Swastik Tv News Odisha

ପୁଣି ମାର୍କେଟ କୁ ଆସିଲା Naveen ଙ୍କ ନୂଆ ଗୀତ ” ନବୀନ ନବୀନ ନବୀନ “…. Jayashree Dhal & Srimayee Mishra ଗାଇଲେ ଏମିତି ନିଆଁ ଭଳି ହେଉଛି ଭାଇରାଲ….

0

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯିଏକି ଓଡ଼ିଶା ରାଜନୈତିକ ଇତିହାସରେ ଜଣେ ପରିଚିତ ଚେହେରା ଏବଂ ଅପରାଜେୟ ନେତା। ଯାହାଙ୍କ ବିକଳ୍ପ ଭାବରେ ଓଡିଶାବାସୀ ଆଜି ପର୍ଯ୍ୟନ୍ତ କାହାକୁ ଚାହିଁ ନାହାଁନ୍ତି। ଆଜି ବି ସେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ରାଜ୍ କରୁଛନ୍ତି ଏବଂ ପ୍ରିୟର ନେତା ଭାବରେ ସେମାନଙ୍କ ମନରେ ରହିଛନ୍ତି କେବଳ ତାଙ୍କର ସ୍ୱଚ୍ଛ ରାଜନୀତି ଏବଂ ନିର୍ମଳ ଭାବମୂର୍ତ୍ତି ପାଇଁ। ତେବେ ଅନେକ ସମୟରେ ବିରୋଧୀ ତାଙ୍କ ଶାସନ କୁ ନେଇ ଅନେକ ପ୍ରସଙ୍ଗ ଉଠାଉ ଥିଲେ ବି ମୂଖ୍ୟମନ୍ତ୍ରୀ ନବୀନ ତାଙ୍କର ଆଶ୍ଚର୍ୟ୍ଯ କର ସଫଳତା ହାସଲ କରି ଚାଲିଛନ୍ତି ରାଜନୈତିକ ମଇଦାନ ରେ।

ତାଙ୍କର ପଲିଟିକ୍ସ କୁ ମେନେଜମେଣ୍ଟ କରିବାର ଶୈଳୀ କୁ ଆଜିବି ଅନେକ ଦେଖି ଆଶ୍ଚର୍ୟ୍ଯ ହୁଅନ୍ତି। ଆଉ ତାଙ୍କର ରାଜ୍ଯ ରାଜନୀତି ରେ ଏକ ଆଞ୍ଚଳିକ ଦଳ ଭାବରେ ଅଦ୍ଭୂତପୂର୍ବ ସଫଳତା ପାଇଁ ସେ ଦୁଇ ଦୁଇ ଥର ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଆୱାର୍ଡ଼ ବି ପାଇ ସାରିଛନ୍ତି। ତାଙ୍କର ଗରିବଙ୍କ ପ୍ରତି ସାହାଯ୍ୟ, ସହାନୁଭୂତି ଏବଂ ସମବେଦନା ପାଇଁ ସେ ଗରିବଙ୍କ ନେତା ଭାବରେ ମଧ୍ୟ ବେଶ୍ ଜଣାଶୁଣା। ଅନେକ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ସେ ଲୋକଙ୍କ ଅସୁବିଧାକୁ ଦୂର କରିଥାନ୍ତି ଏବଂ ଲୋକଙ୍କୁ ସାହାଯ୍ୟ କରିଥାନ୍ତି। ତେଣୁ ତାଙ୍କର ଲୋକପ୍ରିୟତା କହିଲେ ନସରେ।

ଓଡିଶାରେ ସେ ଏପରି ଭାବମୂର୍ତ୍ତି ତିଆରି କରିଛନ୍ତି ତାଙ୍କୁ ବିକଳ୍ପ ଖୋଜିବା ଲୋକଙ୍କୁ ଦରକାର୍ ପଡିନାହିଁ।ନବୀନ ବାବୁଙ୍କ ଏପରି ସଫଳତା ଏବଂ ଲୋକଙ୍କ ପ୍ରତି ସେବା ମନୋଭାବ ଏବଂ ଜଣେ ପ୍ରବୀଣ ରାଜନେତା ଭାବରେ ତାଙ୍କର କାର୍ଯ୍ୟକୁ ନେଇ ଅନେକ ସମୟରେ ମ୍ୟୁଜିକ ଇଣ୍ଡଷ୍ଟ୍ରି ତାଙ୍କ କାମକୁ ନେଇ ତାଙ୍କ ନାମରେ ଗୀତ ତିଆରି କରୁଥିବାର ଦେଖିବାକୁ ମିଳିଥାଏ। ଏବେ ସେହିପରି ଏକ ଗୀତ ସାମ୍ନାକୁ ଆସିଛି।ତାଙ୍କର ଜନ କଲ୍ୟାଣ କାରି ଯୋଜନା ଏବଂ ବିକାଶର ଧାରାକୁ ସୂଚାଇ ଏବଂ ନିର୍ମଳ ଭାବମୂର୍ତ୍ତି କୁ ବର୍ଣ୍ଣନା କରି ପ୍ରସ୍ତୁତ ହୋଇଛି ଏହି ସୁନ୍ଦର୍ ଭିଡିଓ ଟିଏ। ଯେଉଁ ଗୀତର ଟାଇଟାଲ ରହିଛି ନବୀନ ନବୀନ ନବୀନ।

ଆଉ ଏହି ଗୀତରେ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ନିଜେ ଅଭିନୟ ମଧ୍ଯ କରିଛନ୍ତି। ଯେଉଁ ଗୀତକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।ଆଗରୁ ଏହିଭଳି କିଛି ଗୀତ ଲୋକପ୍ରିୟ ଗାୟକ ଏବଂ ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶନାରେ ନବୀନ ବାବୁ ଙ୍କ ପାଇଁ ପ୍ରସ୍ତୁତ ହୋଇଛି। ଯାହା ଏବେବି ସମସ୍ତଙ୍କୁ ଭଲ ଲାଗୁଛି। ସେହିପରି ଏବେ ଏହି ଗୀତଟି ସମସ୍ତଙ୍କୁ ଟକ୍କର ଦେଇ ଆଗେଇ ଚାଲିବ ବୋଲି କୁହା ଯାଉଛି।ଏହି ଗୀତକୁ ଗାଇଛନ୍ତି ଜୟଶ୍ରୀ ଧଳ ଏବଂ ଶ୍ରୀମୟୀ ମିଶ୍ର। ଏହାର ମ୍ୟୁଜିକ ଜୟଶ୍ରୀ ଧଳ କରିଥିବା ବେଳେ ଲୀରିକ୍ କରିଛନ୍ତି ଓମକାର ଲେଂକା। ଏହାକୁ ଏବେ ସୁଦ୍ଧା ୭ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.