Swastik Tv News Odisha

Health Tips – ପୁରୁଣାରୁ ପୁରୁଣା ଗ୍ୟାସ ଭଳି ସମସ୍ୟା ଦୂର କରିବାର ଘରୋଇ ଉପାୟ

0

ପୁରୁଣାରୁ ପୁରୁଣା କବଚ ଭଳି ସମସ୍ୟା ଓ ପେଟ ଯଦି ଆପଣଙ୍କର ଫୁଲି ରହୁଛି କିମ୍ୱା ପେଟର ଗ୍ୟାସ ଯଦି ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚି ଯାଉଛି । ତେବେ ଆଜିର ଏହି ଉପାୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ଯାଗାଦ୍ୱାରା ଆପଣଙ୍କ ପେଟ ସଫା ହେବ ଓ ପେଟରେ ଜମି ରହିଥିବା ମଳ ଭଲ ଭାବରେ ବାହାରି ଯିବ । ଏହାକୁ ଆପଣ ଥରେ ମାତ୍ର ସେବନ କରି ଦେଖନ୍ତୁ ପ୍ରଥମ ଦିନରୁ ହିଁ ଆପଣଙ୍କୁ ଫାଇଦା ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ସରଳ ଘରୋଇ ଉପାୟର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ହରିଡା
2. ଜୁଆଣି
3.ପାନମହୁରୀ
4. କଳାଲୁଣ
5.ଜିରା

ପ୍ରସ୍ତୁତି ପ୍ରଣାଳୀ :-

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଛୋଟ ହରିଡା , ପେଟରେ ଗ୍ୟାସ , ଏସିଡିଟି ବା ପେଟ ବ୍ୟଥା ହେବା ଏଥିରୁ ସମ୍ପୂର୍ଣ୍ଣ ଭଲ ହୋଇଯିବ । ଏବେ ଆପଣ ଏହାକୁ ଛେଚି ଛୋଟ ଛୋଟ ପିସ କରି ଦିଅନ୍ତୁ । ଏହି ଛୋଟ ହରିଡା ଆପଣଙ୍କର କବଚ ଭଳି ସମସ୍ୟାକୁ ଭଲ କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଦ୍ୱିତୀୟରେ ଏଥିପାଇଁ ଆବଶ୍ୟକ ପଡିବ ଜୁଆଣି ।

ଜୁଆଣି ରୋଷେଇ ଘରୁ ବହୁତ ସହଜରେ ମିଳିଯିବ , ଯଦି ଆପଣଙ୍କର ପେଟ ଫୁଲି ରହୁଛି ତେବେ ଜୁଆଣି ଆପଣଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତୃତୀୟରେ ଆପଣଙ୍କୁ ଆବଶ୍ୟକତା ପଡିବ ପାନମହୁରୀ , ପାନମହୁରୀ ଯଦି ଆପଣ ଖାଦ୍ୟ ଖାଇବା ପରେ ଏକ ଚାମଚ ବା ଅଧା ଚାମଚ ଖାଆନ୍ତି ତେବେ ଆପଣଙ୍କର ଡାଇଜେସନ ଭଲ ହୋଇଥାଏ ।

ଚତୁର୍ଥରେ ଆପଣଙ୍କୁ ଆବଶ୍ୟକ କଳାଲୁଣ , ପଞ୍ଚମ ବା ଶେଷରେ ଆପଣଙ୍କୁ ଆବଶ୍ୟକ ପଡିବ ଜିରା । ଗ୍ୟାସ ଏବଂ ଏସିଡିଟି ପାଇଁ ଜିରା ବହୁତ ଅଧିକ ଲାଭଦାୟକ ଅଟେ । ପ୍ରଥମେ ଆପଣ ଗୋଟିଏ ପ୍ୟାନ ନିଅନ୍ତୁ , ଏଥିରେ ଛେଚି ରଖିଥିବା ହରିଡାକୁ ପକାନ୍ତୁ । ଏଥିରେ ଏକ ଚାମଚ ଜିରା ମିଶାନ୍ତୁ , ଏବେ ଆପଣ ଏଥିରେ ଏକ ଚାମଚ ଜୁଆଣି ମିଶାନ୍ତୁ ।

ଏବେ ଆପଣ ଏହାକୁ ହାଲକା ଭାଜି ନିଅନ୍ତୁ , ଗଲଡ୍ରେନ୍ ବ୍ରାଉନ କଲର ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ହୋଇଗଲା ପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ , ତାପରେ ଆପଣ ଏକ ଗ୍ରାଇଣ୍ଡିଙ୍ଗ ଜଗ ନିଅନ୍ତୁ । ସେଥିରେ 2 ଚାମଚ ପାନମହୁରୀ ପକାନ୍ତୁ , ତାପରେ ଆପଣ ଏଥିରେ ସ୍ୱାଦ ଅନୁଯାୟୀ ଅଧା ଚାମଚ ଲୁଣ ମିଶାନ୍ତୁ । ତାପରେ ଆପଣ ଯେଉଁ 3 ଟି ଜିନିଷ ଭଜିକରି ରଖିଥିଲେ ତାହାକୁ ଏଥିରେ ପକାନ୍ତୁ । ଏବେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ ।

ସେବନ ପ୍ରଣାଳୀ :-

ପ୍ରଥମେ ଆପଣ ଏକ ଗ୍ଲାସ ରେ ଉଷମ ପାଣି ନିଅନ୍ତୁ , ଏବେ ସେହି ପାଣିରେ ଅଧା ଚାମଚ ଗୁଣ୍ଡ ମିଶାନ୍ତୁ । ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ , ଦେଖିବେ ଆପଣଙ୍କର କବଚ ଭଳି ସମସ୍ୟା ସମ୍ପୂର୍ଣ୍ଣ ଠିକ୍ ହୋଇଯିବ । ସକାଳେ ଆପଣଙ୍କ ପେଟ ସଫା ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.