Swastik Tv News Odisha

ଓଃ କି ଡ୍ୟାନ୍ସ ! ଭୋଟ ପୂର୍ବରୁ ଭାଇରାଲ ହେଲା ମହିଳା ପ୍ରାଥୀନି ଙ୍କ ହଟ ଡ୍ୟାନ୍ସ… ଦେଖନ୍ତୁ ଭିଡିଓ

0

ଆଗକୁ ଆସୁଛି ନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇ ସାରିଲେଣି ସମସ୍ତେ।ଏହି ସମୟରେ ରାଜନୀତି କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ଆଉ ଏହାରି ଭିତରେ ଜଣେ ପ୍ରାର୍ଥୀ ଙ୍କ ଏକ ଭିଡିଓ ବି ଭାଇରାଲ ହେବାକୁ ଲାଗିଛି। ଭୋଟ୍ ପୂର୍ବରୁ ଏହି ବିଧାୟିକା ପ୍ରାର୍ଥୀନୀ ଙ୍କ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ସୂଚନା ଅନୁସାରେ ଏହି ପ୍ରାଥିନୀ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ର ରାଠ ବିଧାନସଭା ଆସନରୁ ସମାଜବାଦି ପ୍ରାଥିନି ଙ୍କ ଏକ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା।

ଏହି ପ୍ରାର୍ଥୀନୀ ଜଣଙ୍କ ହେଉଛନ୍ତି ଚନ୍ଦ୍ରାବତି ବର୍ମା, ଯିଏକି ଏବେ ଏଥିପାଇଁ ବେଶ୍ ଚର୍ଚ୍ଚାରେ। ଚନ୍ଦ୍ରାବତିଙ୍କ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।ଏହି ଦୁଇଟି ଭିଡିଓ ଭିତରୁ ଗୋଟିଏ ରେ ଚନ୍ଦ୍ରାବତି ତାଙ୍କ ଦୁଇ ବାନ୍ଧବୀ ଙ୍କ ସହିତ ଡାନ୍ସ କରୁଥିବାର ନଜର ଆସିଥିବା ବେଳେ ଅନ୍ଯ ଏକ ଭିଡିଓ ରେ ଚନ୍ଦ୍ରାବତି ସୁଇମିଂ ପୂଲ୍ ରେ ସୁଇମିଙ୍ଗ କଷ୍ଟ୍ୟୁମରେ ନଜର ଆସିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ମହିଳା ଜଣଙ୍କ ହାଇଦ୍ରାବାଦ ରେ ଜିମ୍ ପ୍ରଶିକ୍ଷକ ଭାବରେ କାମ କରିଛନ୍ତି। ସ୍ନାତକ ହାସଲ କରିବା ପରେ ତାଙ୍କର କ୍ରୀଡ଼ାପ୍ରତି ଆଗ୍ରହ ଥିବା କାରଣରୁ ସେ ଜଣେ ଫିଟନେସ ଟ୍ରେନର ହୋଇଥିଲେ।

ଆଉ ଏହାପରେ କିଛି ସମୟ ସେ ଜୀମ ରେ କାମ କରିବା ପରେ ସେ ନିଜର ଏକ କଂପାନୀ ଖୋଲିଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଚାନ୍ଦ୍ରାବତି ଏହି କ୍ଷେତ୍ରରେ ସକ୍ରିୟ ରହିଥିଲେ। ଆଉ ଏବେ ଚନ୍ଦ୍ରାବତୀ ବର୍ମା ରାଠ୍ ବିଧାନସଭା ଆସନରୁ ସମାଜବାଦୀ ପାର୍ଟି ର ଆଶାୟୀ ରହିଛନ୍ତି।ସେ ନିର୍ବାଚନ ଲଢ଼ିବାକୁ ପାର୍ଟି ତରଫରୁ ଟିକେଟ ପାଇଛନ୍ତି। ପୂର୍ବରୁ ଏହି ବିଧାନସଭା ଆସନରୁ ଗୟାଦିନ ଅନୁରାଗି ଙ୍କୁ ସମାଜବାଦୀ ପାର୍ଟି ଟିକେଟ ଦେଇଥିଲା। ଯିଏକି ସେଠାକାର ପୂର୍ବତନ ବିଧାୟକ ରହିଥିଲେ।

ତେବେ ତାଙ୍କର ଟିକେଟ କୌଣସି କାରଣରୁ ୨୪ ଘଣ୍ଟା ଭିତରେ କଟିବା ପରେ ଚନ୍ଦ୍ରାବତୀ ବର୍ମା ରାଠ୍ ବିଧାନସଭା ଆସନରୁ ସମାଜବାଦୀ ପାର୍ଟି ଟିକେଟ ଦେଇଥିଲା। ତେବେ ଚନ୍ଦ୍ରାବତି ବର୍ମା ଜଣେ ଅନୁସୂଚିତ ଜାତି ର ହୋଇଥିବା ବେଳେ ସେ ପ୍ରେମ ବିବାହ କରି ବିବାହ କରିଛନ୍ତି। ବ୍ୟକ୍ତିଗତ ଜୀବନ ରେ ସେ ବହୁତ୍ ଭଲ ଏବଂ ଲୋକପ୍ରିୟ ଚେହେରା। ତାଙ୍କୁ ପ୍ରାର୍ଥୀ ଘୋଷନା କରିବା ପରେ ଦଳ ତାଙ୍କ ପାଖରୁ ଅନେକ କିଛି ଆଶା ରଖିଛି। କିନ୍ତୁ ଚନ୍ଦ୍ରାବତିଙ୍କ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଭିତରେ ଏବେ ସେ ରହିଥିବା ଦେଖିବାକୁ ମିଳୁଛି। ଦେଖାଯାଉ ଆଗାମୀ ନିର୍ବାଚନରେ ସେ କିପରି ବାଜିମାତ କରୁଛନ୍ତି ଏବଂ ବିଜୟୀ ହେଉଛନ୍ତି କି ନାହିଁ।

 

Leave A Reply

Your email address will not be published.