Swastik Tv News Odisha

Special Tips – ପେଟରେ ଗ୍ୟାସ ଭଳି ସମସ୍ୟା ଥିଲେ 2 ମିନିଟରେ ଗାଏବ କରିବ ଏହି ଚମତ୍କାରୀ ଘରୋଇ ଉପାୟ

0

ଯଦି ଆପଣଙ୍କ ଠାରେ କବଜ ଭଳି ସମସ୍ୟା ରହୁଛି , ପେଟ ଫୁଲି ରହୁଛି , ପେଟରେ ବାରମ୍ୱାର ଗ୍ୟାସ ରହୁଛି ବା ଛାତିରେ ଜଳାପଡା ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାର ସେବନ କରି ଆପଣ ମାନେ ଏହି ସମସ୍ତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଡ୍ରିଙ୍କର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଜିରା
2. ଡାଲଚିନିଖଣ୍ଡ
3. ଲେମ୍ୱୁ
4. କଳାଲୁଣ ବା ବିଟ୍ ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଏକ ପ୍ୟାନକୁ ଗ୍ୟାସ ଉପରେ ବସାନ୍ତୁ , ଏବେ ଆପଣ ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ଏବେ ଆପଣ ସେଥିରେ ଏକ ଚାମଚ ଜିରା ପକାନ୍ତୁ , ଏହାପରେ ଅଳ୍ପ ଡାଲଚିନିଖଣ୍ଡ ମିଶାନ୍ତୁ । ଏବେ ଆପଣ ତାହାକୁ 5 ମିନିଟ ପର୍ଯ୍ୟନ୍ତ ଲୋ ଫେମ୍ ରେ ଫୁଟାନ୍ତୁ , 5 ମିନିଟ ପରେ ଦେଖନ୍ତୁ ସେଥିରେ କେତେ ଭଲ କଲର ଆସିଯାଇଛି ।

ଏବେ ଆପଣ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ , ଏବେ ଆପଣ ସେହି ଡ୍ରିଙ୍କକୁ ଏକ ଛାଣା ସାହାର୍ଯ୍ୟରେ ଛାଣି ନିଅନ୍ତୁ । ଏବେ ଆପଣ ଏଥିରେ ଆଉ ଗୋଟିଏ ଜିନିଷ ଆଡ୍ କରନ୍ତୁ , ତାହା ଅଟେ ଏକ ଫାଳ ଲେମ୍ୱର ରସ । ଏକ ଫାଲ ଲେମ୍ୱୁ ର ରସ ଆଣି ସେହି ଡ୍ରିଙ୍କରେ ମିଶାନ୍ତୁ । ଶେଷରେ ଅଧା ଚାମଚ କଳା ଲୁଣ ବା ବିଟ୍ ଲୁଣ ମିଶାନ୍ତୁ , ଏବେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏବେ ମେଜିକାଲ ଡ୍ରିଙ୍କ ପ୍ରସ୍ତୁତ ହୋଇ ସାରିଛି ।

ସେବନ ପ୍ରଣାଳୀ :-

ଯେବେବି ଆପଣଙ୍କ ପେଟରେ ଗ୍ୟାସ ଭଳି ସମସ୍ୟା ଦେଖାଯିବ , ତେବେ ଆପଣ ଏହାକୁ ଏହିପରି ଭାବେ ବନେଇ ଗରମ ଗରମ ଚା ଭଳି ପି ନିଅନ୍ତୁ । ଦେଖିବେ ଆପଣଙ୍କର ଗ୍ୟାସ ଭଳି ସମସ୍ୟା 5 ମିନିଟ ରେ ଦୂର ହୋଇଯିବ । ଯଦି ଆପଣଙ୍କ ର ପ୍ରତିଦିନ ଗ୍ୟାସ ଭଳି ସମସ୍ୟା ରହୁଛି ବା କବଜ ଭଳି ସମସ୍ୟା ରହୁଛି , ତେବେ ଆପଣ ଏହାକୁ ସକାଳେ ଖାଲିପେଟରେ ଏବଂ ପରେ ରାତିରେ ଖାଦ୍ୟ ଖାଇବାର 1 ଘଣ୍ଟା ପରେ ଗରମ ଗରମ ଏହି ଡ୍ରିଙ୍କର ସେବନ କରନ୍ତୁ ।

ଦିନରେ ଏହାକୁ 2 ଥର ସେବନ କଲେ ଆପଣଙ୍କ ପେଟ ବହୁତ ଭଲ ଭାବରେ କ୍ଲିଅର ହୋଇଯିବ । ଏହାକୁ 15 ଦିନ ପ୍ରତିଦିନ ପିଇବା ଦ୍ୱାରା ଆପଣଙ୍କର କବଜ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହେବ । ଗ୍ୟାସ ସମସ୍ୟା ଆଦୁ ରହିବ ନାହିଁ ଏବଂ ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.