Swastik Tv News Odisha

“Rajveer ର ଜୀବନକୁ ନେଇ ଖେଳନ୍ତୁନି…ମୋ ପୁଅକୁ ମାରିବା ପାଇଁ ଏହା ତାଙ୍କର ପ୍ଲାନ”… ଦେଖନ୍ତୁ କେମିତି କାନ୍ଦି କାନ୍ଦି ଅନୁରୋଧ କଲେ ରାଜବିର ର ମାଆ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି କିପରି ଭାବରେ ନିଜର ପୁଅର ଜୀବନକୁ ବଞ୍ଚାଇବା ପାଇଁ ବାପା, ମାଆ ଦୁଇଜଣ ଦେଶବାସୀ ଙ୍କ ପାଖରେ ଦୀର୍ଘଦିନ ହେଲା ଗୁହାରି କରି ଆସୁଛନ୍ତି। ଯେମିତି ବି ହେଉ ସହାୟତା ର ହାତ ବଢ଼ାଇ ତାଙ୍କ ପୁଅକୁ ଏଭଳି ଏକ ବଡ଼ ବିପଦରୁ ରକ୍ଷା କରିବା ପାଇଁ ବାପା ମାଆ ଙ୍କ କରୁଣ ନିବେଦନ ତ ଆପଣ ନିଶ୍ଚିତ ଦେଖିଥିବେ।କନ୍ଧମାଳର ଆମ୍ବପଡ଼ାର କୁଳମଣି ରଣା ଏବଂ ତମଲିକା ଦାସଙ୍କ ମାତ୍ର ୨୧ ମାସର ପୁଅ ହେଉଛି ରାଜବୀର । ତାକୁ ହୋଇଛି ଏକ ଏମିତି ରୋଗ ଯେଉଁଥିରେ ଦରକାର ଅନେକ ଟଙ୍କା। ଆଉ ଏଥିପାଇଁ ବାପା ମାଆଙ୍କ ପାଖରେ ସେତିକି ପରିମାଣରେ ଅର୍ଥ ନଥିବାରୁ ସେମାନେ ଲୋକଙ୍କ ସହାୟତା ଲୋଡିଛନ୍ତି।

ବାପା ମାଆଙ୍କ ପାଇଁ ଅର୍ଥ ସାଜିଛି ବାଧକ।ରାଜବୀରକୁ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ଭଳି ଏକ ସାଂଘାତିକ ରୋଗ ହୋଇଛି। ଆଉ ତାର ଚିକିତ୍ସା ପାଇଁ ଦରକାର ‘ଜୋଲଗେନ୍ସମା’ ଇଞ୍ଜେକସନ। ଆଉ ଏହି ଔଷଧର ଦାମ୍‌ ହେଉଛି ୧୬ କୋଟି ଟଙ୍କା। ଆଉ ମାତ୍ର କେତେଦିନ ମଧ୍ୟରେ ରାଜବିର ଙ୍କୁ ଏହି ଇଞ୍ଜେକସନ ଦେବାକୁ ହେବ। ଏବେ ସୋସିଆଲ ମିଡିଆରେ ଏହି ଖବର ବେଶ୍ ଭାଇରାଲ ହେଉଛି ଏବଂ ଅନେକ ଲୋକ ତାଙ୍କର ସାମର୍ଥ୍ୟ ଅନୁସାରେ ସହାୟତାର ହାତ ବଢାଉଛନ୍ତି ଏଵଂ ପିଲାଟି ଜଲଦି ସୁସ୍ଥ ହେଉ ବୋଲି ପ୍ରାର୍ଥନା କରିଛନ୍ତି।ଏଥିପାଇଁ ଯୋଗାଡ଼ ଚାଲିଛି ଟଙ୍କା।ତେବେ ଆପଣଙ୍କୁ କହି ରଖୁଛୁ ଯେ ରାଜବୀର ଏବେ ବେଙ୍ଗାଲୁରର ଏକ ହସପିଟାଲରେ ଚିକିତ୍ସିତ ହେଉଛି।

ରାଜବୀରଙ୍କ ବାପା ମାସକୁ ତାଙ୍କର ରୋଜଗାର ବହୁତ୍ କମ୍ ଥିବାରୁ,ସ୍ୱଳ୍ପ ଆୟ ଥିବାରୁ ଏବେ ଏପରି ଏକ ବିପଦରୁ ରକ୍ଷା ପାଇବା ପାଇଁ ସେ ଆର୍ଥିକ କ୍ଷେତ୍ରରେ ସମର୍ଥ ହୋଇ ପାରୁ ନାହାଁନ୍ତି। ତାଙ୍କର ସଞ୍ଚୟ ସମସ୍ତ ପୁଞ୍ଚି ଓ ଧାର କରଜ କରି କୁଳମଣୀ ପୁଅର ଚିକିତ୍ସା ପାଇଁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସରି ଗଲାଣି। ତଥାପି ରାଜବୀରଙ୍କୁ ବଞ୍ଚାଇବାକୁ ହେଲେ ଆହୁରି ୧୬ କୋଟି ଟଙ୍କା ଆବଶ୍ୟକ। ଏହି ସମୟରେ ଓଡିଶାବାସୀ ଙ୍କୁ ସାହାଯ୍ୟ କରିବା ପାଇଁ ରାଜବୀର ଙ୍କ ମାଆ ଅନୁରୋଧ କରିଥିଲେ। ଲୋକେ ମଧ୍ଯ ରାଜବିର ଙ୍କ ପାଇଁ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି।

ଏହି ସମୟରେ କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କୁହାଯାଉଛି ଏହି ଭିଡିଓ ହେଉଛି ରାଜବିର ର ସୁସ୍ଥତା ପାଇଁ ହେଉଥିବା ମନି କଲେକସନ୍ କୁ ନେଇ ହେଉଥିବା ଝଗଡାର ଭିଡିଓ। କିନ୍ତୁ ଏହି ଖବର ଭାଇରାଲ ହେବାପରେ ରାଜବିର ର ମାଆ କହିଛନ୍ତି ଏଥିରେ ବିଶ୍ୱାସ କରନ୍ତୁ ନାହିଁ,ଏହା ହେଉଛି ବହୁତ୍ ପୁରୁଣା ଭିଡିଓ। କେହି ଜଣେ ଆମର କ୍ଷତି କରିବାକୁ ଏପରି ଅପପ୍ରଚାର କରୁଛି ଏବଂ ଏପରି ହେଲେ ମୁଁ ଆତ୍ମହତ୍ୟା କରିଦେବି ବୋଲି କହିଛନ୍ତି ରାଜବିରର ମାଆ। ତେଣୁ ଏପରି ଅପପ୍ରଚାର ନକରି ତାଙ୍କୁ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.