Swastik Tv News Odisha

( ପାଦର ଆଙ୍ଗୁଠି ) ଏହିପରି ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ – Life Style

0

ପ୍ରତ୍ୟେକ ବ୍ୟକ୍ତିର ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ , ଶରୀରର ଆକୃତି ବା ଆକାର ଅନୁସାରେ ମନୁଷ୍ୟର ଆଚାର ଏବଂ ବ୍ୟବହାର ଉପରେ ଭିନ୍ନତା ଦେଖାଦେଇଥାଏ । ଆଜି ଆମେ ଜାଣିବା ମନୁଷ୍ୟର ପାଦର ଆକୃତିର ଭିନ୍ନତା ଅନୁସାରେ ବ୍ୟକ୍ତି କିଭଳି ସ୍ୱଭାବର ହୋଇଥାଏ । ପାଦର କେଉଁ ଆକୃତିକୁ ଶାସ୍ତ୍ରରେ କୁହାଯାଇଛି ଭାଗ୍ୟଶାଳୀ ।

1. ସେଲଟିକ ଆକୃତିର ପାଦ :-

ଯଦି ଆପଣଙ୍କ ପାଦର ମଝି ଆଙ୍ଗୁଳି ଅର୍ଥାତ୍ ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ଯଦି ସବୁ ଆଙ୍ଗୁଠି ଠାରୁ ବଡ ହୋଇଥାଏ । ଆଉ ପାଦର ଲାଷ୍ଟ 2 ଟି ଆଙ୍ଗୁଳି ସମାନ ହୋଇଥାଏ ତେବେ ଏମିତି ପାଦକୁ ସେଲଟିକ ଆକୃତିର ପାଦ ବୋଲି କୁହାଯାଇଥାଏ । ସେଲଟିକ ପାଦର ବ୍ୟକ୍ତି ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି , ଏହିପରି ପାଦ ଥିବା ବ୍ୟକ୍ତିକୁ ଜୀବନରେ ସଫଳତା ମିଳିଥାଏ । କିନ୍ତୁ ସଫଳତା ପାଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ ।

2. ଜର୍ମାନିକ ଆକୃତିର ପାଦ :-

ଯେଉଁ ବ୍ୟକ୍ତିର 4 ଟି ଆଙ୍ଗୁଳି ସମାନ ଓ ବୁଢା ଆଙ୍ଗୁଠି ବଡ ଥାଏ ଏଭଳି ଆକୃତିକୁ ଜର୍ମାନି ଆକୃତି କୁହାଯାଏ । ଏହି ଲୋକ ଶାନ୍ତି ପ୍ରିୟ ହୋଇଥାନ୍ତି , ଏମିତି ଲୋକ କୌଣସି ବି କାମକୁ ଭାବିଚିନ୍ତି କରିଥାନ୍ତି । ଏହି ଲୋକ ନିଜର ଦାୟିତ୍ୱକୁ ସର୍ବଦା ବୁଝିଥାନ୍ତି , ଏମାନଙ୍କର ରୋଜକାର କମ ହେଉ ବା ଅଧିକ ସବୁବେଳେ ମେନେଜ କରିବା ଜଣା ଥାଏ । ଏହି ବ୍ୟକ୍ତି ଦେଖିବାକୁ ପ୍ରାୟ ସୁନ୍ଦର ଅଟନ୍ତି , ଶାସ୍ତ୍ର ଅନୁସାରେ ଏହି ଭଳି ପାଦ ଥିବା ବ୍ୟକ୍ତିଙ୍କୁ ସାମାନ୍ୟ ଭାଗ୍ୟଶାଳୀ ଭାବରେ ପଜିସନ ଦିଆଯାଇଛି ।

3. ଗ୍ରୀକ ଆକୃତି :-

ଯେଉଁ ବ୍ୟକ୍ତିଙ୍କର ପାଦର ମଝି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ ହୋଇଥାଏ , ଲାଷ୍ଟରେ ଥିବା ଦୁଇଟି ଆଙ୍ଗୁଠି ସେଲଟିକ ଆଙ୍ଗୁଠି ଭଳି ସମାନ ନହୋଇ ସାମାନ୍ୟ ଛୋଟ ବଡ ରହିଥାଏ ଏମିତି ପାଦକୁ ଗ୍ରୀକ ଆକୃତି ପାଦ ବୋଲି କୁହାଯାଇଥାଏ । ଏହି ଲୋକ ବହୁତ ଚତୁର ଓ ବୁଦ୍ଦିମାନ ହୋଇଥାନ୍ତି ଏମାନଙ୍କୁ ଅଧିକ କଥାବାର୍ତ୍ତା ହେବାକୁ ପସନ୍ଦ ନଥାଏ । ଏମାନେ ଲିମିଟେଡ୍ କଥା ହୋଇଥାନ୍ତି । ନିଜର ଭଲ ବୁଦ୍ଦି ତଥା ଚିନ୍ତାଧାରା ଯୋଗୁଁ ଏମାନେ ଭଲ ପଜିସନରେ ଦେଖିବାକୁ ମିଳିଥାଏ । ତେଣୁ ଶାସ୍ତ୍ର ରେ ଯେଉଁ ବ୍ୟକ୍ତିଙ୍କର ପାଦ ଗ୍ରୀକ ଆକୃତିର ହୋଇଥାଏ ତାକୁ ଭାଗ୍ୟଶାଳୀ ମାନା ଯାଇଥାଏ ।

4. ଇଜିପଟିଆନ ଆକୃତିର ପାଦ :-

ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଳି ଠାରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଠି ବଡ ରୁ ଛୋଟ ଯାଏ ରହିଥାଏ , ସେହି ପାଦକୁ ଇଜପଟିଆନ କୁହାଯାଏ । ଏମିତି ଲୋକ ବହୁତ ସୋସିଆଲ ୱାର୍କର ହୋଇଥାନ୍ତି , ଏହି ଲୋକ ସର୍ବଦା ଖୁସୀ ରହିବା ଯୋଗୁଁ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସହିତ ସହଜରେ ମିତ୍ରତା କରିଦେଇଥାନ୍ତି ।

5. ରୋମାନ ଆକୃତି :-

ଯେଉଁ ବ୍ୟକ୍ତିଙ୍କର ପାଦ ର ବୁଢା ଆଙ୍ଗୁଠି ସହିତ ତା ପାଖରେ 2 ଟି ଆଙ୍ଗୁଠି ସମାନ ଥାଏ , ତାବେ ସେହି ପାଦକୁ ରୋମାନ ପାଦ କୁହାଯାଇଥାଏ । ରୋମାନ ପାଦର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହେବା ସହିତ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏହିଭଳି ପାଦ କୁ ବହୁତ ଭାଗ୍ୟଶାଳୀ ମାନାଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.