Swastik Tv News Odisha

Parents Tips – ନିଜ ପିଲାର ବୁଦ୍ଧି ବିଦ୍ୟା ପାଇଁ କଣ କରିବେ ? ପ୍ରତ୍ୟେକ ବାପା ମାଆ ଜାଣିବା ପାଇଁ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପ୍ରତ୍ୟେକ ବ୍ୟକ୍ତି ମାନେ ଜୀବନରେ ସୁଖ ସ୍ୱଚ୍ଛନ୍ଦରେ ଜୀବନ ବିତେଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ସେମାନଙ୍କୁ ସମାଜର କେତେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ । ସେହି ନୀତି ନିୟମକୁ ମାନି ଚଳିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଶିକ୍ଷଣୀୟ ନୀତି ଶାସ୍ତ୍ର ବିଷୟରେ ଜଣେଇବୁ , ଯାହାକୁ ମାନି ଚଳିବା ଦ୍ୱାରା ଜୀବନ ସରସ ସୁନ୍ଦର ହୋଇଥାଏ ।

1. ପ୍ରତି ଶୁକ୍ରବାର ଦିନ ରାତିରେ କିଛି ମିଠା ଖାଦ୍ୟ ପ୍ରସ୍ତୁତ କରନ୍ତୁ , ସେହି ମିଠା ଖାଦ୍ୟକୁ ଘରର ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରନ୍ତୁ । ଏହା ପାଳନ କରିବା ଦ୍ୱାରା ଦେବତା ମାନେ ସନ୍ତୁଷ୍ଟ ହୋଇଥାନ୍ତି ।

2. ପାଞ୍ଚଟି ସ୍ଥାନକୁ କେବେହେଲେ ଜୋତା ପିନ୍ଧି ଯିବେ ନାହିଁ , ପ୍ରଥମ ରେ ରୋଷେଇ ଘର , ଦ୍ୱିତୀୟରେ ଧନ ରଖିବା ସ୍ଥାନ , ତୃତୀୟରେ ଭଣ୍ଡାର ଘର , ଚତୁର୍ଥରେ ମନ୍ଦିର , ଶେଷ ବା ପଞ୍ଚମରେ ପବିତ୍ର ତୀର୍ଥସ୍ଥାନ । ଏହି 5 ଟି ସ୍ଥାନକୁ କେବେହେଲେ ଜୋତା ପିନ୍ଧି କରି ଯାଆନ୍ତୁ ନାହିଁ ।

3. ସନ୍ତାନର ବୁଦ୍ଧି ବିଦ୍ୟା ଲାଭ କରିବା ପାଇଁ ତଥା ସୁଖ ପାଇବା ପାଇଁ ସବୁବେଳେ ଗ୍ରହଦୋଷ ଖଣ୍ଡନ ହେବା ପାଇଁ ରାତିରେ ପିଲାମାନେ ଶୋଇଗଲା ପରେ ସେ ଘରେ କର୍ପୂର ଜଳିବେ । ଯେମିତି କର୍ପୂର ବାସ୍ନା ପିଲା ମାନଙ୍କ ନାକରେ ବାଜିବ , ଏହାପରେ ପିଲା ମନାଙ୍କ ତକିଆକୁ ସବୁବେଳେ ହଳଦିଆ ରଙ୍ଗର ରଖିଥିବେ । ହଳଦିଆ ତକିଆ ବୃହସ୍ପତ୍ତିଙ୍କର ଏବଂ ବିଦ୍ୟାଦାତ୍ରୀଙ୍କର ଜ୍ଞାନ ଆସିବ । ଆପଣ ଦେଖିବେ ପିଲାଙ୍କର ବୁଦ୍ଧି ଆପେ ଆପେ ପରିବର୍ତ୍ତି ହୋଇଯିବ ।

4. ପକେର୍ଟ ରେ କେବେହେଲେ ଛିଡି ଯାଇଥିବା ମନି ପର୍ସ ରଖନ୍ତୁ ନାହିଁ ଏବଂ ପୁରୁଣା ଦୋକାନ ଚିଠା ଓ ନୋଟକୁ କେବେହେଲେ ଭାଙ୍ଗି କରି ପକେର୍ଟରେ ରଖନ୍ତୁ ନାହିଁ । ଏହାକଲେ ଲକ୍ଷ୍ମୀ ରୋଷ ହୋଇଥାନ୍ତି ଏବଂ ଏହା ପାଳନ କଲେ ମଙ୍ଗଳ ହେବ ।

5. ଛୋଟ ପିଲାମାନଙ୍କର ସ୍ମରଣ ଶକ୍ତି ବଢାଇବା ପାଇଁ କଂସା ଗ୍ଲାସରେ ସବୁବେଳେ ପାଣି ପିଇବାକୁ ଦିଅନ୍ତୁ ।

6. ରାତିରେ ଘରର ଆବର୍ଜନା ବାହାରେ ପକାନ୍ତୁ ନାହିଁ , କାରଣ ରାତିରେ ଅଲକ୍ଷ୍ମୀ ବାସ କରନ୍ତି ଏବଂ ଏହା ଘର ପାଇଁ ହାନିକାରକ ହୋଇଥାଏ ।

7. ଗୋମାତା , ଅଗ୍ନି ଏବଂ ଛୋଟ ଛୁଆ ମାନଙ୍କୁ ପାଦରେ କେବେହେଲେ ଆଘାତ ଦିଅନ୍ତୁ ନାହିଁ । ଏହାକୁ ମାନିଲେ ମଙ୍ଗଳ ହୋଇଥାଏ ।

8. ତକିଆ ତଳେ କେବେ ବହି ରଖି ଶୁଅନ୍ତୁ ନାହିଁ ଏବଂ ମୁଣ୍ଡ ପାଖରେ ନିଜ ମନିପର୍ସ କେବେହେଲେ ରଖନ୍ତୁ ନାହିଁ । ଏହା କଲେ ବହୁତ କ୍ଷତିକାରକ , ତେଣୁ ଏହାକୁ ପାଳନ କରନ୍ତୁ ନିଶ୍ଚିତ ରୂପେ ଶୁଭଫଳ ପ୍ରାପ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.