Swastik Tv News Odisha

ପ୍ରଥମଥର ଷ୍ଟୁଡିଓ ରେ LOVE କୁ ନେଇ ଭାଇରାଲ ବୟ Santanu ଗାଇଲେ ” Rangara Chita ” ଏମିତି ଗୀତ… ମାତ୍ର 24 ଘଣ୍ଟାରେ 36 Million + Views ସମସ୍ତଙ୍କ ମୋବାଇଲ ରେ Status

0

ଭାଇରାଲ ବୟ ଭାବରେ ପରିଚିତ ଶାନ୍ତନୁ କୁମାର ମହାନ୍ତି ଏବେ ସମସ୍ତଙ୍କ ପ୍ରିୟର ଶାନ୍ତନୁ ହୋଇ ପାରିଛନ୍ତି। ତାଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିବାକୁ ପାଉଥିବେ। ଡିଜିଟାଲ ମିଡିଆ ରେ ଏହି ବାଳକ ଜଣଙ୍କ ଏବେ ଛାଇ ଯାଇଛନ୍ତି। ତାଙ୍କର କ୍ୟୁଟ ଚେହେରା ସାଙ୍ଗକୁ ସ୍ଵିଟ ପରଫରମାନ୍ସ ସମସ୍ତଙ୍କୁ ଆକର୍ଷିତ କରିଛି।ସିଦ୍ଧାର୍ଥ ଟିଭି ର ନୂଆ ସୀଙ୍ଗିଙ୍ଗ ରିଏଲିଟି ଶୋ ‘ଓଡ଼ିଶାର ନୂଆ ସ୍ବର’ରେ କମାଲ ଦେଖାଉ ଛନ୍ତି ଶାନ୍ତନୁ। ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଦେଖାଇ ଆସୁଛି। ଆଉ ତାର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଙ୍କୁ।

ତେବେ ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ। କାରଣ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ।ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାର ସ୍ୱର ଶୁଣି ଲେ ଜାଣି ପାରିବେ। ଏବେ ସେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛି। ସୋସିଆଲ ମିଡିଆରେ ତାର ସିଙ୍ଗିଂ ଭିଡିଓ ବେଶ୍ ଭାଇରାଲ ହେଉଛି।

ଗୀତ ସାଙ୍ଗକୁ ତାର ଯେମିତି ଅଭିନୟ ଏବଂ କମେଡି ରହିଛି, ତାକୁ ଶୁଣି ସମସ୍ତେ ହସି ହସି ଗଡି ଯାଉଛନ୍ତି ଏବଂ ବହୁତ୍ ଖୁସି ବି ହେଉଛନ୍ତି। ତେବେ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି ଶାନ୍ତନୁଙ୍କ ପରି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ସେହିଭଳି ଏହି ଭାଇରାଲ ବୟଙ୍କୁ ନେଇ ଏବେ ଷ୍ଟୁଡ଼ିଓ ରେ ଏକ ଗୀତ ରେକର୍ଡ ହୋଇଛି। ଗୀତର ଟାଇଟଲ ହେଉଛି ‘ ରଙ୍ଗର ଛିଟା’। ଏହାକୁ ଶାନ୍ତନୁ ଗାଇଥିବା ବେଳେ ଏଥିରେ ଫିମେଲ ସ୍ୱର ପାଇଁ ଗାଇଛନ୍ତି ସିଙ୍ଗର ଅଙ୍କିତା ରାଣୀ। ତେବେ ଏହି ଗୀତର ମ୍ୟୁଜିକ୍ ଦେଇଛନ୍ତି ଚିନ୍ମୟ ଦାସ୍ ଏବଂ ବିଭୁନ।ଏହାର ଲିରିକ ବିକୁ ବାବୁ କରିଥିବା ବେଳେ ଏହି ଗୀତର ପ୍ରଯୋଜନା କରିଛନ୍ତି ରେଖା ନାୟକ। ବହୁତ୍ ସୁନ୍ଦର୍ ହୋଇଛି ଏହି ରୋମାଣ୍ଟିକ ଗୀତ ରଙ୍ଗର ଛିଟା। ଆପଣ ଥରେ ଶୁଣନ୍ତୁ, ନିଶ୍ଚିତ ଏହା ଆପଣଙ୍କୁ ଭଲ ଲାଗିବ।

Leave A Reply

Your email address will not be published.