Swastik Tv News Odisha

Exclusive Vidual – ୟୁକ୍ରେନ ରେ ଗଇଁଠା ଖାଇଲେ ଭାରତୀୟ… ବିଭୀଷିକାର ଲୋମ ଟାଙ୍କୁରା ଦୃଶ୍ୟ… ଦେଖନ୍ତୁ ଭିଡ଼ିଓ

0

ଏବେବି ଜାରି ରହିଛି ଦୁଇ ଦେଶ ମଧ୍ୟରେ ଲଢେଇ। ଦୁଇ ଦେଶର ଏଭଳି ଯୁଦ୍ଧ ପରିସ୍ଥିତିରେ ସମସ୍ତେ ଏକ ପ୍ରକାର ଭୟଭୀତ ଏବଂ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି। ତେବେ ୟୁକ୍ରେନ ଉପରେ ରୁଷିଆର ଲଗାତାର ଆକ୍ରମଣ ଫଳରେ ବେଳକୁ ବେଳେ ହତାସ ହୋଇ ଯାଉଛି ୟୁକ୍ରେନ୍। ଅନେକ କ୍ଷୟକ୍ଷତି ବି ତାକୁ ସହିବାକୁ ପଡ଼ି ସାରିଛି। ହେଲେ ମୁଣ୍ତ ନ ନୁଆଇଁ ଶେଷ ପର୍ଯ୍ୟନ୍ତ ଲଢିବାକୁ ସ୍ଥିର କରିଛି ୟୁକ୍ରେନ। ଆଉ ୟୁକ୍ରେନ ଏଥର ଦାବି କରିଛି ଯେ ଗତ ୪ ଦିନ ମଧ୍ୟରେ ଅର୍ଥାତ୍ ଯୁଦ୍ଧ ଆରମ୍ଭ ହେବା ଦିନରୁ ଏପର୍ଯ୍ୟନ୍ତ ରୁଷିଆ ପ୍ରାୟ୍ର ୪୩୦୦ ସେନା ଓ ୧୪୬ ଟ୍ୟାଙ୍କ ହରାଇ ସାରିଲାଣି। ଏହାଛଡା ଆଗକୁ ମଧ୍ଯ ଏହି ସଂଖ୍ୟା ଆହୁରି ବଢିପାରେ।

ତେବେ ଯାହା ଦେଖିବାକୁ ମିଳୁଛି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଯୁଦ୍ଧର ଚତୁର୍ଥ ଦିନ। ରବିବାର ରୁଷିଆ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍‌।ରୁଷିଆର ମିଶାଇଲ ଆକ୍ରମଣରେ ଥରହର ହୋଇ ଉଠିଛି ୟୁକ୍ରେନ୍ ଭୂମୀ। ଘମାଘୋଟ ଲଢେଇ ରେ ଏଥିରେ ଉଭୟ ଧନଜୀବନ କ୍ଷୟକ୍ଷତି ହୋଇ ଚାଲିଛି। ତେବେ ଏଭଳି ପରିସ୍ଥିତିରେ ୟୁକ୍ରେନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରା ଯାଇଥିବା ବୟାନ ଅନୁଯାୟୀ, ରୁଷିଆ ଆକ୍ରମଣରେ ଏବେ ୩୦୦ ରୁ ଉର୍ଦ୍ଧ୍ବ ୟୁକ୍ରେନ୍ ନାଗରିକଙ୍କର ମୃତ୍ୟୁ ହେଲାଣି।

ଆଉ ଏଥିରେ ୧୪ ଶିଶୁ ସାମିଲ ଅଛନ୍ତି। ଧିରେ ଧିରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ତେବେ ଏଭଳି ପରିସ୍ଥିତି ରେ ଅନେକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଭୟଭୀତ ଅବସ୍ଥାରେ ରହିଛନ୍ତି।ଏହି ସମୟରେ ଏକ ଏପରି ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଛାତି ଫାଟିଯିବା ଭଳି ଲାଗୁଛି।ଏହା ଏଭଳି ଏକ ଦୃଶ୍ୟ ଯାହା ସାଧାରଣରେ ବୟାନ କରୁଛି ଯେ କିପରି ଭାବରେ ଅସହିଷ୍ଣୁ ହୋଇ ପଡ଼ିଛି ୟୁକ୍ରେନ ର ସୈନ୍ୟ ଏବଂ ପୋଲିସ୍ କର୍ମଚାରୀ ମାନେ। ଏଠାରେ ଏହି ଦୃଶ୍ୟରେ ଜଣେ ଭାରତୀୟକୁ ଟର୍ଚର୍ କରା ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଯାହା କୁହା ଯାଉଛି ଏବଂ ଭିଡିଓ ରେ ଦେଖିବାକୁ ମିଳୁଛି ଏଠାରେ ଏହି ଭାରତୀୟ ଜଣଙ୍କୁ ଗୋଇଠା ମାଡ଼ ହେଉଛି।ସେ ଡରି ଭୟଭୀତ ଅବସ୍ଥାରେ ରହିଛନ୍ତି। କିପରି ଭାବରେ ଉକ୍ତ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ର ପୋଲିସ ଘେରି ଯାଇଥିଲେ ଏବଂ ତାଙ୍କୁ ଗୋଇଠା ମାଡ଼ କରିଥିଲେ ତାହା ଏଠାରେ ଏହି ଭିଡିଓ ରେ କହିଛନ୍ତି। ତେବେ ଏହି ଘଟଣା ର ପୂରା କଥା କିପରି ଥିଲା ତାକୁ ବୟାନ କରିଛନ୍ତି ଜଣେ ଭାରତୀୟ ଛାତ୍ର। କାନ୍ଦି କାନ୍ଦି କହୁଥିବା ତାଙ୍କର ଏହି କଥା ଶୁଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ।ଏହି ଦୃଶ୍ୟ ଏବେ ବହୁତ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.