Swastik Tv News Odisha

M ଲେଟର ଥିବା ବ୍ୟକ୍ତି ଯଦି ଆପଣଙ୍କ ପାଖରେ ଅଛନ୍ତି ତେବେ ଜଲଦି ଦେଖନ୍ତୁ । Life Style

0

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ତାଙ୍କ ନାମର ବହୁତ ମହତ୍ତ୍ୱ ଥାଏ , ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାିଥାଏ । ନାମର ପ୍ରଥମ ଅକ୍ଷର ହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ହିଁ ବହୁତ କିଛି ଜାଣି ହୁଏ । ସେଥିପାଇଁ ପିତାମାତା ଭାବିଚିନ୍ତି ନିଜ ସନ୍ତାନର ନାମକରଣ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଇଂରାଜି ଅକ୍ଷର M ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ।

ଯଦି କୌଣସି ପୁଅ କିମ୍ୱା ଝିଅ ର ନାମ ଇଂରାଜି ଅକ୍ଷର M ରୁ ଆରମ୍ଭ ହୋଇଥାଏ , ତେବେ ଏପରି ବ୍ୟକ୍ତି ଜ୍ଞାନ ବାଣ୍ଟିବାରେ ମାହିର ହୋଇଥାନ୍ତି । ଏମାନେ ବହୁତ ଭାବୁକ ଓ ସଙ୍କୋଚ ସ୍ୱଭାବର ଅଟନ୍ତି , ସବୁବେଳେ ଗଭୀର ଚିନ୍ତାରେ ମଗ୍ନ ଥିବା ବ୍ୟକ୍ତି ହୋଇଥାନ୍ତି । ଏପରି ବ୍ୟକ୍ତି ସବୁ ଛୋଟ ଛୋଟ କଥାକୁ ନିଜ ହୃଦୟ ଭିତରକୁ ନେଇ ଯାଇଥାନ୍ତି , ବହୁତ ଜିଦ୍ ଖୋର ସ୍ୱଭାବର ହୋଇଥାନ୍ତି । ଏମ ଲେଟର ଥିବା ବ୍ୟକ୍ତି ମାନଙ୍କର ଭାଗ୍ୟଦେବୀ ପ୍ରସନ୍ନ ଥାନ୍ତି , ସେଥିପାଇଁ ଧନ ଏବଂ ସମ୍ମାନ ଏମାନଙ୍କୁ ମିଳିଥାଏ । ସାଧାରଣତଃ ଏପରି ଜାତକ ବିଶେଷ କରି ରାଜନୀତିରେ ଦେଖାଯାଆନ୍ତି ।

ଏପରି ବ୍ୟକ୍ତି ଭଲ ବକ୍ତା ଏବଂ ଲେଖକ ମଧ୍ୟ ହୋଇଥାନ୍ତି , କାମ ପ୍ରତି ଏମାନେ ବିଶେଷ ସଚେତନ ନୁହନ୍ତି । କିନ୍ତୁ ଭାଗ୍ୟକୁ ଧନୀ ହୋଇଥିବାରୁ ଏମାନେ ସଫଳତାର ସିଢି ଚଢି ଚଢି ଚାଲିଥାନ୍ତି । ଏପରି ବ୍ୟକ୍ତି ଅଧିକ ଭାବୁକ ହୋଇଥିବାରୁ ଶୀଘ୍ର ପ୍ରେମରେ ପଡିଥାନ୍ତି , ନିଜର ପ୍ରେମକୁ ପାଇବା ପାଇଁ ଏମାନେ ସବୁକିଛି କରିପାରନ୍ତି । ଏସବୁ ଗୁଣ ପାଇଁ ଏମାନଙ୍କର ଫ୍ରେଣ୍ଡ ସରକଲ ଅଧିକ ଥାଏ , ଏମାନେ ନିଜର ନୈତିକ ମୂଲ୍ୟରେ ଜୀବନ ଅତିବାହିତ କରିଥାନ୍ତି । ଖରାପ କାମକୁ ଖାରାପ କାମ କରୁଥିବା ଲୋକଙ୍କୁ ଏମାନେ କେବେବି ପସନ୍ଦ କରନ୍ତି ନାହିଁ ।

ଏମାନେ କୌଣସି କଥାକୁ ବୁଲେଇ ବଙ୍କେଇ କହି ନଥାନ୍ତି , ଯାହା କୁହନ୍ତି ସିଧା ସିଧା କୁହନ୍ତି । ଏଥିପାଇଁ ଅନ୍ୟ ମାନଙ୍କୁ ଏମନଙ୍କ କଥା ଖରାପ ଲାଗେ ଏବଂ ଏମାନଙ୍କର ଶତ୍ରୁ ସଂଖ୍ୟା ବଢି ବଢି ଚାଲେ । ଏମାନେ ଉଚ୍ଚ ବିଚାର ଧାରଣାର ବ୍ୟକ୍ତି ଅଟନ୍ତି , ବେଳେବେଳେ ଏଥିପାଇଁ ଏମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏପରି

ଜାତକ ନିଜକୁ ଶ୍ରେଷ୍ଠ ପ୍ରାମାଣିତ କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି । ଲୋକମାନଙ୍କ ପାଖରେ ଗୋଟିଏ ଅଭିଯୋଗ ଥାଏ ଯେ ଲୋକମାନେ ଏମାନଙ୍କୁ ବୁଝି ପାରୁ ନାହାନ୍ତି । ଏହି ଜାତକ ଭାବୁକ ମଧ୍ୟ ହୋଇଥାନ୍ତି , ଏହି ଜାତକ ତେଜସ୍ୱୀ ଅଟନ୍ତି । ଏମାନେ ନିଜର ସମାଲୋଚନାକୁ ସହ୍ୟ କରି ପାରନ୍ତି ନାହିଁ , ଏମାନେ ସବୁଠାରେ ନିଜର ବଡପଣିଆ ଦେଖେଇ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.