Swastik Tv News Odisha

Prents Tips – ଆପଣଙ୍କ ପିଲାଙ୍କର କମ ରହୁଛି କି ସ୍ମରଣ ଶକ୍ତି, ତେବେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ ଗ୍ୟାରେଣ୍ଟି ବଢିବ…

0

ଛୋଟ ପିଲାମାନଙ୍କର ଶାରୀରିକ ଗଠନ ବା ମାନସିକ ବିକାଶ କରିବାରେ ଖାଦ୍ୟ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆବଶ୍ୟକ ପରିମାଣରେ ଖାଦ୍ୟ ଓ ପୋଷକ ପିଲାର ମାନସିକ ବା ଶାରୀରିକ ବିକାଶରେ ସହାୟକ ହୋଇଥାଏ । ତେଣୁ ପିଲା ମାନଙ୍କୁ ଆବଶ୍ୟକ ମୁତାବକ ପୋଷକ ଦେବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏଭଳି କିଛି ଖାଦ୍ୟ ରହିଛି , ଯାହା ଆପଣ ମାନଙ୍କ ପିଲାର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ପଦାର୍ଥ ବିଷୟରେ ।

1. ପନି ପରିବା :-

ବିଶେଷଜ୍ଞ ମାନଙ୍କ ମତରେ ସବୁଜ ପରିବା ବା ରଙ୍ଗିନ ପରିବା ଗୁଡିକରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ଶିଶୁର ମସ୍ତିଷ୍କର କୋଶ ଗୁଡିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତେଣୁ ପ୍ରତିଦିନ ଆପଣ ମାନେ ପିଲାର ଖାଦ୍ୟରେ ବିଲାତି , କନ୍ଦମୂଳ , କଖାରୁ , ଗାଜର ଓ ପାଳଙ୍ଗ ଭଳି ପରିବାକୁ ସାମିଲ କରନ୍ତୁ ।

2. ଅଣ୍ଡା :-

ଅଣ୍ଡାରେ ପ୍ରୋଟିନର ମାତ୍ରା ଭରପୁର ରହିଥାଏ , ଏଥିପାଇଁ ଡକ୍ଟର ମାନେ ସବୁ ବର୍ଗର ଓ ସବୁ ବୟସର ଲୋକମାନଙ୍କୁ ଅଣ୍ଡା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଅଣ୍ଡାରେ ଥିବା ପ୍ରୋଟିନ ପିଲାର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ଆପଣଙ୍କ ପିଲା ଯଦି 10 ବର୍ଷର ହୋଇଥାଏ , ତେବେ ପ୍ରତିଦିନ ଗୋଟିଏ ଅଣ୍ଡା ଖାଦ୍ୟରେ ନିଶ୍ଚିତ ସାମିଲ କରନ୍ତୁ ।

3. ମାଛ :-

ସାଧାରଣତଃ ମାଛରେ ଅଧିକ ପରିମାଣରେ ଓମେଗା – 3 , ଚର୍ବି ଏସିଡ ର ମାତ୍ରା ଅଧିକ ରହିଥାଏ । ଏହା ମାନସିକ ବିକାଶ ଓ ଶାରୀରିକ ବିକାଶ ପାଇଁ ବେସ୍ ଉପକାରୀ ହୋଇଥାଏ । ଏହା ପିଲାଙ୍କ ଶରୀରରେ ନୂତନ କୋଷ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତେଣୁ ପ୍ରତିଦିନ ପିଲା ମାନଙ୍କ ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରକାର ମାଛ ସାମିଲ କରିପାରିବେ ।

4. କ୍ଷୀର ଓ ପନିର :-

ଶରୀରରକୁ ଶକ୍ତ ଓ ମସ୍ତିଷ୍କକୁ ସୁସ୍ଥ ରଖିବାକୁ ହେଲେ କ୍ଷୀର , ଦହି , ପନିର ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ । ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ ଓ ଭିଟାମିନ ବି ରହିଛି , ଯାହା ପିଲାର ମସ୍ତିଷ୍କର ଟିସୁ , ୟୁରୋଟ୍ରାନ୍ସମିଟର ଓ ଏନଜାଇମ ବିକାଶରେ ସହାୟକ ହୋଇଥାଏ । ଏହି ସବୁ ଖାଦ୍ୟ ପଦାର୍ଥ ମସ୍ତିଷ୍କ ବିକାଶରେ ମଧ୍ୟ ମୁଖ୍ୟ ଭୂମିକା ନେଇଥାଏ ।

5. ଓଟ୍ସ :-

ପିଲାର ମସ୍ତିଷ୍କକୁ ତୀବ୍ର କରିବାରେ ଓଟ୍ସ ଅଧିକ ସାହାର୍ଯ୍ୟ କରିଥାଏ , କାରଣ ଏଥିରେ ଅଧିକ ମାତ୍ରାରେ ଫାଇବର ରହିଥାଏ । ଏଥି ସହିତ ଓଟ୍ସରେ ଜିଙ୍କ ଓ କ୍ୟାଲସିୟମ ମଧ୍ୟ ରହିଥାଏ ଯାହା ପିଲାର ଶାରୀରିକ ବିକାଶରେ ସାହାର୍ଯ୍ୟ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.