Swastik Tv News Odisha

” ସୋନାଲି ତୋତେ ଭଲ ପାଇ ଭୁଲ କଲି ” ଏହି ଗୀତ ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇରାଲ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ଓଲିଉଡ ସିଙ୍ଗର ସୋନାଲି ନନ୍ଦ ଙ୍କୁ ନେଇ ବଢ଼ି ଚାଲିଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚା ଥମିବାର ନାମ ନେଉନାହିଁ। ଅନେକ ଆଲୋଚନା ସମାଲୋଚନା ଭିତରେ ତାଙ୍କ ଖବର ଏବେ ବେଶ୍ ଚର୍ଚ୍ଚିତ ଖବର ପାଲଟିଛି ସାରା ଓଡ଼ିଶା ରେ। ଯୁବପିଢୀ ମାନେ ତାଙ୍କ ଉପରେ ନାନାଦି ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସମସ୍ତେ ତାଙ୍କ ଚରିତ୍ର ଏବଂ ତାଙ୍କ ପାଇଁ ଏକ ପୁଅର ଜୀବନ ଗଲା ବୋଲି କହି ଅନେକ କିଛି ଟିପ୍ପଣୀ ବି ତାଙ୍କ ଉପରେ ଦେଉଛନ୍ତି। କିନ୍ତୁ ଏଯାବତ୍ ଗାୟିକା ସୋନାଲି ନନ୍ଦ ତାଙ୍କର କୌଣସି ପ୍ରତିକ୍ରିୟା କୁ ଦେଇ ନାହାଁନ୍ତି କିମ୍ୱା ସର୍ବ ସମ୍ମୁଖକୁ ଆସି ତାଙ୍କର ମୁହଁ ଖୋଲୁ ନାହାନ୍ତି।

ଯାହାକୁ ନୈ ତାଙ୍କ ଉପରେ ଥିବା ଲୋକଙ୍କ ସନ୍ଦେହ ଆହୁରି ବୃଦ୍ଧି ପାଉଛି।ଆଉ ଏହାରି ଭିତରେ ଅନେକ ଆଲୋଚନା ସମାଲୋଚନା ଭିତରେ ଏବେ ଏକ ଗୀତକୁ ସୋସିଆଲ ମିଡିଆରେ ଭାଇରାଲ କରି ଏହା କୁହା ଯାଉଛି ଯେ ଏହି ଗୀତଟି ହେଉଛି ସୋନାଲି ନନ୍ଦ ଙ୍କ ପାଇଁ ଉଦ୍ଦିଷ୍ଟ। ଯେଉଁ ଗୀତରେ ରହିଛି, ପ୍ରେମ, ପ୍ରତାରଣା, ବିଶ୍ୱାସଘାତକତାର ଶବ୍ଦ ସଂଯୋଜନା। ଏବେ ଏହି ଗୀତ ସୋନାଲି ଙ୍କ ପାଇଁ ଡେଡିକେଟ୍ ବୋଲି କୁହା ଯାଉଛି ଏବଂ ଏହା ବେଶ୍ ସେୟାର ହେବାରେ ଲାଗିଛି।ଏହି ଗୀତର ଟାଇଟଲ ହେଉଛି “ସୋନାଲି ତୋତେ ଭଲ ପାଇଁ ଭୁଲ କଲି”।

ଏହି ଗୀତର ଆରମ୍ଭ ଲାଇନ୍ ହେଉଛି ଯେତେ ଦୋଷ କଲୁ ତୋତେ ଦେଇଛି କ୍ଷମା, ଯେତେ ଭୁଲ କଲୁ ଏତେ କରିଛି କ୍ଷମା। ଫୁଲ ପରି ମନକୁ କଲୁ କାହିଁ ଆହତ, ମୋ ସାଥିରେ କଲୁ କାହିଁ ବିଶ୍ୱାସ ଘାତକ, ମୋ କଥା ଟିକେ ମାନିଜା…. ତୁ ସୁଧୁରିଯା ଲୋ ସୁଧୁରିଯା, ମୋ ରାଣ ପ୍ରିୟା ତୁ ସୁଧୁରିଯା। ତେବେ ଏହି ଗୀତକୁ ଏବେ ବହୁତ୍ ଲୋକ ଦେଖୁଛନ୍ତି। ଆପଣ ତ ଜାଣିଛନ୍ତି ଏବେ କିପରି ଚର୍ଚ୍ଚାର ବିଷୟ ପାଲଟିଛି ଭୁବନେଶ୍ବର ର ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ ମୃତ୍ୟୁ ଘଟଣା। ଆଉ ଏହାକୁ ନେଇ ଗାୟିକା ଅର୍ଥାତ୍ ସୌମ୍ୟ ଙ୍କ ପ୍ରେମିକା କୁହା ଯାଉଥିବା ସୋନାଲି ନନ୍ଦ ମଧ୍ଯ ବେଶ୍ ଚର୍ଚ୍ଚାରେ ରହିଛନ୍ତି।

ଯାହାକୁ ନେଇ ଅନେକ ଖବର ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କେତେବେଳେ ଉଭୟ ପରିବାରର ଆରୋପ ପ୍ରତ୍ୟାରୋପ ର କଥା ଶୁଣିବାକୁ ମିଳୁଛି ତ ପୁଣି କେତେବେଳେ ଅଭିଯୋଗ। ପୁଣି କେତେବେଳେ ଭାଇରାଲ କଲ୍ ରେକର୍ଡ଼ ସାମ୍ନାକୁ ଆସୁଛି। ଏସବୁ ଭିତରେ କୌଣସି ସମାଧାନର ବାଟ ବାହାରୁ ନାହିଁ କିମ୍ୱା ପୁଅର ପରିବାରକୁ ନ୍ୟାୟ ବି ମିଳି ପାରିନାହିଁ। କିନ୍ତୁ ପୁଅକୁ ନ୍ୟାୟ ଦେବା ପାଇଁ ପରିବାର ଅନେକ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ଦେଖାଯାଉ ଏଥିରେ ପୋଲିସ୍ ଆଗକୁ କଣ କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.