Swastik Tv News Odisha

ସବୁଦିନ ପାଇଁ ଶୋଇଗଲେ ଭାଇଭଉଣୀ…ଛାତି ଫଟେଇ ଅତି ବିକଳ ହୋଇ କାନ୍ଦୁଛନ୍ତି ଦୁଇ ମା’… ଦେଖନ୍ତୁ Video

0

ସମାଜରେ ପ୍ରତି ଦିନ କିଛି ନା କିଛି ଦୁର୍ଘଟଣା ଘଟିଥାଏ , ସେଥିମଧ୍ୟରୁ ଏମିତି କିଛି ଘଟଣା ଥାଏ ଯାହା ଅତ୍ୟନ୍ତ ଦୁଃଖ ଦାୟକ ଅଟେ । ମଣିଷ ଜୀବନରେ କେତେବେଳେ କଣ ଘଟିବାର ଥାଏ କାହାକୁ ମଧ୍ୟ ଜଣା ନଥାଏ । ଖୁସୀର ମାହଲକୁ ମଧ୍ୟ ଗୋଟେ ସେକେଣ୍ଡରେ କଳାବାଦଲ ଘେରିଯାଇଥାଏ , ତେବେ ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ମାତ୍ରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ ମଧ୍ୟ କରିବେ ।

ନିସ୍ତେଜ ହୋଇ ଶୋଇପଡିଛନ୍ତି ଦୁଇ ଭାଇ ଭଉଣୀ , ଯେତେ ଡାବିଲେ ବି ଆଉ ଉଠୁ ନାହାନ୍ତି । ସେହି ଖିଲି ଖିଲି ହସ ସେହି ମିଠା ମିଠା କଥା ଆଉ କେବେ ଶୁଣାଜିବନି , ଭଲସେ କଥା କହି ଶିଖି ନଥିବା ସେହି କୁନି ଝିଅଟି ମାଆ ଡାକିଦେଲେ ପରା ସବୁ ଦୁଃଖ ଦୂର ହୋଇଯାଉଥିଲା । 5 ବର୍ଷ ପୁଅର ମିଠା ଅଝଟରେ ମିଛ ନାଲି ଆଖି ଦେଖେଇ ମା ବି ଖୁସୀ ହୋଇ ଯାଉଥିଲା , ଏବେ କେମିତି ବଞ୍ଚିବେ ଦୁଇ ମା । ସେହି କୋଅଳ ଚେହେରା ସେହି ମିଠା ଦୁଷ୍ଟାମି କଣ ଆଉ ସତରେ ଦେଖି ପାରିବେନି , ଏକଥା ଛାତି ଭିତରଟାକୁ କୋରି ପକାଉଛି ଯେପରି ।

ସେଇଥି ପାଇଁ ତ ଛାତି ଫଟେଇ ଅତି ବିକଳ ହୋଇ କାନ୍ଦୁଛନ୍ତି ଦୁଇ ମା । ସତରେ କଣ ଯମ ଏତେ ନିଷ୍ଠୁର ,ଏକାବେଳେ ଦୁଇ ମାଙ୍କ କୋଳ ଖାଲି କରିଦେଲା । ନୂଆ ନୂଆ ଦୁନିଆର ସୁନେଲି ରଙ୍ଗକୁ ଚିହ୍ନୁଥିବା ଏହି କୋଅଁଳ ଶିଶୁଙ୍କର ଜୀବନ ଅକାରଣରେ ଚାଲିଗଲା । ଏହି କରୁଣ ଦୃଶ୍ୟ ସତରେ ହୃଦୟ ବିଦାରକ , ବୁଢା ଜେଜେ ମଧ୍ୟ ନିଜର କୋହ ସମ୍ଭାଳି ପାରୁ ନାହାନ୍ତି ।

କେତେ ଖୁସୀରେ ଜେଜେ ଦୁଇ ନାତି ନାତୁଣୀକୁ ନେଇ ଯାଉଥିଲେ ସ୍କୁଲରେ ଓଜନ ହେବାକୁ କିନ୍ତୁ ଆଉ ପରିବାର ଦେଖିଲେ ନି ଦୁଇ ନୟନ ବାଳକ ଚେହେରା । ନିସ୍ତେଜ ହୋଇ ଶୋଇ ପଡିଛନ୍ତି ହସ୍ପିଟାଲ ବେଡ୍ ରେ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରୀ ଗାଁରେ ପୋଖରୀ ରେ ବୁଡି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ସମ୍ପର୍କୀୟ ଭାଇ ଭଉଣୀ ଏବଂ ଉଭୟଙ୍କ ବୟସ 5 ବର୍ଷ ।

ଡଙ୍କାରୀ ଗାଁର ଶୁକଦେବ ସାମଲଙ୍କ ଝିଅ ମାମୁନି ଓ ଗଞ୍ଜା ଗାଁର ବିନଦ ପାତ୍ରଙ୍କ ପୁଅ ପ୍ରତିବିବର । ଦୁଇ ଜଣ ଖେଳୁଥିବା ବେଳେ ପୋଖରୀକୁ ଖସି ପଡିଥିଲେ , ଘର ଲୋକ ଖୋଜା ଖୋଜି କରିବା ପରେ ଦୁଇ ଜଣଙ୍କୁ ପେଖରୀ ମଧ୍ୟରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସେମାନଙ୍କୁ ରାଜକନ୍ନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ହେଲେ ଡକ୍ତାର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.