Swastik Tv News Odisha

ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଆଜିର ଦୁନିଆରେ ବି କିପରି ବଞ୍ଚି ରହିଛି ଲୋକଙ୍କ ମାନବିକତା। ଏବେବି ଅନେକ ଭଲ ଲୋକ ରହିଛନ୍ତି ଯେଉଁମାନେ ଲୋକଙ୍କୁ ଅସୁବିଧା ସମୟରେ ସହାୟତା ର ହାତ ବଢାଇଥାନ୍ତି। ଆପଣ ତ ଜାଣି ପାରୁଥିବେ ଦିନକୁ ଦିନ କେତେ ବଦଳି ଯାଇଛି ଆଜିର ମଣିଷ। ତା ନିକଟରେ ଆଉ ଆଗ ଭଳି ଭାଇଚାରା ବି ନାହିଁ କି ଅନ୍ୟକୁ ସହାନୁଭୂତି ଦେଖାଇବା ପାଇଁ ଆଗ୍ରହ କି ଇଚ୍ଛା ବି ନାହିଁ। ଧୀରେ ଧୀରେ ବହୁତ୍ ନିର୍ଦ୍ଦୟ ହୋଇ ପଡୁଛି ଆଜିର ମଣିଷ। ଯେମିତି ତା ପାଖରେ ଦୟାଭାବ ବୋଲି କିଛି ନାହିଁ। ଅନ୍ୟର କ୍ଷତି କରିବା, ସହାୟତା ନକରିବା ଏବଂ ଆତଙ୍କରାଜ ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହେଇ ପଡ଼ିଛି ଆଜିର ମନିଷ।

ତେଣୁ ଏକ ପ୍ରକାର ଅପ୍ରୀତିକର ସ୍ଥିତି ଏବଂ ଅସ୍ଥିରତା ଦେଇ ସାଧାରଣ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି କହିଲେ ଚଳେ। କାରଣ ଏହି ସମାଜରେ କାହା ପାଖରୁ ବିନା ସ୍ୱାର୍ଥରେ ସାହାଯ୍ୟ ଆଶା କରିବା ଯେପରି କାଠିକର ପାଠ ହୋଇ ଗଲାଣି। ତେଣୁ ସ୍ୱାର୍ଥପୂର୍ଣ୍ଣ ଏହି ମଣିଷ ସମାଜରେ ସ୍ବାର୍ଥ ସରିଗଲେ କେହି କାହାକୁ ଚିହ୍ନନ୍ତି ନାହିଁ।ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ। କାହା ପ୍ରତି କାହାର ବି ଯେମିତି ଦୟାଭାବ କି ଉଦାରତା ଆଉ ନାହିଁ। ତେବେ ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।

କିନ୍ତୁ ଏସବୁ ପରେ ବି କିଛି ଉଦାର ଏବଂ ମାନବିକତା ଥିବା ଲୋକେ ଆଜିର ଦୁନିଆରେ ଅଛନ୍ତି।ଯେଉଁ ମାନଙ୍କର ମହାନତା ପାଇଁ ଏବଂ ଭଲ କାମ ପାଇଁ ଦୁନିଆ ଚାଲିଛି। ଆମେ ଏକଥା ଏଥିପାଇଁ କହୁଛୁ ଯେ ନିକଟରେ ଏକ ଘଟଣା ଏହିଭଳି ଘଟିଛି, ଯେଉଁ ଘଟଣାରେ ଜଣେ ଯୁବତୀ ଗାଡ଼ିର ଟାୟାର ରେ ସମସ୍ୟା ଦେଖାଦେବା କାରଣରୁ କାରରୁ ବାହାରି ସେ ବ୍ୟସ୍ତ ହୋଇ ଛିଡା ହୋଇଥିଲେ। ଏହାପରେ ସେ ଅନେକଙ୍କୁ ସାହାଯ୍ୟ ପାଇଁ ଅଟକିବା ପାଇଁ କହିଲେ। କିନ୍ତୁ କିଏ ସାହାଯ୍ୟ ନକରି ପଳେଇଲେ ତ ପୁଣି କିଏ ଯୁବତୀଙ୍କ ସହ ଖରାପ୍ ବ୍ଯବହାର କଲେ।

ଯୁବତୀ ଜଣଙ୍କ ମଝି ରାସ୍ତାରେ ଏପରି ହଇରାଣ ହେଉଥିବାର ଦେଖି ଜଣେ ଆର୍ମି, ଯିଏକି ସେ ରାସ୍ତାଦେଇ ଯାଉଥିଲେ ସେ ଏହାକୁ ଦେଖି ଅଟକିଥିଲେ। ଏହାପରେ ସେ ଯୁବତୀଙ୍କୁ ସାହାଯ୍ୟ କରିବାକୁ ଯାଇ ଗାଡ଼ି ଭିତରେ ଥିବା ନୂଆ ଟାୟାର କୁ ଆଣି ପୁରୁଣା ଟାୟାର କୁ ବଦଳାଇ ଦେଲେ। ଏହାପରେ ଯୁବତୀ ଜଣଙ୍କ ଗାଡ଼ି ଠିକ୍ ହୋଇଯିବାରୁ ସେ ଯିବାକୁ ସକ୍ଷମ ହେଲେ ଏବଂ ଯୁବତୀ ଜଣଙ୍କ ତାଙ୍କୁ ଧନ୍ୟବାଦ ଦେଲେ। ତେବେ ଏଠାରେ ଆର୍ମୀ ଅଫିସର୍ ଙ୍କ ଏଭଳି କାର୍ଯ୍ୟକୁ ଦେଖି ଲୋକେ ତାଙ୍କର ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.