Swastik Tv News Odisha

ପ୍ରଥମ ଥର ମାର୍କେଟ କୁ ଆସିଲା କମେଡିଆନ Chandan Biswal ଙ୍କ ପୁଷ୍ପା ଏବଂ କଚ୍ଚା ବାଦାମ କୁ ଜବରଦସ୍ତ Comedy…. ଦେଖିଲେ ହସି ହସି ଗଡିଯିବେ…

0

ବନ୍ଧୁଗଣ ତେଲୁଗୁ ଫିଲ୍ମ୍ ପୁଷ୍ପା ସିନେ ଜଗତରେ ଏମିତି ଲୋକପ୍ରିୟତା ହାସଲ କରିଛି ଯେ ଏହାର କ୍ରେଜ ଏବେବି ଲୋକଙ୍କ ମନରେ ରହିଥିବା ଦେଖିବାକୁ ମିଳୁଛି।ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିଛି ଏହି ଫିଲ୍ମ୍। ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକାଙ୍କ ଅଭିନୀତ ଏହି ଫିଲ୍ମ୍ ଟି ଏତେ ସୁନ୍ଦର୍ ହୋଇଛି ଯେ ଏବେ ଏହା ଲୋକପ୍ରିୟତାର ଶୀର୍ଷରେ ରହିଛି। ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।ତେବେ ଆପଣ ତ ଜାଣିଛନ୍ତି ଏହି ଫିଲ୍ମ୍ ରେ ହିରୋ ହୋଇଥିବା ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ସାଉଥ୍ ସୁନ୍ଦରୀ ରଶ୍ମିକାଙ୍କ ଏହି ଫିଲ୍ମ୍ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ ନୁହେଁ ବରଂ ସବୁ ଭାଷାଭାଷୀ ଦର୍ଶକଙ୍କ ମନ ଜିତିବାକୁ ସକ୍ଷମ ହୋଇଛି।

ଏହାର କ୍ରେଜ ବିଭିନ୍ନ ମହଲରେ ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଯୁବପିଢି ଙ୍କ ଭିତରେ ଯେମିତି ଆଗ୍ରହ ଏବଂ ଉତ୍ସୁକତା ରହିଛି ସେହିପରି ଏବେ ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଆଉ ଏହାର କ୍ରେଜ ମଧ୍ଯ ପୁଷ୍ପା ଫିଲ୍ମ ର ଗୀତ, ଡ଼ାଇଲଗ ଏବଂ ଅଭିନୟର କ୍ରେଜ ଠାରୁ କମ୍ ନୁହଁ। ଯେଉଁ ଗୀତକୁ ନେଇ ଅନେକ ଜଣ ରିଲ୍ ମଧ୍ଯ କରୁଛନ୍ତି ଏବଂ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।ଏହାକୁ ଖାଲି ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ବୋଲୁଥିବା ଏବଂ ଏଥିରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି। ଆଉ ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଗୀତ ‘କଚ୍ଚା ବାଦମ୍’ ର ଚାହିଦା ଏକ ଭିନ୍ନ ଧରଣର ରହିଛି।

ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି।ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି। ତେବେ ଏହି ଦୁଇଟି ଭାଇରାଲ ଭିଡିଓ କୁ ନେଇ ଏବେ ଓଡ଼ିଆ କମେଡ଼ିଆନ ଚନ୍ଦନ ବିଶ୍ଵାଳ ଏକ ସୁନ୍ଦର୍ କମେଡି କରିଛନ୍ତି। କମେଡି ମାଧ୍ଯମରେ ସେ ଗାଆଁ ର କିଛି ଯୁବକ କିପରି ପୁଷ୍ପା ଫିଲ୍ମ୍ ରେ ପ୍ରଭାବିତ ହୋଇ ଜଙ୍ଗଲ କୁ କାଠ କାଟିବାକୁ ଯାଇ ଧରାପଡ଼ି ଜେଲ୍ ରେ ଅଛନ୍ତି ଏବଂ ଅନ୍ୟ ଜଣେ କିପରି ଝୁକେଙ୍ଗା ନେହିଁ କହି ଉଲଗ୍ନ ହୋଇ ଲଜ୍ଜିତ ହେଇଛନ୍ତି ସେ ବିଷୟରେ କହିଛନ୍ତି।

ସେହିପରି କଚ୍ଚା ବାଦମ୍ ଗୀତ ଶୁଣି କଚ୍ଚା ବାଦାମ ଖାଇ କିପରି ଅନେକ ନାଳ ଝାଡାରେ ପଡିଛନ୍ତି ସେ ବିଷୟରେ ମଧ୍ଯ କମେଡି ମାଧ୍ୟମରେ କହିଛନ୍ତି। ଏହାକୁ ଯିଏବି ଶୁଣୁଛି ସେ ହସି ହସି ବେଦମ୍ ହୋଇ ଯାଉଛି।ଏହି ଭିଡିଓ କୁ ୩ ଦିନରେ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.