Swastik Tv News Odisha

CCTV ରେ ରେକର୍ଡ ହୋଇଗଲା ଏମିତି ଭିଡ଼ିଓ ଆପଣ ପ୍ରସଂଶା ନକରି ରହି ପାରିବେନି…. Please ଏହି ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ 🙏💖👏

0

ଆଜିର ଏହି ଦୁନିଆରେ ଅନେକ ଲୋକ ଏମିତି ରହିଛନ୍ତି, ଯେଉଁମାନେ ଅନେକ ଦୁଃଖ କଷ୍ଟ ଏବଂ ଅଭାବ ଭିତରେ ସେମାନଙ୍କ ଜୀବନ ଅତିବାହିତ କରୁଛନ୍ତି। ଅଭାବ, ଅନଟନ ଭିତରେ ତାଙ୍କର ଦିନ କଟୁଥିବା ବେଳେ ଅନେକ ସମୟରେ ସେମାନେ ନାହିଁ ନଥିବା ଅବସ୍ଥା କୁ ସମ୍ମୁଖୀନ କରନ୍ତି। ଦିନକୁ ଦି ଓଳି ଖାଇବା ମଧ୍ଯ ତାଙ୍କ ଭାଗ୍ୟରେ ନଥାଏ। ତେବେ ଏଥିପାଇଁ ସେମାନେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା, ଶିକ୍ଷା ଆଦିରୁ ବଞ୍ଚିତ ହୋଇ ରହିଥାନ୍ତି। ଦିନ କାଟିବାକୁ ତାଙ୍କୁ ଅନେକାଂଶରେ ଭିକ୍ଷା ବୃତ୍ତି କରିବାକୁ ପଡ଼ିଥାଏ। ତେବେ ଏହିଭଳି ଅସହାୟ, ଦରିଦ୍ର ଲୋକ ମାନଙ୍କୁ କିଏ ସହାୟତାର ହାତ ବଢ଼ାଏ ତ ପୁଣି କିଏ ହେୟଜ୍ଞାନ କରି ଚାଲିଯାଏ।

ଅନେକ ଲୋକ ଏପରି ରହିଛନ୍ତି ଯେଉଁମାନେ ଅସହାୟ ଲୋକ ମାନଙ୍କର ଏପରି ଅବସ୍ଥାକୁ ଅଣଦେଖା କରି ଦିଅନ୍ତି। କିନ୍ତୁ ଏବେବି ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ବହୁତ୍ ହୃଦୟବାନ ଅଟନ୍ତି ଏବଂ ସେମାନଙ୍କର ଉଦାରତା ପାଇଁ ସେମାନେ ଲୋକଙ୍କର ପ୍ରଶଂସାର ପାତ୍ର ହୋଇଥାନ୍ତି। ମଣିଷର ମଣିଷ ପଣିଆ ଏବଂ ଉଦାରତା କିପରି ଅସହାୟ ଲୋକଙ୍କ ପ୍ରତି ରହିଥାଏ ତାହାର ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି।ଏବେ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି ମଣିଷର ଉଦାରତା ର ଘଟଣା ଦେଖିବାକୁ ମିଳିଛି। ମଣିଷ କିପରି ଭାବରେ ଅଭାବରେ ଥିବା ଅସହାୟ ଲୋକ ମାନଙ୍କୁ ସହାନୁଭୂତି ଦେଖାଇଥାଏ ତାର ଦୃଶ୍ୟ ଅନେକ ସମୟରେ ଆପଣ ଦେଖିବାକୁ ପାଇଥିବେ।

ଯାହା ଏବେ ପୁଣି ଦେଖିବାକୁ ମିଳିଛି।ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି ଏକ ଅସହାୟ ପିଲାଟି ଜଣେ ଦମ୍ପତ୍ତି ଙ୍କୁ ରାସ୍ତାରେ ଅଟକାଇ କିଛି ସାହାଯ୍ୟ ମାଗୁଛନ୍ତି। ଆଉ ଏହାପରେ ସ୍ବାମୀ ପର୍ସ ରୁ ଟଙ୍କା କାଢି ଦେବାକୁ ଯାଉଥିବା ସମୟରେ ସ୍ତ୍ରୀ ମନା କରୁଛନ୍ତି ଏବଂ ସେ ପ୍ରଥମେ ପିଲାଟିକୁ କପଡ଼ା ବ୍ୟାଗ୍ କୁ କାଟି ଡ୍ରେସ୍ ଭଳି କରି ପିଲାଟିକୁ ପିନ୍ଧାଇ ଦେଉଛନ୍ତି। ଆଉ ତାପରେ ସେ ରାସ୍ତା କଡ଼ରେ ଥିବା ଏକ ଟେବୁଲ୍ କୁ ଆଣି ପିଲାଟିର ସାମ୍ନାରେ ରଖି ସେଥିରେ ତାଙ୍କ ସ୍କାର୍ପ କୁ ମେଲାଇ ଦେଉଛନ୍ତି।

ଆଉ ଏକ କାଗଜରେ ଲେଖି ଦେଉଛନ୍ତି ଯେ ଗୋଟିଏ ମାସ୍କର ଦାମ୍ ୧୦ ଟଙ୍କା। ଆଉ ଏହି କାଗଜକୁ ଟେବୁଲ୍ ଆଗରେ ଲଗାଇ ଦେଉଛନ୍ତି। ଏହାପରେ ମହିଳା ଜଣଙ୍କ ଟେବୁଲ୍ ରେ କିଛି ମାସ୍କ ରଖି ଦେଉଛନ୍ତି। କିଛି ସମୟ ପରେ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିବା ବେଳେ ସେହି ମାସ୍କ ଦେଖି ପିଲାଟିକୁ ଟଙ୍କା ଦେଇ ମାସ୍କ କିଣୁଛନ୍ତି ଏବଂ ପିଲାଟି ଏହାକୁ ଦେଖି ବହୁତ୍ ଖୁସି ହୋଇ ଯାଉଛି। ତେବେ ଦମ୍ପତ୍ତି ଙ୍କ ଏପରି କାର୍ଯ୍ୟକୁ ଦେଖି ସମସ୍ତେ ଖୁସି ହେବା ସହ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.