Swastik Tv News Odisha

ମହା ଖୁଲାସା ! ସୋନାଲୀଙ୍କ ପରିବାର ମୋ ପୁଅକୁ କୁକୁର ପରି ବ୍ୟବହାର କରୁଥିଲେ… ଶୁଣନ୍ତୁ କଣ କହୁଛନ୍ତି ସୌମ୍ୟଙ୍କ ମାଆ… ଦେଖନ୍ତୁ ଭିଡ଼ିଓ

0

ମାଆ କୋଳରୁ ଚାଲି ଯାଇଛି ତାର ପୁଅ। ଜଣେ ଝିଅ ପାଇଁ ସେ ଆଜି ସମସ୍ତଙ୍କୁ ପର କରି ଚାଲି ଯାଇଛି ଅଫେରା ରାଇଯକୁ। କିନ୍ତୁ କୌଣସି ମତେ ବୁଝୁନି ମାଆ ର ମନ। ବୁଝିବ ବା କେମିତି। ଯିଏ ପୁଅକୁ ଲାଳନ ପାଳନ କରି ଏତେ ବଡ଼ କରିଥିଲେ। ଆଉ ସେଥିପାଇଁ ପୁଅର ମୃତ୍ୟୁ ପରେ ପୁଅକୁ ନ୍ୟାୟ ଦେବା ପାଇଁ ଏପରି ମାନସିକ ସ୍ଥିତି ରେ ବି ଥାନାରୁ ଥାନାକୁ ଯାଉଛନ୍ତି ମାଆ ଏବଂ ତାଙ୍କର ପରିବାର ଲୋକେ। ତେବେ ଆମେ କହୁଛୁ ଭୁବନେଶ୍ବର ର ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ ମୃତ୍ୟୁ ଘଟଣା। ପୁଅର ମୃତ୍ୟୁକୁ ଏବେ ସୁଦ୍ଧା ୧୨ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ କମିଶନରେଟ୍‌ ପୁଲିସ୍‌।

କେଉଁଠି ରହିଛି ଅସୁବିଧା ତାହା ଏବେ ସୁଦ୍ଧା ଜଣା ପଡୁନାହିଁ। ଅଭିଯୋଗ ଏବଂ ପ୍ରମାଣ ଥାଇ ବି, ପରିବାର ପକ୍ଷରୁ ତଦନ୍ତ ଦାବି କରାଯାଇଥିଲେ ବି ପୋଲିସ୍ ର ଏଭଳି ଶିଥିଲତା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ନିଶ୍ଚିତ।ସୌମ୍ୟଙ୍କ ପ୍ରେମିକାଙ୍କ ବିରୋଧରେ ଅନେକ ଅଭିଯୋଗ ସୋଶାଲ ମିଡ଼ିଆ ଘୂରି ବୁଲୁଥିଲେ ମଧ୍ୟ ପୁଲିସ ତାଙ୍କୁ ଜେରା କରୁନାହିଁ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ। ଏହାଛଡା ପରିବାର ଲୋକଙ୍କ କହିବା ଅନୁସାରେ ସୌମ୍ୟ ତାଙ୍କ ପ୍ରେମିକାଙ୍କ ମାଆକୁ ଆତ୍ମହତ୍ୟା କଥା କହିଥିଲେ। କିନ୍ତୁ ସେ ଏ ବିଷୟରେ ସୌମ୍ୟଙ୍କ ପରିବାରକୁ କିଛି ଜଣାଇ ନଥିଲେ।

ସେ କଥା ଯଦି ଆମେ ଜାଣିଥାନ୍ତୁ ତେବେ ଆମ ପୁଅ ଆଜି ବଞ୍ଚିଯାଇଥାନ୍ତା ବୋଲି ସୌମ୍ୟଙ୍କ ମାଆ କୋହଭରା କଣ୍ଠରେ କହିଛନ୍ତି। ଆତ୍ମହତ୍ୟା ପାଇଁ ସୁଇସାଇଡ୍‌ ନୋଟ୍‌ରେ ପ୍ରେମିକାଙ୍କୁ ଦାୟୀ କରିବା, ପ୍ରେମିକା ଓ ତାଙ୍କ ମାଆଙ୍କ ସହ କଥା ବେଳେ ସୌମ୍ୟ ପ୍ରତାରଣା ଓ ଆତ୍ମହତ୍ୟା କଥା କହିବାର ଅଡ଼ିଓ ମଧ୍ୟ ଭାଇରାଲ୍‌ ହେଉଛି। ଯାହା ଆପଣ ନିଶ୍ଚିତ ଶୁଣିଥିବେ।ସେହି ଅଡ଼ିଓ ଏବେ ମୋବାଇଲରୁ ମୋବାଇଲ୍‌ କୁ ଘୂରି ବୁଲୁଛି। ଏତେ ସବୁ ପରେ ବି ଉକ୍ତ ଝିଅ ଅର୍ଥାତ୍ ସୌମ୍ୟଙ୍କ ପ୍ରେମିକାଙ୍କୁ କାହିଁକି ଜେରା କରୁନାହିଁ ପୁଲିସ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ।

ଆଉ ସେମାନେ ଥାନାକୁ ଥାନା ପରେ ଡିସିପିଙ୍କୁ ମଧ୍ୟ ଭେଟିଛନ୍ତି। ଏହାଛଡା ସୌମ୍ୟଙ୍କ ମାଆ କହିଛନ୍ତି ସୋନାଲି ଙ୍କ ପରିବାର ମୋ ପୁଅକୁ କୁକୁର ଭଳି ବ୍ଯବହାର କରୁଥିଲେ। କହୁଥିଲେ ତୁ ମରିକି ଦେଖା; ଭୋକିଲା କୁକୁର କେବେ ମରିବନି। ଏହାଛଡ଼ା କଲ୍ ରେକର୍ଡ ରେ ବି ଶୁଣିବାକୁ ମିଳୁଛି ସେମାନେ କିପରି ବ୍ଯବହାର ଦେଖାଇଛନ୍ତି ମୋ ପୁଅକୁ। ତେଣୁ ମୋ ପୁଅର ଇଚ୍ଛା ଯାହା ସେ ଲେଖି ଯାଇଛି ଯେ ସୋନାଲିକୁ ଦଣ୍ଡ ମିଲିଲେ ଯାଇ ତାର ଆତ୍ମା ଶାନ୍ତି ପାଇବ। ତେଣୁ ତାକୁ ଉପଯୁକ୍ତ ଦଣ୍ଡ ଆଇନ୍ ଦେବ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.