Swastik Tv News Odisha

ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) – ଜାଣନ୍ତୁ ନିଜର ଭବିଷ୍ୟତ ପାଇଁ କିଛି ଖାସ କଥା – Life Style

0

କୌଣସି ବ୍ୟକ୍ତି ଜନ୍ମ ହେବା ପରେ କେଉଁ ବାର , ମାସ ଏବଂ ତାରିଖ ଏହି ସବୁ କୁ ବହୁତ ଗୁରୁତ୍ୱ ଦିଆଯାଏ । କାରଣ ଏହି ସବୁ କୁ ଆଧାର କରି ବ୍ୟକ୍ତିର ଜନ୍ମ କୁଣ୍ଡଳୀ ପ୍ରସ୍ତୁତ କରାଯାଇଥାଏ । ବ୍ୟକ୍ତି ଜନ୍ମ ହୋଇଥିବା ବାର ରୁ ଅନେକ କିଛି ତଥ୍ୟ ଜାଣିବା ପାଇଁ ମିଳିଥାଏ । ତେବେ ଆଜି ଆମେ ଜାଣିବା କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଏବଂ ସ୍ୱଭାବ ଥାଏ ।

1. ରବିବାର :-

ରବିବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି , ସେ ପୁରୁଷ ତେଜବନ୍ତ , ବୁଦ୍ଧିବନ୍ତ , ବିଚକ୍ଷଣ , ଧାର୍ମିକ , ଅତ୍ୟନ୍ତ ଜିଦଖୋର , ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସତ୍ୟ କହିବାକୁ କେବେବି ପଛାନ୍ତି ନାହିଁ ।

2. ସୋମବାର :-

ସୋମବାର ଦିନ ଯେଉଁମାନେ ଜନ୍ମ ଗ୍ରହଣ କରିଥାନ୍ତି , ସେ ପୁରୁଷ ଧର୍ଯ୍ୟବନ୍ତ , ସ୍ଥିରମତା , ବହୁଗୁଣ ବିଶିଷ୍ଠ , ବିଚାରଶୀଳ , ନ୍ୟାୟବନ୍ତ , ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଏବଂ କାହାରି ପ୍ରତି ଅନିଷ୍ଟ ଚିନ୍ତା କରନ୍ତି ନାହିଁ ।

3. ମଙ୍ଗଳବାର :-

ଏହି ବାରରେ ଯେଉଁମାନେ ଜନ୍ମଗ୍ରହଣ କରିଥାନ୍ତି , ସେ ପୁରୁଷ ଅସ୍ଥିରତା ହେତୁ ସବୁ କାର୍ଯ୍ୟରେ ଅଧାପାନ୍ତରିଆ ରହିଥାନ୍ତି । କିନ୍ତୁ ବିଳମ୍ୱରେ ହେଲେ ମଧ୍ୟ କାର୍ଯ୍ୟ ପୁରୁଣ ହୁଏ , ଶତ୍ରୁବାଦୀ , ଅତ୍ୟନ୍ତ ଜିଦଖର , ଧର୍ମକୁ ବିଶ୍ୱାସ କରନ୍ତି । ଏହିପରି ସ୍ତ୍ରୀ ଲୋକ ଅସ୍ଥିରା ଏବଂ କ୍ଲେଶୀ ହୋଇଥାନ୍ତି ।

4. ବୁଧବାର :-

ଯେଉଁ ବ୍ୟକ୍ତି ବୁଧବାରରେ ଜନ୍ମଗ୍ରହଣ କରିଥାନ୍ତି ସେ ପୁରୁଷ ଅତ୍ୟନ୍ତ ବୁଦ୍ଧିବନ୍ତ , କୌଶଳୀ ଏବଂ କମ୍ପ୍ୟୁଟର ଭଳି ଏମାନଙ୍କର ମୁଣ୍ଡ କାମ କରିଥାଏ । ପରହିତକାରୀ , ଧର୍ମକାର୍ଯ୍ୟରେ ଉପଯୋଗୀ , କୌଣସି ବ୍ୟୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ଧର୍ଯ୍ୟହରା ହୁଅନ୍ତି ନାହିଁ ।

5. ଗୁରୁବାର :-

ଗୁରୁବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି , ସେ ପୁରୁଷ ସବୁଠାରେ ଗୁରୁମାନ୍ୟ ସମ୍ମାନ ପାଇଥାଏ । ସତ୍ କାର୍ଯ୍ୟରେ ପ୍ରବୀଣ ହୋଇଥାନ୍ତି , ବୁଦ୍ଧି ଏବଂ ଜ୍ଞାନରେ ଶ୍ରେଷ୍ଠ ହୁଅନ୍ତି , ଗଭୀର ଶାନ୍ତଶୀଳ ଏବଂ ଧାର୍ମିକ ହୋଇଥାନ୍ତି । ଏହି ଦିବସରେ ଜାତ ସ୍ତ୍ରୀଲୋକମାନେ ଅତ୍ୟନ୍ତ ସୁଖୀନି ଅଟନ୍ତି ।

6. ଶୁକ୍ରବାର :-

ଶୁକ୍ରବାର ରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି , ସେ ପୁରୁଷ ଶୁକ୍ରାଚାର୍ଯ୍ୟଙ୍କ ଭଳି କାମ ଦେଖାନ୍ତି । ଯେତେବି ବ୍ୟୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଯାଉନା କାହିଁକି ସେ ଧର୍ଯ୍ୟ ସହିତ କାର୍ଯ୍ୟକୁ ତୁଲାଇ ନିଅନ୍ତି । ଏହି ଦିବସ ଜାତ ସ୍ତ୍ରୀ ଲୋକ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଅଟନ୍ତି ।

7. ଶନିବାର :-

ଶନିବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଅସ୍ଥିର , କାମଅଭିଳାଶୀ , ଶତ୍ରୁବାଦୀ , ଅତ୍ୟନ୍ତ ଜିଦଖର ଓ ନିଜ ବୁଦ୍ଧିରେ ପରିଚାଳିତ ହୁଅନ୍ତି । ଏହି ଦିବସ ଜାତ ସ୍ତ୍ରୀ ଅତ୍ୟନ୍ତ ଜିଦଖର ସ୍ୱଭାବର ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.