Swastik Tv News Odisha

ସାବଧାନ ! ଭୁଲରେ ମଧ୍ୟ ଜୀବନରେ ଏହି 6 ଜଣଙ୍କ ଆଖିରେ ଲୁହ ଦେବେ ନାହିଁ , ନହେଲେ…

0

ମନିଷ୍ୟର ଆଗାମୀ ଭବିଷ୍ୟତରେ ହେବାକୁ ଥିବା ପ୍ରତ୍ୟେକ ଦୁର୍ବିପାକର ଖବର ମାଳିକା ବଚନରେ ଉଲ୍ଲେଖ ରହିଛି । ମାଳିକାକୁ ଓଲଟାଇଲେ କାଳିମା , ଜୀବନର କାଳିମାକୁ ଯିଏ ଧୋଅଦିଏ ତାହାକୁ ମାଳିକା କୁହାଯାଏ । ତେଣୁ ଆଗାମୀ ଭବିଷ୍ୟତରେ ମଣିଷ ମାନଙ୍କୁ କେଉଁ ସବୁ ପରିସ୍ଥିତି ଦେଇ ଗତି କରିବାକୁ ପଡିବ ତାହା ଏଇ ମାଳିକା ରେ ଉଲ୍ଲେଖ ରହିଛି । ତେବେ ଆସନ୍ତୁ ଜାଣିବା ସେହି ମାଳିକା ବଚନ ରେ ଉଲ୍ଲେଖ ଥିବା କେତେକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ବିଷୟରେ ।

” କାହାର ଆୟତ୍ତ ନରହିବ ବାବୁ ଅଣାୟତ ଥିବେ ପ୍ରାଣୀ
ଧର୍ମ ବୁଦ୍ଧି ଜ୍ଞାନ ଚେତନା ହଜିବ ପାପୀ ହେବେ ଜାଣିଶୁଣି ”

କଳିଯୁଗରେ ଏମିତି ପ୍ରଭାବ ପଡିବ ମଣିଷ ନଚାହିଁଲେ ମଧ୍ୟ ପାପି ହେବ , ଆଉ ମଣିଷ ନଚାହିଁଲେ ମଧ୍ୟ ଆପେ ଆପେ ପାପ ଭିତରେ ପ୍ରବେଶ କରି ଚାଲିବ ।

” ମାଛ ମିଛ ଭରା କଥାପରଦାରା ଆଗରେ ହେବ ପ୍ରବଳ ,
ପରନିନ୍ଦା ପରିହାସ ଅପବାଦ ହେବ ମାତ୍ର ଏହି ଖେଳ ”

କଳିଯୁଗରେ ଆପଣ ମାନଙ୍କ ଆଗରେ ସର୍ବଦା ମିଛ କଥା କହିବେ , ପୁନଶ୍ଚ ମଣିଷ ପରନିନ୍ଦା କରିବ ପରିହାସ ପୂର୍ବକ ଅନ୍ୟ ମାନଙ୍କ ସହିତ କଥା ହେଲା ଭଳି ଜଣକୁ ନେଇ ପରିହାସ କରିବ ।

” ଚୁଗୁଲିଆ ଲୋକ ଆଗଯେ ହୋଇବେ ପ୍ରଶଂସା କରିବେ ତାକୁ
ସତ୍ୟବାଦୀ ଜନ ସୁଜନ ବଚନ ପକାଇଦେବେ ପଛକୁ ”

କଳିଯୁଗରେ ମହାପୁରୁଷ ଶିଶୁ ଅନନ୍ତ ଏହି କଥା କହୁଛନ୍ତି , ଯେ କଳିଯୁଗରେ ସତ୍ୟ କହିବ ତା କଥାକୁ କେହି ଶୁଣିବେ ନାହିଁ । ଏହାଛ଼ଡା ଯେଉଁମାନେ ଚୁଗୁଲିଆ କରିବ ସେ ସମସ୍ତଙ୍କର ପ୍ରିୟ ହେବ । ତେଣୁ ଆପଣ ମାନେ ସାବଧାନ ରହିବେ ଏହି ଚୁଗୁଲିଆ ମାନଙ୍କ ପାଖରୁ , କାରଣ ଏମାନେ ଆପଣଙ୍କ ଧନ ଜୀବନ ସବୁ ନଷ୍ଟ କରିଦେବେ ।

ଜୀବନ ଭିତରେ କେବେହେଲେ 6 ଜଣଙ୍କୁ କଷ୍ଟ ଦେବେ ନାହିଁ । 6 ଟି ବ କୁ ଜୀବନରେ କେବେହେଲେ କଷ୍ଟ ଦେବେନି । ପ୍ରଥମ ବ ହେଉଛି ବାପା କେବେ କଷ୍ଟ ଦେବେନାହିଁ , ଦ୍ୱିତୀୟ ବ ବଉ ଆଖିରେ କେବେ ଲୁହ ଦେବେନି , ତୃତୀୟ ବ ବାବାଜୀ ଆଖିରେ କେବେ ଲୁହ ଦେବେନି। ଚତୁର୍ଥ ବ ବୈଷ୍ଣବ ଆଖିରେ କେବେ ଲୁହ ଦେବେନି , ପଞ୍ଚମ ବ ବ୍ରାହ୍ମଣ ଆଖିରେ କେବେ ଲୁହ ଦେବେନି , ଷଷ୍ଠ ବ ବିଧନା ଆଖିରେ କେବେ ଲୁହ ଦେବେନି ।

କଳିଯୁଗରେ ଆପଣ ମାନେ ଯେତେ ସତମାର୍ଗରେ ଯିବେ ଏବଂ ମାଳିକା କଥାକି ଶୁଣି ଆପଣ ଯେତେ ସଜାଡି ହେବେ ତେବେ ଆପଣଙ୍କର ଜୀବନ ସାର୍ଥକ ହୋଇଯିବ । ତେଣୁ ଆପଣ ମାନେ ସର୍ବଦା ଧର୍ମପଥକୁ ଅନୁସରଣ କରନ୍ତୁ ଏବଂ ଜୀବନରେ ଅସଦାଚାରୀ ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.