Swastik Tv News Odisha

Special Tips – ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ କୁ ଦୂର କରିବାର ଚମତ୍କାରୀ ଘରୋଇ ଉପଚାର

0

ଜଳବାୟୁର ପରିବର୍ତ୍ତନ କାରଣରୁ ଆମକୁ ଥଣ୍ଡା , କାଶ ଏବଂ କଫ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । କିନ୍ତୁ ଯେତେବେଳେ ଥଣ୍ଡା , କାଶ ଓ କଫ ଭଳି ସମସ୍ୟା ଆପଣଙ୍କୁ ବହୁତ ଅଧିକ ହୋଇଯାଏ ତ ଆପଣ ସେଥିରୁ ବହୁତ କଷ୍ଟ ପାଇଥାନ୍ତି । ଏଥିପାଇଁ ଆପଣଙ୍କୁ କିଛି ଘରୋଇ ଉପାୟ ପ୍ରୟୋଗ କରିବା ବା ସେବନ କରିବା ନିହାତି ଆବଶ୍ୟକ । ପ୍ରାକୃତିକ ଉପାୟରେ ଯଦି ଆପଣ ଆପଣଙ୍କ ଶରୀରକୁ ଠିକ୍ ରଖିବେ ତେବେ ଆପଣଙ୍କୁ କୌଣସି ମେଡିସିନର ଆବଶ୍ୟକତା କେବେବି ପଡିବନି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପ୍ରାକୃତିକ ଘରୋଇ ଉପାୟ ରହିଛି , ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଥଣ୍ଡା ଭଳି ସମସ୍ୟା ଦୂର ହୋଇଯିବ ।

ଆବଶ୍ୟକ ସାମଗ୍ରୀ :-

1. ଅଦା
2. ପାନପତ୍ର
3. ଗୋଲମରିଚ
4. ତୁଳସୀପତ୍ର
5. ଗୁଡ
6. ମହୁ

ପ୍ରସ୍ତୁତି ପ୍ରଣାଳୀ :-

ଏହି ଘରୋଇ ଉପାୟକୁ ବନେଇବା ପାଇଁ ଆପଣଙ୍କୁ ଆବଶ୍ୟକ 200 ଏମେଲ ପାଣି , ଏଥିପାଇଁ ଦ୍ୱିତୀୟ ସାମଗ୍ରୀ ଆବଶ୍ୟକତା ପଡିବ ତାହା ଅଟେ 2 ଇଞ୍ଚର ଅଦା । ଅଦା ଆପଣଙ୍କର ଥଣ୍ଡା , କାଶ ଭଳି ସମସ୍ୟାକୁ ଦୂର କରିବାରେ ବହୁତ ଲାଭଦାୟକ ଅଟେ । ଆପଣ ଏମିତି ଏକ ଇଞ୍ଚର ଥଣ୍ଡେ ଅଦା ନିଅନ୍ତୁ ତାହାକୁ ଭଲ ଭାବରେ କୋଟି ଦିଅନ୍ତୁ ଏବେ ଆପଣ ଏହାକୁ ଏହି ପାଣିରେ ପକାନ୍ତୁ । ଏଥିପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀ ଆବଶ୍ୟକତା ପଡିବ ତାହା ଅଟେ ପାନ ପତ୍ର , ପାନ ପତ୍ରରେ ଏମିତି ତତ୍ତ୍ୱ ମିଳିଥାଏ ଯାହା ଆମ ଶରୀରକୁ ଗରମ ପହଞ୍ଚାଇଥାଏ ।

ଏହା ଆମ ବାତ ପିତ୍ତ କୁ ନିୟନ୍ତ୍ରଣରେ ରଖିଥାଏ , ଏହି ଉପଚାର ପାଇଁ ପାନପତ୍ର ର ନିହାତି ପ୍ରୟୋଗ କରନ୍ତୁ । ଆପଣ ଖଣ୍ଡେ ପାନ ପତ୍ର ନିଅନ୍ତୁ , ତାହାକୁ ଏମିତି ଛୋଟ ଛୋ଼ଟ ଖଣ୍ଡରେ ଛିଡାଇ ଏଥିରେ ପକାନ୍ତୁ । ଏବେ ଆପଣଙ୍କୁ ତୃତୀୟ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ଅଟେ ଗୋଲମରିଚ । ଏଥିରେ ଏମିତି ପୋଷକ ତତ୍ତ୍ୱ ମିଳିଥାଏ ଯାହା ଥଣ୍ଡାକୁ ଦୂର କରିବା ସହିତ ଛାତିରେ ପଶିଥିବା କଫକୁ ମଧ୍ୟ କାଢିଥାଏ । ସେଥିପାଇଁ ଆପଣ ଏଥିରେ 7ରୁ 8 ଟି ଗୋଲମରିଚ ନେଇ ତାହାକୁ ଗୁଣ୍ଡ କରି ସେଥିରେ ପ୍ରୟୋଗ କରନ୍ତୁ ।

ଚତୁର୍ଥ ସାମଗ୍ରୀ ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ତାହା ଅଟେ ତୁଳସୀ ପତ୍ର । ଏହା ଆମକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ , ଆପଣ ଏଥିରେ 5 ରୁ 6 ଟି ତୁଳସୀ ପତ୍ର ନିଶ୍ଚୟ ପ୍ରୟୋଗ କରନ୍ତୁ । ଏବେ ଏଥିରେ ଶେଷ ସାମଗ୍ରୀ ପ୍ରୟୋଗ କରନ୍ତୁ ତାହା ଅଟେ ଗୁଡ , ଆପଣ ସେଥିରେ 1 ଚାମଚ ଗୁଡର ପ୍ରୟୋଗ କରନ୍ତୁ । ଆପଣ ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେତେ ପର୍ଯ୍ୟନ୍ତ ଏହା ଅଧା ଗ୍ଲାସ ନହୋଇ ଯାଇଛି । ପାଣି ଫୁଟି ଅଧା ହୋଇଗଲା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ , ଏବେ ଆପଣ ଏହାକୁ 2 ଟି ଯାଗାରେ ଛାଣି ନିଅନ୍ତୁ ।

ସେବନ ପ୍ରଣାଳୀ :-

ଯେତେବେଳେ ଆପଣ ଏହାକୁ ସେବନ କରିବେ ହାଲକା ଉଷମ କରି ସେଥିରେ ଏକ ଚାମଚ ହନିର ଏଡ୍ କରି ସେବନ କରନ୍ତୁ । ଏହାକୁ 2 ଟାଇମ 3 ଦିନ ସେବନ କରନ୍ତୁ ,ଦେଖିବେ ଆପଣଙ୍କର ଥଣ୍ଡା କାଶ ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର କରିଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.