Swastik Tv News Odisha

‘ମିହିର ଭାଇଙ୍କ ପ୍ରତି ଏହାଠୁ ବଡ଼ ଶ୍ରଦ୍ଧାଞ୍ଜଳି କଣ ହୋଇପାରେ’… ଶୁଣନ୍ତୁ କଣ କହିଲେ ସିଦ୍ଧାନ୍ତ ମହାପାତ୍ର…. ଦେଖନ୍ତୁ ଭିଡ଼ିଓ

0

ଗତ କାଲି ଫେବୃଆରୀ ୧୧ ତାରିଖରେ ଓଡ଼ିଶାର ପ୍ରମୁଖ, ବରିଷ୍ଟ ଅଭିନେତା ସ୍ୱର୍ଗତଃ ମିହିର ଦାସ ଙ୍କ ୬୩ ତମ ଜନ୍ମ ଦିବସ ପାଳନ ହୋଇଛି। ତାଙ୍କର ଏହି ସ୍ମୃତିକୁ ସଦା ସର୍ବଦା ଜୀବିତ ରଖିବା ପାଇଁ ଆଗକୁ ବଢ଼ିଛନ୍ତି କଟକ କୁମ୍ଭାର ସାହିର ଓଡ଼ିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ। ମାଟିରେ ଅଭିନେତା ମିହିର ଦାସ ଙ୍କ ୭ ଫୁଟର ମୂର୍ତ୍ତି ତିଆରି କରି ସିନେ ଜଗତ ଏବଂ କଟକ ବାସୀଙ୍କ ପାଇଁ ଦେଇଛନ୍ତି ଏକ ସ୍ଵତନ୍ତ୍ର ଭେଟି। ତେବେ ତାଙ୍କର ଜନ୍ମଦିନରେ ଏପରି ଏକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରା ଯାଇଛି ଯାହା ସମସ୍ତଙ୍କୁ ବହୁତ୍ ଖୁସି କରିଛି। ଆଉ ଏହି ଅବସରରେ ଏହାକୁ ଦେଖି ବହୁତ୍ ଖୁସି ହୋଇଛନ୍ତି କଟକବାସି ଏବଂ ଅନେକ ସିନେ ପ୍ରେମୀ।

ତେବେ ଏହି ଅବସରରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ସେଠାରେ ଉପସ୍ଥିତ ହୋଇଥିଲେ ଏବଂ ସେ ଏଥିରେ ବହୁତ୍ ଖୁସି ହୋଇଥିଲେ ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ଯ ରଖିଛନ୍ତି।ସେ କହିଛନ୍ତି ଏହାଠାରୁ ଆଉ ବଡ଼ ଖୁସି ଏବଂ ଶ୍ରଦ୍ଧାଞ୍ଜଳି କଣ ହେଇପାରେ ମିହିର ଦାସ ଙ୍କ ପାଇଁ। ସମସ୍ତେ ଦିନେ ନା ଦିନେ ଏ ଦୁନିଆ ଛାଡି ଚାଲିଯିବେ। ପରବର୍ତ୍ତୀ ପିଢ଼ି ଆସିବେ। କିନ୍ତୁ ଏହିଭଳି ଲୋକଙ୍କ ହୃଦୟରେ ରହିବା ସବୁଠାରୁ ବଡ଼ କଥା। ତେବେ ମିହିର ଭାଇଙ୍କ ପାଇଁ ଏପରି ଏକ ଉପହାର ଏବଂ ଶ୍ରଦ୍ଧାଞ୍ଜଳି ଯାହା ବହୁତ୍ ଅଧିକ ଏବଂ ଖୁସିର କଥା ଅଟେ। ଯାହା ସମସ୍ତଙ୍କୁ ଖୁସି କରିଛି।

କଟକ କୁମ୍ଭାର ସାହିର ଓଡ଼ିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ ପକ୍ଷରୁ ଏଭଳି ଏକ ଅବଦାନ ବହୁତ୍ ପ୍ରଶଂସନୀୟ।ଏହି ପରିପ୍ରେକ୍ଷୀରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ତାଙ୍କର ଏହି ମୂର୍ତ୍ତିକୁ କିପରି କଳିଙ୍ଗ ଷ୍ଟୁଡିଓ ରେ ସାଇତି ରଖି ହେବ ତାର ବ୍ୟବସ୍ଥା କରିବା କଥା ମଧ୍ୟ ଚିନ୍ତା କରା ଯାଉଛି। ତେବେ କେବଳ ତାଙ୍କର ନୁହେଁ ବରଂ ଅନ୍ୟ ଅଭିନେତା ଏବଂ ପ୍ରମୁଖ ଟେକ୍ନିସିଆନ ମାନଂକୁ ମଧ୍ୟ ଏଭଳି ଶ୍ରଦ୍ଧାଞ୍ଜଳି ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ହେବ। ଆଉ ଏହିଭଳି ଶୁଭ କାମ ମିହିର ଭାଇଙ୍କ ପାଖରୁ ଆରମ୍ଭ ହେଲା ଏବଂ ଏହାଠାରୁ ଖୁସି କଥା ଆଉ କଣ ହେଇପାରେ।

ତେବେ ଅଭିନେତା ମିହିର ଦାସ୍ ଆମ ଗହଣରେ ଆଉ ନାହାଁନ୍ତି କିନ୍ତୁ ତାଙ୍କୁ ଏବେବି ଝୁରୁଛି ସାରା ଓଡ଼ିଶା। ତାଙ୍କର ଲୋକପ୍ରିୟତା କେତେ ରହିଛି ତାହା ତ ଆପଣ ଜାଣିଥିବେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ତାଙ୍କର ଅବଦାନ ଏବଂ ତାଙ୍କର ଭୂମିକା କହିଲେ ନସରେ। ଜଣେ ଜଣାଶୁଣା ଏବଂ ଲୋକପ୍ରିୟ କଳାକାର ଭାବରେ ସେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ତେବେ ତାଙ୍କ ଅଭିନୟ କଥା ଆସିଲେ ଏହାକୁ ନେଇ ଦର୍ଶକଙ୍କ ମନରେ ଏକ ଭିନ୍ନ ଉତ୍ସୁକତା ରହିଥିବା ଦେଖିବାକୁ ମିଳିଥାଏ। ତେବେ ଅଭିନେତା ମିହିର ଦାସ୍ ପ୍ରତିଟି ଓଡ଼ିଆ ଦର୍ଶକଙ୍କ ମନରେ ଏକ ଭିନ୍ନ ଲୋକପ୍ରିୟତା କୁ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.