Swastik Tv News Odisha

ସାବଧାନ ! ମହାଶିବରାତ୍ରୀ ( 01 march ମଙ୍ଗଳବାର ) କେଉଁ କାମ କଲେ ଶୁଭ ଏବଂ କେଉଁ କାମ କଲେ ଅଶୁଭ ଜାଣି ରଖନ୍ତୁ , ନହେଲେ…

0

ଆଗକୁ ଆସିବାକୁ ଯାଉଛି ମହାଶିବରାତ୍ରୀ , ଏହି ଦିନ ସମସ୍ତ ବ୍ୟକ୍ତିଙ୍କ ପାଇଁ ବହୁତ ଖାସ୍ ଦିନ ଅଟେ । କିନ୍ତୁ ଏହି ଦିନରେ କେତେକ କାର୍ଯ୍ୟ କରିବା ବାରଣ କରାଯାଇଥାଏ , ଯାହାକୁ ମାନି ଚଳିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ କଥା ହେବା ମହାଶିବରାତ୍ରୀ ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ ସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।

ମହାଶିବରାତ୍ରୀ ଦିନ କେବେହେଲେ କ୍ଷର କିମ୍ୱା ଛର ହୁଅନ୍ତି ନାହିଁ , ତା ସହିତ ଆପଣ ମାନେ ମହାଶିବରାତ୍ରୀ ଦିନ ଆମିଷ ଭୋଜନ କରନ୍ତୁ ନାହିଁ । ଏହି ଦିନ ଚେଷ୍ଟା କରିବେ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବା ପାଇଁ ଚେଷ୍ଟା କରନ୍ତୁ । ଯଦି ପାରୁଛନ୍ତି ମହାଶିବରାତ୍ରୀ ଦିନ ଉପବାସ ରହିବା ପାଇଁ ଚେଷ୍ଟା କରନ୍ତୁ , ଏହା ଶରୀରର ପାଇଁ ବହୁତ ବେନିଫିଟ୍ ହୋଇଥାଏ । ବିଦ୍ୟାର୍ଥୀ ମାନେ ମଧ୍ୟ ଶିବ ଦର୍ଶନ କରିବା ଅତ୍ୟନ୍ତ ଜରୁରୀ , ଏହା ଫଳପ୍ରଦ ହୋଇଥାଏ । ତା ସହିତ ଏହି ଦିନରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖନ୍ତୁ ନାହିଁ ଏବଂ କଳିଝଗଡା ଠୁ ଦୂରେଇ ରୁହନ୍ତୁ । ଯଦି ଆପଣ ମାନେ ସ୍ୱାମୀ ସ୍ତ୍ରୀ ଙ୍କ ସହିତ ଭଲ ସମ୍ପର୍କ ଚାହାନ୍ତି ତେବେ ଶିବଙ୍କ ଦର୍ଶନ ଅବଶ୍ୟ କରନ୍ତୁ ।

ସଂସାରିକ ଜୀବନ ଯଦି ସୁଖମୟ ଚାହୁଁଥାନ୍ତି , ତେବେ ଶିବମନ୍ଦିର ଅବଶ୍ୟ ଯାଆନ୍ତୁ ଏବଂ ମହାଦେବଙ୍କ ଦର୍ଶନ କରନ୍ତୁ । ସକାଳୁ କିମ୍ୱା ସନ୍ଧ୍ୟାରେ ପୂଜା କଲେ ବହୁତ ବେନିଫିଟ୍ ହୋଇଥାଏ , ତା ସହିତ ଜାଗରର ମହାଦୀପ ଉଠି ସାରିବା ପରେ ଆପଣ ମାନେ ଯାହା କିଛି ଖାଇପାରିବେ । ଏହି ଦିନ ଉଷନା ବଦଳରେ ଅରୁଆ ଚାଉଳର ଭାତ ଖାଆନ୍ତୁ , ଏହି ଦିନରେ କୌଣସି ପ୍ରକାର ଦାନ ପ୍ରଦାନ ମଧ୍ୟ କରିପାରିବେ । ଭଗବାନ ଶିବ ବହୁତ କମ ଭକ୍ତିରେ ସନ୍ତୁଷ୍ଟ ହୋଇଥାନ୍ତି , ଯଦି ଆପଣଙ୍କର କୌଣସି ଧନ ସମସ୍ୟା ରହିଥାଏ ତେବେ ଦ୍ୱିତୀୟ ପ୍ରହରରେ ପୂଜା କରନ୍ତୁ ନିଶ୍ଚିତ ରୂପରେ ଧନ ଜନିତ ସମସ୍ୟା ଦୂର ହେବ ।

ଯେତେବେଳେ ଶିବ ମନ୍ଦିର ଯାଉଛନ୍ତି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ , ଯେତେବେଳେ ଆପଣ ମାନେ ମନ୍ଦିରକୁ ପ୍ରବେଶ କରୁଛନ୍ତି ସାମ୍ନାରେ ଥିବା ବୃଷଭକୁ ନମସ୍କାର କରନ୍ତୁ । ଅନେକ ଲୋକମାନେ ଏହି ଭୁଲ କରିଥାନ୍ତି କି ବୃଷଭକୁ ନମଷ୍କାର କରିବା ଭୁଲି ଯାଇଥାନ୍ତି । କିନ୍ତୁ ସେମିତି କରିବା ଆଦୌ ଉଚିତ୍ ନୁହେଁ , ଶିବ ମନ୍ଦିର ଯିବା ସମୟରେ ଭଗବାନଙ୍କର ପ୍ରିୟ ଜିନିଷ ଗୁଡିକ ସାଙ୍ଗରେ ନେଇକରି ଯାଆନ୍ତୁ । ନଡିଆ , କଦଳୀ ଏବଂ କ୍ଷୀର ନେଇକରି ଯାଆନ୍ତୁ , ସେହି ଦିନ କୌଣସି ମାନସିକ ମଧ୍ୟ ରଖିପାରିବେ ତାହା ନିଶ୍ଚିତ ରୂପରେ ଫଳପ୍ରଦ ହେବ । ପ୍ରଭୁ ଭୋଳାନାଥଙ୍କ କୃପା ଆପଣଙ୍କୁ ଆବଶ୍ୟ ପ୍ରାପ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.