Swastik Tv News Odisha

” କଚା ବାଦାମ ” କୁ ଟକ୍କର ଦେବାକୁ ଆସିଗଲା ” ଦହି ବରା “…. ଗୀତ ଶୁଣିଲେ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ଗୀତ କଚ୍ଚା ବାଦାମ ଏବେ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି।ଏବେ ଏହି ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଗୀତକୁ ନେଇ ଅନେକ ଜଣ ରିଲ୍ ମଧ୍ଯ କରୁଛନ୍ତି ଏବଂ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।ଏହାକୁ ଖାଲି ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ବୋଲୁଥିବା ଏବଂ ଏଥିରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି।ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି।

ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି।ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଭାଇରାଲ ହେଉଥିବା ଏହି କଚ୍ଚା ବାଦାମ ଗୀତ, ଯାହା ଏକ ବଙ୍ଗଳା ଗୀତ। ଭୁବନ ବାଦାମ ବିକିବା ସମୟରେ ଏହି ଗୀତକୁ ଗାଇଥାନ୍ତି ଏବଂ ବୁଲିବୁଲି ବାଦାମ ବିକନ୍ତି।କିନ୍ତୁ ଦିନେ ତାଙ୍କର ବାଦାମ୍ ବିକିବା ସମୟରେ ଏହି ଗୀତକୁ ଗାଉଥିବା ବେଳେ ଜଣେ ତାଙ୍କର ଏହି ଗୀତକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ପରେ ଏହା ରାତାରାତି ଭାଇରାଲ ହୋଇ ଯାଇଥିଲା।

ତେବେ ଏହି ଗୀତ ସୁନ୍ଦର୍ ମ୍ୟୁଜିକ ସହିତ କମ୍ପୋଜ କରା ଯାଇଥିଲା।ଏକ ନିର୍ଦିଷ୍ଟ ଷ୍ଟୁଡିଓ ଏହି ଗୀତକୁ ସୁଟ କରିଥିଲେ। ଆଉ ବାଦାମ ବିକାଳି ଭୁବନ ବାଦ୍ୟକର ଏହି ଗୀତକୁ ଷ୍ଟୁଡିଓ ରେ ଗାଇଲେ।ପରେ ଏହା ବହୁତ୍ ଦମଦାର ଗୀତ ଭାବରେ ଲୋକଙ୍କ ବେଶ୍ ପସନ୍ଦ ଆସିଲା। ଆପଣ ତ ନିଶ୍ଚୟ ଏହି ଗୀତ ଶୁନିଥିବେ ଏବଂ ଏହି ଗୀତରେ ଅନେକ ଯୁବପିଢି ଙ୍କ ଭିଡିଓ ବି ଦେଖିଥିବେ। ସେହିପରି ଏବେ ଏହି ଗୀତକୁ ଟକ୍କର ଦେବାକୁ ଆସିଛି ଏକ ଦହିବରା ଗୀତ। ଓଡ଼ିଶାର ଜଣେ ଦହିବରା ବିକୁଥିବା ଭାଇ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଗୀତ ଗାଉଛନ୍ତି ତାହା ଏବେ ସମସ୍ତଙ୍କୁ ପସନ୍ଦ ଆସୁଛି।

ଆପଣ ଥରେ ଦେଖନ୍ତୁ କିପରି ଭାବରେ ଏହି ବ୍ୟକ୍ତି ଜଣଙ୍କ ଦହିବରା ବିକିବା ପାଇଁ ଗୀତକୁ ସୁନ୍ଦର୍ ଭାବରେ ସଜେଇ ଗାଉଛନ୍ତି। ଏବେ ସୋସିଆଲ ମିଡ଼ିଆ ଲୋକଙ୍କୁ ଭାଇରାଲ କରିବା ଏବଂ ପରିଚିତ କରିବାର ପ୍ରଧାନ ମାଧ୍ୟମ ସାଜିଥିବା ବେଳେ ଲୋକେ ଏହାର ମାଧ୍ଯମରେ ରାତାରାତି ଷ୍ଟାର୍ ହୋଇ ଯାଉଛନ୍ତି। ସେହିପରି ଏବେ ଏହି ଦହିବରା ଭାଇଙ୍କ ଦହିବରା ବିକିବାର ଭିଡିଓ ଯେଉଁଭଳି ଭାବରେ ସେୟାର ହେବାରେ ଲାଗିଛି, ଦେଖାଯାଉ ଏହା କିପରି ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.