ବନ୍ଧୁଗଣ ଆମେ ଯଦି ଭାରତ ର ପରମାଣୁ ଶକ୍ତି ବିଷୟ ରେ ଜାଣିବା କୁ ଚାହିଁବା ତେବେ ଆପଣ ଦେଖିବେ କି ଯେତେବେଳେ ଦୁଇ ଟି ବିଶ୍ଵ ଯୁଦ୍ଧ ର ସମାପ୍ତ ହେବା ପରେ ଶୀଳତ ଯୁଦ୍ଧ ଆରମ୍ଭ ହେଲା ସେତେବେଳେ ଆମ ଭାରତ ନୂଆ କରି ସ୍ୱାଧୀନତା ହାସଲ କରିଥିଲା। ମାତ୍ର ସମୟ ର ଗତି ସହ ଭାରତ ମଧ୍ୟ ନିଜର ବିଶ୍ୱ ର ପରମାଣୁ ରାଷ୍ଟ୍ର ଭାବରେ ଦେଖାଇବା ପାଇଁ ଚେଷ୍ଟା ଚଳାଇଲା। ଆଉ ଆପଣ ମାନେ ଜାଣିଥିବେ କି ଆମ ଭାରତ ଦୁଇ ଥର ପରମାଣୁ ପରୀକ୍ଷା କରି ସାମରିକ କ୍ଷେତ୍ରରେ ନିଜର ଏକ ଭିନ୍ନ ପରିଚିତ ସୃଷ୍ଟି କରି ପାରିଛି।
ଆଉ ଆଜି ଆମ ଭାରତ ପାଖରେ ଅନେକ ପରମାଣୁ ଶକ୍ତି ସହ , ଅତ୍ୟାଧୁନିକ ଏୟାର କ୍ରାଫ୍ଟ ଏବଂ ନୌବାହିନୀ ଶକ୍ତି ମଧ୍ୟ ରହିଛି। ମାତ୍ର ଏହି ଶକ୍ତି ମଧ୍ୟରେ ବର୍ତ୍ତମାନ ଆମେ ଆପଣ ଙ୍କୁ ଜଣେଇ ବାକୁ ଯାଉଛୁ ଭାରତ ର ପ୍ରଥମ ପରମାଣୁ ବୁଡା ଜାହାଜ “ଆଇ ଏନ ଏସ ଚକ୍ର” (INS CHAKRA) ବିଷୟ ରେ ।ତେବେ ବନ୍ଧୁଗଣ “ଆଇ ଏନ ଏସ ଚକ୍ର” (INS CHAKRA) ହେଉଛି ଭାରତ ର ପ୍ରଥମ ପରମାଣୁ ବୁଡା ଜାହାଜ ଯାହାକି ଭାରତ , ସୋଭିଏତ ରୁଷ ଠାରୁ ନିଜ ଦେଶ କୁ ଆଣିଥିଲେ।
ତେବେ ଏହି “ଆଇ ଏନ ଏସ ଚକ୍ର” (INS CHAKRA) ଟି ହେଉଛି ରୁଷିଆ ର ଯାହାକୁ ରାଜୀବ ଗାନ୍ଧୀ ଙ୍କ ସରକାର ଙ୍କ ସମୟ ରେ ଭାରତ ଏକ ଚୁକ୍ତି ମାଧ୍ୟମ ରେ ତିନି ବର୍ଷ ପାଇଁ ଭଡା ରେ ଆଣିଥିଲା। ଏବଂ ଏହାକୁ ଆଣିବା ପାଇଁ ଭାରତ କୁ ବହୁତ କିଛି ସମସ୍ୟା କୁ ସମ୍ମୁଖିନ କରିବାକୁ ପଡିଥିଲା। ତେବେ ରୁଷ ଠାରୁ ଭାରତ ୧୦,୩୦୦ କିଲୋମିଟର ଅତିକ୍ରମ କରି ଏହି ପରମାଣୁ ବୁଡା ଜାହାଜ କୁ ଆଣିଥିଲା। ତେବେ ଏହାକୁ ଆଣିବା ପାଇଁ ଭାରତ ର ଜଣେ ଅଫିସର ଙ୍କୁ ୬ ମାସ ଟ୍ରେନିଂ ନେବାକୁ ପଡିଥିଲା।
ତେବେ ଯେତେବେଳେ ଏହି ପରମାଣୁ ବୁଡା ଜାହାଜ “ଆଇ ଏନ ଏସ ଚକ୍ର” (INS CHAKRA) ସମୁଦ୍ର ରାସ୍ତା ଦେଇ ଭାରତ ରେ ପହଁଚି ଥିଲା ଏହାକୁ ଦେଖି ପାକିସ୍ତାନ ସହ ଚାଇନା ମଧ୍ୟ ବହୁତ ଭୟଭୀତ ହୋଇ ଯାଇଥିଲା। ତେବେ ଏହା ଥିଲା ଭାରତ ର ପ୍ରଥମ ପରମାଣୁ ବୁଡା ଜାହାଜ ଯାହା ନୌସେନା ଶକ୍ତି କୁ ଆହୁରି ଦୃଢ଼ କରି ଦେଇଥିଲା। ତେବେ ଏହା ପରେ ପୁଣି ଭାରତ ଦଶ ବର୍ଷ ପାଇଁ ରୁଷ ର ସହାୟତା ରେ “ଆଇ ଏନ ଏସ ଚକ୍ର -୨” (INS CHAKRA-2) ଆଣିଥିଲେ। ତେବେ ସେହି ସମୟ ରେ ନିଜ ଦେଶ କୁ ଶକ୍ତିଶାଳୀ କରିବା ପାଇଁ ଏହିଭଳି ସବୁ ଶକ୍ତି କୁ ଏକତ୍ରିତ କରୁଥିଲା ଭାରତ ।ମାତ୍ର ଆଜି ଭାରତ ନିଜେ ନିଜର ପରମାଣୁ ଶକ୍ତି କୁ ନେଇ ବିଶ୍ୱ ସ୍ତର ରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।