନେହେରୁ ଏମିତି କହିଥିଲେ ଗୀତ ଶୁଣିବା ପରେ….ଦେଖନ୍ତୁ Video

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଜନ୍ମ ଅଛି ତ ମୃତ୍ୟୁ ଅଛି। ଜଣେ ସାଧାରଣ ଲୋକ ହୁଅନ୍ତୁ ବା ଯେତେ ବଡ଼ ତାରକା ହୁଅନ୍ତୁ ସମସ୍ତେ ମୃତ୍ୟୁ ଆଗରେ ହାର ମାନି ଥାଆନ୍ତି। ତେବେ ବନ୍ଧୁଗଣ ଲତା ମଙ୍ଗେସଙ୍କର ଏଭଳି ଏକ ଗୀତ ଗାଇଥିଲେ ଯାହାକି ତାଙ୍କ ଗୀତ ଶୁଣି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କାନ୍ଦି ପକାଇଥିଲେ। ତେବେ ଆସନ୍ତୁ ସଂପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଜଗତର କୋକିଳ କଣ୍ଠି ଲତା ମଙ୍ଗେସଙ୍କରଙ୍କୁ ଆପଣ ମାନେ ନିଶ୍ଚିତ ବେଶ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଜଗତର କୋକିଳ କଣ୍ଠି ଭାବରେ ପରିଚିତ ଅଟନ୍ତି। କୋକିଳ କଣ୍ଠି ବର୍ତ୍ତମାନ ମୃତ୍ୟୁ ବରଣ କରି ଦେଇଛନ୍ତି। ତାଙ୍କ ମୃତରେ ସାରା ଦେଶ ତାଙ୍କୁ ମନେ ପକାଇ ଝୁରି ହେଉଛି। ସେ ପାଖାପାଖି ୩୬ ଟି ଭାଷାରେ ଗୀତ ଗାଇବା ସହିତ ପାଖାପାଖି ୩୦ ହଜାରରୁ ଉର୍ଦ୍ଧ୍ବ ଗୀତ ଗାଇଛନ୍ତି। ତାଙ୍କ ଗୀତରେ ସେ ସବୁ ଶ୍ରୋତାଙ୍କୁ ବାନ୍ଧି ରଖୁଥିଲେ। ଏମିତି ଗୀତ ଗାଉଥିଲେ ସେ ଦେଶ ବାସୀଙ୍କ ଆଖିରୁ ଲୁହ ଝରି ଆସୁଥିଲା।

ତେବେ ୧୯୬୨ ମସିହାରେ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା ଓ ସେହି ଯୁଦ୍ଧରେ ଅନେକ ଯବାନ ସହିଦ ହୋଇଥିଲେ। ଭାରତ ସେହି ଯୁଦ୍ଧରେ ପରାଜିତ ହୋଇଥିଲା। ସେହି ସମୟରେ ଭାରତୀୟ ଆତ୍ମ ବିଶ୍ୱାସ ଭାଙ୍ଗି ଯାଇଥିଲା। ସେହି ସମୟରେ କବି ପ୍ରଦୀପ ଏମିତି କିଛି ଲେଖିବାକୁ ଚିନ୍ତା କରିଲେ ଯାହା ଦେଶବାସୀଙ୍କ ଆତ୍ମ ବିଶ୍ୱାସକୁ ଦ୍ୱିଗୁଣିତ କରିଦେବ। ଆଉ ଯାହା ଫଳରେ କି ଦେଶବାସୀଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆ ଯାଇ ପାରିବ। ସେହି ଗୀତ ‘ଏ ମେରେ ବତନ କେ ଲୋଗୋ’ ରହିଥିଲା। ଏହି ଗୀତ ଗାଇବା ପାଇଁ ଲତାଙ୍କୁ ପ୍ରଦୀପ ପ୍ରଥମେ ଗାଇବା ପାଇଁ କହିଥିଲେ କିନ୍ତୁ ତାଙ୍କ ପାଖରେ ସମୟ ନଥିବାରୁ ସେ ମନା କରିଦେଇଥିଲେ।

କିନ୍ତୁ ବହୁ ଆଲୋଚନା ପରେ କୋକିଳ କଣ୍ଠି ତାଙ୍କ ଭଉଣୀ ଆଶାଙ୍କ ସହିତ ମିଶି ଗୀତ ଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଠିକ ସେହି ସମୟରେ ଆଶା ପହଁଛି ନପାରିବାରୁ ସେ ଏକୁଟୁଆ ଗୀତ ଗାଇଥିଲେ। ସେ ଜାଣି ନଥିଲେ ସେ ଗୀତ ଏତେ ଲୋକପ୍ରିୟ ହୋଇ ପାରିବ। ୧୯୬୩ ମସିହାରେ ସାଧାରଣ ତନ୍ତ୍ର ଦିବସରେ ଗୀତ ଗାଇବାକୁ ସ୍ଥିର କରାଯାଇଥିଲା। କୋକିଳ କଣ୍ଠି ଯେତେବେଳେ ଏହି ଗୀତ ଗାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କ ଗୀତ ଶୁଣି ବହୁତ ଜୋର କାନ୍ଦି ପକାଇଥିଲେ। ତାଙ୍କୁ ଏତେ ମାତ୍ରାରେ ଗୀତ ପସନ୍ଦ ଆସିଥିଲା ଯେ, କୋକିଳ କଣ୍ଠିଙ୍କୁ ଗୀତ ଗାଇବା ପାଇଁ କହିଥିଲେ ଓ ସେ ମଧ୍ୟ ନେହେରୁଙ୍କ କଥା ରଖି ପୁଣି ଥରେ ଗୀତ ଗାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.