Swastik Tv News Odisha

ଘୁଙ୍ଗୁଡି ସମସ୍ୟା ଥିଲେ , ଆଜି ହିଁ କରନ୍ତୁ ଏହି ଉପାୟ ଗ୍ୟାରେଣ୍ଟି । Dr. Shraddha Goal

0

ଘୁଙ୍ଗୁଡି ଏମିତି ଏକ ସମସ୍ୟା ଯାହାକି ରାତିରେ ଶୋଇବା ପରେ ଶ୍ୱାସରନ୍ଧ୍ରରେ ଥିବା ରାସ୍ତାରେ ଯେଉଁ ପବନଟି ଯାଉଛି ସେତେବେଳେ ଆପନରମାଲ ସାଉଣ୍ଟ ବାହାରିଥାଏ ତାହାକୁ ଘୁଙ୍ଗୁଡି କୁହାଯାଏ । ଘୁଙ୍ଗୁଡି ଏମିତି ଏକ ସମସ୍ୟା ଯାହା ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ଠାରେ ଘୁଙ୍ଗୁଡି ସମସ୍ୟାରେ ଶିକାର ହୋଇଥାନ୍ତି । ଘୁଙ୍ଗୁଡିର ମାତ୍ରା ବଢିବା ଦ୍ୱାରା ନିଶ୍ୱାସ ମଝିରେ ମଝିରେ ଅଟକିଯିବା ଏବଂ ମଝିରେ ମଝିରେ ନିଦ ବ୍ୟାଘାତ ସୃଷ୍ଟିହେବା ଏହାର ପ୍ରଭାବରେ ଅକ୍ସିଜେନର ମାତ୍ରା କମିଯିବା ।

ଯଦି ବାରମ୍ୱାର ନିଦ ବେଳେ ଏହିଭଳି ସମସ୍ୟା ଦେଖାଯାଉଛି ତେବେ ବ୍ରେନ ଅଧିକ ରେଷ୍ଟ ନେଇପାରି ନଥାଏ ଯାହାର ପ୍ରଭାବ ତାକୁ ଦିନବେଳା ଅନୁଭୂତ ହୋଇଥାଏ । ଯେମିତି କି ହାଲିଆ ଲାଗିବା , କୌଣସି କାମରେ ମନ ନଲାଗିବା , ନିଦ ଆସିବା ଭଳି ସମସ୍ୟା ଦେଖା ଯାଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ମାନେ ଠିକ୍ ଟାଇମରେ ଖାଆନ୍ତୁ , ଠିକ୍ ଟାଇମ୍ ରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ । ରାତିରେ କୌଣସି ପ୍ରକାର ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ , ଯାହାଦ୍ୱାରା କି ଆପଣଙ୍କର ଏସିଡିଟି ପ୍ରବ୍ଲମ ଯୋଗୁଁ ନିଶ୍ୱାସ ନେବରେ ଯେଉଁ ବ୍ୟାଘାତ ସୃଷ୍ଟି ହୁଏ ସେ ସବୁ ସମସ୍ୟାରୁ ନିଜକୁ ଦୂରେଇ ରୁହନ୍ତୁ ।

କୌଣସି ପ୍ରକାର ମାଦକ ଦ୍ରବ୍ୟ ଶୋଇଲା ବେଳେ ନିଅନ୍ତୁ ନାହିଁ ଏବଂ 30 ଡିଗ୍ରୀ ବା 40 ଡିଗ୍ରୀ ଉଚ୍ଚ କରି ଶୁଅନ୍ତୁ । ଯଦି ଆପଣଙ୍କର ଅତ୍ୟଧିକ ଓଜନ ଅଛି ତେବେ ଫ୍ୟା଼ଟ ଲସ୍ କରାନ୍ତୁ ଏବଂ ନିଜ ଖାଇବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଯେତେ ପାରୁଛନ୍ତି ଚର୍ବି ଜାତୀୟ ଖାଦ୍ୟ ଆବହେଡ୍ କରନ୍ତୁ ଏବଂ ରାତିରେ ଠିକ୍ ଟାଇମ ରେ ଶୁଅନ୍ତୁ । ମିନିମମ୍ 7 ରୁ 8 ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଏହାର ନିରାକରଣ ପାଇଁ ପ୍ରଥମେ ମେଡିକାଲ ମେନେଜମେଣ୍ଟ କରନ୍ତୁ , ଯଦି ନାକରେ କୌଣସି ସମସ୍ୟା ରହିଛି ତେବେ ଏକ ଡିଭାଇସେସ୍ ରହିଛି ଯାହାକୁ ରାତିରେ ଶୋଇବା ସମୟରେ ବ୍ୟବହାର କରନ୍ତି । ତେବେ ଆପଣଙ୍କର ଘୁଙ୍ଗୁଡି ସମସ୍ୟା 90.9 ପରସେଣ୍ଡ ଘୁଙ୍ଗୁଡି ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କର ଏହି ମେସିନ ଲଗାଇବା ଦ୍ୱାରା ନିଦରେ ବ୍ୟାଘାତ ସୃଷ୍ଟି ହେଉଛି କିମ୍ୱା ଅତ୍ୟଧିକ ପ୍ରେସର ରହୁଛି । ଯାହାଦ୍ୱାରା କି ଆଣଙ୍କର ନିଦ ବାରମ୍ୱାର ଭାଙ୍ଗି ଯାଉଛି ତାହେଲେ ଆପଣ ଇଏନଟିସ୍ ସଜନଙ୍କ ସହ ପରାମର୍ଶ କରି ଏହାର ନିରାକରଣ କରନ୍ତୁ । ଘୁଙ୍ଗୁଡି ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ସର୍ଜରୀ ରହିଛି ଆପଣ ମାନେ ଡକ୍ଟରଙ୍କ ପରାମର୍ଶ କରି ଏହାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରି ପାରିବେ । ତେଣୁ ଏଥିପ୍ରତି ଅପଣ ମାନେ ଯଥେଷ୍ଟ ସଚେତନ ରହିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.