Swastik Tv News Odisha

ନାମର ପ୍ରଥମ ଅକ୍ଷର A ଲେଟର ଥିବା ବ୍ୟକ୍ତି ଥରୁଟିଏ ନିଶ୍ଚୟ ଦେଖନ୍ତୁ । Life Style

0

ହିନ୍ଦୁଧର୍ମ ରେ ପ୍ରତ୍ୟେକ ବ୍ୟକ୍ତି ର ନାମକରଣ ସେମାନଙ୍କ ରାଶିର କୁଣ୍ଡଳୀ ଅନୁସାରେ କରାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ତାଙ୍କ ନାମର ବହୁତ ମହତ୍ତ୍ୱ ରହିଥାଏ , ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ବହୁତ କିଛି ଜାଣିହୁଏ । ସେଥିପାଇଁ ପିତାମାତା ଭାବିଚିନ୍ତି ନିଜ ସନ୍ତାନର ନାମକରଣ କରିଥାନ୍ତି । ତେବେ ଆଜି ଆମେ ଜାଣିବା ଇଂରାଜି ଅକ୍ଷର A ରୁ ଆରମ୍ଭ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ।

A ନାମର ବ୍ୟକ୍ତିଙ୍କ ଶାରୀରିକ ଗଠନ :-

କୌଣସି ପୁଅ କିମ୍ୱା ଝିଅ ନାମର ପ୍ରଥମ ଅକ୍ଷର ଇଂରାଜି ଲେଟର A ରୁ ଆରମ୍ଭ ହୋଇଥାଏ , ତେବେ ଏହି ବ୍ୟକ୍ତି ବହୁତ ଆକ୍ଟ୍ରାଟିଭ୍ ହୋଇଥାନ୍ତି । ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି , ଏମାନଙ୍କ ଶରୀର ଗଠନ ଏପରି ହୋଇଥାଏ ଯେକୌଣସି ବ୍ୟକ୍ତି ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନେ ସର୍ବଦା ସୁନ୍ଦରତାକୁ ଅଧିକ ପସନ୍ଦ କରନ୍ତି , ଏମାନେ ବହୁତ ହିଁ ସ୍ମାର୍ଟ ଅଟନ୍ତି ।

A ନାମର ବ୍ୟକ୍ତିଙ୍କ ସ୍ୱଭାବ :-

ଯେଉଁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଏ ରୁ ଆରମ୍ଭ ହୋଇଥାଏ , ସେପରି ବ୍ୟକ୍ତି ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ଇଚ୍ଛା ଘର , ପରିବାର ଓ ଦୁନିଆର ସବୁଲୋକ ଭଲରେ ରୁହନ୍ତୁ । ଯଦି ଏମାନଙ୍କର କଥାକୁ କେହି ଶୁଣନ୍ତି ନାହିଁ ତେବେ ଏମାନଙ୍କୁ ଖରାପ ଲାଗିଥାଏ ଓ ନିରାଶ ମଧ୍ୟ ହୋଇଯାନ୍ତି । ପାଠପଢାକୁ ନେଇ ନିଦ ଭବିଷ୍ୟତ ପାଇଁ ବହୁ ସଚେତନ ହୋଇଥାନ୍ତି । ଏହି ଲେଟରର ବ୍ୟକ୍ତି ମାନେ ଯଦି କୌଣସି କାମ ଆରମ୍ଭ କରିଥାନ୍ତି ତାକୁ ଶେଷ ନକରିବା ଯାଏ ଶାନ୍ତିରେ ବସି ପାରନ୍ତି ନାହିଁ । ଜୀବନରେ ବହୁ ସଂଘର୍ଷ ହେଲେ ମଧ୍ୟ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି ।

A ନାମର ବ୍ୟକ୍ତିଙ୍କ ଭଲପାଇବା ସ୍ୱଭାବ :-

A ଅକ୍ଷର ଥିବା ବ୍ୟକ୍ତିବିଶେଷ ମାନେ ପ୍ରେମକୁ ବହୁତ ଗୁରୁତ୍ୱ ଦେଇଥାନ୍ତି , ହେଲେ ସେମାନେ ସେତେ ରୋମାଣ୍ଟିକ ନୁହନ୍ତି । ପ୍ରେମ ସମ୍ୱନ୍ଧରେ ଏମାନେ ବହୁତ ଲକି ହୋଇଥାନ୍ତି , କାରଣ ଏମାନେ ଯେତିକି ଚାହିଁଥାନ୍ତି ତା ଠାରୁ ଅଧିକ ଭଲ ପାଇଥାନ୍ତି । ଯେଉଁ ସମ୍ପର୍କରେ ଥରେ ଯୋଡି ହୋଇଯାଇଥାନ୍ତି ସେ ଚେଷ୍ଟା କରନ୍ତି ସେହି ସମ୍ପର୍କକୁ ବଜାଇ ରଖିବା ପାଇଁ । ଏମାନେ ନିଜର ପ୍ରେମକୁ ପାଇବା ପାଇଁ ବଡ ବଡ ପରୀକ୍ଷାର ସାମ୍ନା ମଧ୍ୟ କରିଥାନ୍ତି ।

ଏମାନେ ନିଜ କଥା ସମସ୍ତଙ୍କୁ କୁହନ୍ତି ନାହିଁ , ଏମାନେ ସାଧାରଣତଃ କ୍ରୋଧୀ ସ୍ୱଭାବ ର ହୋଇଥାନ୍ତି । ଥରେ ରାଗିଗଲେ ଏମାନଙ୍କୁ ବୁଝାଇବା ବହୁତ କଷ୍ଟସାଧ୍ୟ ହୋଇଥାଏ । ଏମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରନ୍ତି , ଏମାନେ ବାହାରକୁ ଯେତିକି ଦେଖାଯାଆନ୍ତି ତାଠାରୁ ଅଧିକ ସାହାସୀ ହୋଇଥାନ୍ତି । ଏଥି ସହିତ ଏମାନେ ଅନେକ ଗୁଣର ଅଧିକାରୀ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.