Swastik Tv News Odisha

ଦେଖନ୍ତୁ Live ଭିଡ଼ିଓ : ମୃତ୍ୟୁ ପୂର୍ବରୁ ଭିଡିଓ ଜାରି କଲେ ଯୁବକ… କଣ କହୁଛନ୍ତି… ଦେଖନ୍ତୁ Video

0

ପ୍ରେମ, ପ୍ରତାରଣା ଏବଂ ପରସ୍ପର ଠାରୁ ଦୂରେଇ ଯିବାର ଦୁଃଖକୁ ଭୁଲି ନପାରି ଆଜିର ଯୁବପିଢି ବେଳେବେଳେ କିଛି ଏମିତି ପଦକ୍ଷେପ ନେଉଛନ୍ତି ତାହା ତାଙ୍କ ପରିବାରକୁ ଏକ ଏପରି ଦୁଃଖ ବେଦନା ଦେଇ ଯାଉଛି, ଯାହାକୁ ଭୁଲି ଆଗକୁ ବଢିବା କଷ୍ଟକର ହୋଇ ପଡ଼ୁଛି ବାପା ମାଆଙ୍କ କ୍ଷେତ୍ରରେ। ତେବେ ଏଭଳି ଘଟଣା ନିକଟରେ ଦୁଇ ଦୁଇଟି ଘଟି ଯାଇଛି। ଯେଉଁଠି ଝିଅ ଅର୍ଥାତ୍ ପ୍ରେମିକା ପାଇଁ ପ୍ରେମିକ ଜୀବନ ହାରି ଦେଇଛି। କିନ୍ତୁ ତା ବଦଳରେ କିଛିବି ମିଳିନାହିଁ ତାକୁ। ପ୍ରଥମେ ଭୁବନେଶ୍ଵର ର ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ କଥା ଏବଂ ପରେ ସାମ୍ନାକୁ ଆସିଛି ଅନୁଗୁଳ ସୌଭାଗ୍ଯନଗର ର ଅଭିଜିତ ପଟ୍ଟନାୟକ ଓରଫ ଜ୍ୟାକିଙ୍କ କଥା।

ତାଙ୍କୁ ହରାଇ ଏବେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଯୁବକ ଅଭିଜିତ ପଟ୍ଟନାୟକ ଙ୍କ ଆତ୍ମହତ୍ୟାଏବେ ପୁଣି ସମସ୍ତଙ୍କୁ ବ୍ୟଥିତ କରିଛି।ଏହା ଏଭଳି ଏକ ଦୁଃଖଦ ଘଟଣା ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ତେବେ ପ୍ରେମ ପାଇଁ ଜୀବନ ହାରିଛନ୍ତି ଏହି ପ୍ରେମିକ। ଆଉ ଏହି ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳ ସୌଭାଗ୍ଯନଗର ର ଅଭିଜିତ ପଟ୍ଟନାୟକ। ଯାହା ଜଣା ପଡ଼ିଛି ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହୋଇଯିବା ପରେ ପ୍ରେମିକାର ବିରହ କୁ ସହି ନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଯାଇଛି ଏହି ଯୁବକ ଜଣଙ୍କ।

ବେକରେ ଦଉଡି ଦେବା ପୁର୍ବରୁ ନିଜର ହାତ ଲେଖା ଚିଠି ତାର ସେହି ବିରହ ବେଦନାକୁ ବୟାନ କରୁଛି।ନିଜ ପ୍ରେମିକା କୁ ଛାଡି ରହି ପାରିବନି ବୋଲି ସେ ମୃତ୍ୟୁ ପୁର୍ବରୁ କରିଥିବା ଭିଡିଓ ରେ ସ୍ପଷ୍ଟ ଭାବରେ କହୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ସେ ତାଙ୍କର ମାଆ ଙ୍କୁ କହୁଛନ୍ତି ମାଆ ମୁଁ ସେ ଝିଅ ବିନା ବଞ୍ଚି ପାରିବିନି। ମୁଁ ତା ବିନା ରହି ପାରୁନି। ସରି ମାଆ। ତେବେ ପ୍ରେମ ଆଉ ବିରହର କାହାଣୀ ରହିଥିଲା କିଛି ଏହିପରି। ତେବେ ତାଙ୍କର ମୃତ୍ୟୁ ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ପ୍ରେମିକା ପାଇଁ ଏଭଳି ଏକ ନିଷ୍ପତ୍ତି ନେବା ସମସ୍ତଙ୍କୁ ବ୍ୟଥିତ ଏବଂ ଚକିତ କରିଛି।

ତେବେ ଆପଣଙ୍କୁ କହି ରଖୁଛୁ କି ଏକ ଘରୋଇ କମ୍ପାନୀରେ ଇଂଜିନିୟରି ଭାବେ କାମ କରୁଥିଲେ ଏହି ଯୁବକ ଜଣଙ୍କ। ସେ ଭଲ ଦରମା ବି ପାଉଥିଲେ। ତାଙ୍କ ଘରେ ତାଙ୍କର ବୁଢ଼ୀ ମା, ଭାଇ ଭାଉଜ ଆଉ କୁନି ଝିଆରୀ ଅଛନ୍ତି। ସବୁଥାଇ ବି ଜ୍ୟାକି ଙ୍କୁ ଧୋକା ଦେଲା ପ୍ରେମ। ଆଉ ଶେଷରେ ସେ କଷ୍ଟକୁ ସହି ନପାରି ଆତ୍ମହତ୍ୟା କରି ଦେଇଛନ୍ତି ଯୁବକ ଜଣଙ୍କ।କିନ୍ତୁ ଆତ୍ମହତ୍ୟା ଯେ ସବୁ ଦୁଃଖ ଏବଂ ସମସ୍ୟାର ସମାଧାନ ନୁହେଁ ଏହାକୁ ଥରେ ଭଲ ଭାବରେ ଭାବିବା ଉଚିତ୍, ଯାହା ଆଜିକାଲି ର କିଛି ଯୁବପିଢି ଭାବୁ ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.