Swastik Tv News Odisha

ଜୀବନରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ କିମ୍ବା ହାରି ଯାଇଥିଲେ, ଏହି କାହାଣୀକୁ ଥରେ ନିଶ୍ଚୟ ଶୁଣିବେ

0

ଆଜି ଆମେ ଏକ ଏମିତି କାହାଣୀ, ଏମିତି ଏକ ପ୍ରସଙ୍ଗ ଆପଣଙ୍କୁ କହିବୁ ଯାହା ଶୁଣିବା ପରେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବ ଏବଂ ଏହା ଏକ ନୂତନ ଉନ୍ମାଦନା ସୃଷ୍ଟି କରିବ ମନ ଭିତରେ। ଆମ ଜୀବନରେ ଏହି ସଂଗ୍ରାମ ସବୁବେଳେ ଲାଗି ରହିଥାଏ ଯେ ଆମ ଜୀବନରେ ଲୁଚି ରହିଥିବା ଅପ୍ରିୟ ସତ୍ୟକୁ ସାମ୍ନାକୁ ଆଣିବା। ତେଣୁ ଏହି କାହାଣୀ ବହୁତ୍ ପ୍ରେରଣାଦାୟୀ। ଯେତେବେଳେ ଆପଣ ଦୁଃଖିତ ଥିବେ, ମନ ଖରାପ୍ ଥିବ,ସେହି ସମୟରେ ଏହି କାହାଣୀକୁ ଶୁଣିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ତେବେ ଆଜି ଏହି ଭିଡିଓରେ ଆସନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ ଜାଣିବା ଯାହା ଜାଣିବା ଆମ ପାଇଁ ନିହାତି ଆବଶ୍ୟକ।

ଯଦି ଆପଣ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି, ନିରାଶ ହୋଇ ଯାଇଛନ୍ତି ବୋଲି ଭାବୁଛନ୍ତି ତେବେ ଆପଣ ଏହି କାହାଣୀ କୁ ନିଶ୍ଚିତ ଥରେ ଶୁଣନ୍ତୁ। ଏଠାରେ ଏକ ସନ୍ଥଙ୍କ କାହାଣୀ କୁହା ଯାଇଛି ଏହି ଭିଡିଓ ରେ। ଯେଉଁ ସନ୍ଥ ଯେଉଁଠି କୁ ଯାଇ ନୃତ୍ୟ କରୁଥିଲେ ସେହି ସ୍ଥାନରେ ବର୍ଷା ହେଉଥିଲା ଏବଂ ଏହାଦ୍ଵାରା ଲୋକଙ୍କ ମଙ୍ଗଳ ହେଉଥିଲା।ପରେ କିଛି ଦିନ ପରେ କିଛି ଲୋକେ ତାଙ୍କୁ ତାଙ୍କ ଅଞ୍ଚଳର ଅସୁବିଧା ନେଇ ଗଲେ ଏବଂ ସମସ୍ୟା ଜଣାଇଲେ କି ତାଙ୍କ ଅଞ୍ଚଳରେ ଦୀର୍ଘଦିନ ଧରି ବର୍ଷା ହୋଇନାହିଁ, ଚାଷ କାର୍ଯ୍ୟ ହୋଇନାହିଁ।ଆଉ ଏହା ପରେ ସନ୍ଥ କହିଲେ ସମସ୍ତେ ଯଜ୍ଞରେ ବସ ଏବଂ ଯଜ୍ଞ ସରିବା ପରେ ପ୍ରାର୍ଥନା କରିବାକୁ ପଡିବ।

ଯାହାବି କଲେବି କିଛି ସୁଫଳ ମିଳି ନଥିଲା। ତାପରେ ସନ୍ଥ କହିଲେ ମୋ ହାତରେ ଆଉ କିଛି ନାହିଁ। ଏହାପରେ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କଲେ ଆଉ ନାମ ଜପିଲେ। ଏହାରି ଭିତରେ ଜଣେ କୁନି ଝିଅ ବି ଏହିଭଳି ନୃତ୍ୟ କରି ଭଗବାନଙ୍କୁ ଗୁହାରି କରୁଥାଏ।ସେ କିନ୍ତୁ ଛତା ଧରି ଆସିଥାଏ। ଏହାକୁ ଦେଖି ଅନ୍ୟମାନେ ପଚାରିଲେ ଛତା କାହିଁକି ଧରି ଆସିଛି ବୋଲି। ତାପରେ ଝିଅଟି କହିଲା ବର୍ଷା ହେଲେ ମୁଁ ଭିଯିଜିବି। ମୋ ଦେହ ଖରାପ ହେବ ଓଦା ହେଲେ। ଏହା ଶୁଣି ଲୋକେ ହସିଲେ ଏବଂ କହିଲେ ଏହା କିପରି ସମ୍ଭବ। ବର୍ଷ ବର୍ଷ ଧରି ବର୍ଷା ନହୋଇ ମରୁଡି ହୋଇଛି।

କିନ୍ତୁ ପିଲାଟିର ଏଭଳି ପ୍ରାର୍ଥନା ଅନବରତ ଚାଲିଥାଏ। ସମସ୍ତେ ଭାଂଗି ପଡ଼ିଲେ, ଆଶା ମଉଳି ଗଲା ସେମାନଙ୍କର। କିନ୍ତୁ ପିଲାଟି ଜାରି ରଖିଥାଏ ତାର ପ୍ରାର୍ଥନା ଏବଂ ନୃତ୍ୟ। ଶେଷରେ ପଞ୍ଚମ ଦିନ ଅର୍ଦ୍ଧ ରାତ୍ରୀରେ ଈଶ୍ୱର ପିଲାଟିର ଡାକ ଶୁଣିଲେ ଏବଂ ବାଦଲ ଫାଟି ବର୍ଷା ହେଲା ଏବଂ ସମସ୍ତେ ଏହାକୁ ଦେଖି ଆଶ୍ଚର୍ୟ୍ଯ ହେବା ସହିତ ଖୁସି ହେଲେ। ତେଣୁ ପିଲାଟିର ଅନବରତ ପ୍ରୟାସ ଏବଂ ବିଶ୍ୱାସ ଫଳରେ ଏଭଳି ଏକ ଅସମ୍ଭବ ସମ୍ଭବ ହୋଇ ପାରିଲା। ତେବେ ଏହି କାହାଣୀ ଆପଣଙ୍କୁ ବହୁତ କିଛି ଶିକ୍ଷା ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.