Swastik Tv News Odisha

“Valentine’s Special ତୁମ ପାଇଁରେ” ଉତ୍ତମ ମହାନ୍ତି ଙ୍କ ମୁହଁ ରୁ ତାଙ୍କ ଲଭଷ୍ଟୋରୀ… ମୁଁହ ଖୋଲି କହିଲେ କେମତି ଅପରାଜିତାଙ୍କୁ ହୋଇଥିଲା ପ୍ରଥମ ପ୍ରେମ ବେଳେ ହସି ହସି ଗଡ଼ିଯିବେ… ଦେଖନ୍ତୁ ଭିଡ଼ିଓ

0

ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସୁପରିଚିତ ନାମ ଏବଂ ସୁପରିଚିତ ଚେହେରା ଯାହାଙ୍କୁ ଆପଣ ସମସ୍ତେ ଜାଣିଥିବେ,ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଅଭିନେତା ଉତ୍ତମ ମହାନ୍ତି। କିଛି ଏମିତି ଅଭିନେତା ଅଛନ୍ତି ଯେଉଁମାନେ ସବୁବେଳେ ଲୋକଙ୍କ ହୃଦୟରେ ରାଜ୍ କରିଥାନ୍ତି ଏବଂ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସଫଳ ହୋଇ ପାରିଥାନ୍ତି, ସେମାନଙ୍କ ଭିତରୁ ଅଭିନେତା ଉତ୍ତମ ମହାନ୍ତି ଅନ୍ୟତମ ଅଟନ୍ତି। ବହୁତ୍ ନିଆରା ଏବଂ ଭିନ୍ନ ବ୍ୟକ୍ତିତ୍ଵ ଟେ ସେ। ଉତ୍ତମ ମହାନ୍ତି ଓଡ଼ିଆ ସିନେମା ଜଗତର ଏମିତି ଲୋକପ୍ରିୟ ଚେହେରା, ଯାହାଙ୍କ ଫିଲ୍ମ୍ ଆଜିବି ଲୋକେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି।

ତେବେ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେ ଜଣେ ମହାନ୍ କଳାକାର ବୋଲି କହିଲେ ଭୁଲ୍ ହେବ ନାହିଁ। ଜଣେ ଆଗଧାଡିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ପାଇଁ ଲୋକ ମାନଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତରୁ ସେ ଦୂରେଇ ରହିଥିଲେ ବି ତାଙ୍କର ପୂର୍ବ ଅଭିନୀତ ସିନେମା ସବୁବେଳେ ଦର୍ଶକଙ୍କ ପ୍ରଥମ ପସନ୍ଦ ରହିଥାଏ। ତାଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ଏବଂ ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ।

ଅନେକ ସୁନ୍ଦର୍ ସୁନ୍ଦର୍ ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତା।ତାଙ୍କର ଏକ ସାକ୍ଷାତକାର ର ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କର ପ୍ରେମର ଆରମ୍ଭ ଏବଂ ବୈବାହିକ ଜୀବନରେ ତାଙ୍କର ଏବଂ ତାଙ୍କର ସ୍ତ୍ରୀ ଅପରାଜିତା ମହାନ୍ତି ଙ୍କ ସଂପର୍କ ବିଷୟରେ କହିଛନ୍ତି।

ଭାଲେଣ୍ଟାଇନ ସ୍ପେଶିଆଲ ରେ ଉତ୍ତମ ମହାନ୍ତି ଙ୍କୁ ପ୍ରେମ ଜୀବନ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନର ସେ ସୁନ୍ଦର୍ ଉତ୍ତର ଦେଉଛନ୍ତି।ସେ ଅପରାଜିତା ଙ୍କୁ ପ୍ରଥମେ ଦେଖିଲା ପରେ ମହେଶ୍ୱେତା ରାୟଙ୍କୁ କହିଥିଲେ ପରେ ଅପରାଜିତାଙ୍କ ସହ ଫିଲ୍ମ୍ କରିବା ପରେ ପ୍ରେମ ଆସକ୍ତି ବଢିବାରୁ ଅପରାଜିତାଙ୍କ ମାଆଙ୍କୁ ବିବାହ ବିଷୟରେ କହିଥିଲେ ଏବଂ ତାଙ୍କର ବିବାହ ହୋଇଥିଲା। ଦୁଇଜଣ ବହୁତ୍ ଖୁସିରେ ଅଛନ୍ତି ଏବଂ ସେମାନେ ଭାଲେଣ୍ଟାଇନ ଡେ କୁ ପାଳନ କରୁ ନଥିବା ସେ କହିଛନ୍ତି। ତାଙ୍କ ବେଳେ ଚିଠିରେ ପ୍ରେମ ନିବେଦନ ହେଉଥିଲା ଏବଂ ସେ ପ୍ରଥମେ ଅପରାଜିତା ଙ୍କୁ ଏକ ମୁଦି ଉପହାର ଦେଇଥିବା କହିଛନ୍ତି। ତେବେ ଉତ୍ତମ ମହାନ୍ତି ଙ୍କ ଏହି ସାକ୍ଷାତକାର ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.