Swastik Tv News Odisha

ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ… ଥରେ ବଦଳରେ ୧୦ ଥର ଦେଖିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ପୁଣି ସାମ୍ନାକୁ ଆସିଲା ଭଜନ କୀର୍ତ୍ତନ ର ଆଉ ଏକ ଡାନ୍ସ ଭିଡିଓ। ଯାହାକୁ ଦେଖିଲେ ଆପଣ ବି ଖୁସି ହେବେ। କାରଣ ଏଠାରେ ଠାକୁର ଙ୍କ ନାମର ତାଳେ ତାଳେ ଚାଲିଛି ନୃତ୍ୟ ପରିବେଷଣ ଏବଂ ଏହାକୁ ଉପଭୋଗ କରୁଛନ୍ତି ଅନେକ ଦର୍ଶକ ବୃନ୍ଦ।ଏକ ଅଷ୍ଟମ ପ୍ରହରୀ ଅବସରରେ ସଙ୍କୀର୍ତ୍ତନ ଦଳ ପକ୍ଷରୁ ଏହିଭଳି ଏକ ନୃତ୍ୟ ପରିବେଷଣ ହେଇଥିବାର ଦେଖିବାକୁ ମିଳିଛି।ଉଭୟ ପୁରୁଷ ଏବଂ ମହିଳା ମାନେ ସେଠାରେ ରହିଥିବା ବେଲେ ସମସ୍ତେ କୀର୍ତ୍ତନ କରିବା ସହିତ ତାଳି ମଧ୍ଯ ମାରୁଛନ୍ତି।ଉପସ୍ଥିତ ସମସ୍ତେ ଉତ୍ସାହର ସହିତ ଏହାକୁ ଉପଭୋଗ କରୁଛନ୍ତି।ଏହି କୀର୍ତ୍ତନ ଏବଂ ନାଚକୁ ସମସ୍ତେ ଉତ୍ସାହର ସହ ଦେଖୁଛନ୍ତି ଏଵଂ ବହୁତ୍ ଖୁସି ବି ହେଉଛନ୍ତି।

ସଙ୍କୀର୍ତ୍ତନ ସମୟର ଏହି ଭିଡିଓ ଏବେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି। ଆପଣ ବି ଥରେ ଏହି କୀର୍ତ୍ତନର ଭିଡିଓ ଦେଖନ୍ତୁ ନିଶ୍ଚିତ ଆପଣ ଙ୍କ ମନ ମୁଗ୍ଧ ହୋଇଯିବ। ଏଠାରେ ହରେକୃଷ୍ଣ ହରେରାମ ନାମ ନିଆଯିବା ସହିତ ସେହି ନାମର ତାଳେ ତାଳେ ଯେଉଁ ଡାନ୍ସ ହେଉଛି ତାହା ଲୋକମାନଙ୍କୁ ଅଧିକ ଆକୃଷ୍ଟ କରୁଛି। ହୁଏତ ଆଗରୁ ଏସବୁ ନଥିଲା, କିନ୍ତୁ ଏବେ ଧିରେ ଧିରେ ସଙ୍କୀର୍ତ୍ତନ ପାଇଁ ଆସୁଥିବା ଦଳ ଗୁଡ଼ିକ ପ୍ରାୟତଃ ଏହିଭଳି ଡାନ୍ସ କରିବା ପାଇଁ ଯୁବକ ଯୁବତୀ ମାନଙ୍କୁ ଦଳରେ ରଖୁଛନ୍ତି, ଯାହା ଫଳରେ ଅଧିକ ସଂଖ୍ୟାରେ ଲୋକଙ୍କ ଆଗ୍ରହ ବଢ଼ିବ ଏହାକୁ ଦେଖିବା ପାଇଁ।

ଏହି ଦୃଷ୍ଟିରୁ ପ୍ରାୟ ଅନେକ ସଙ୍କୀର୍ତ୍ତନ ଦଳ ରେ ଆପଣ ଏବେ ଏହିଭଳି ନାମ ସହିତ ଡାନ୍ସ ମଧ୍ଯ ଦେଖିବକୁ ପାଉଥିବେ। ତେବେ ଏହି ଡାନ୍ସ ଗ୍ରୁପ୍ ଟି ହେଉଛି ଲକ୍ଷ୍ମୀ ସଙ୍କୀର୍ତ୍ତନ ମଣ୍ଡଳୀ, ଅଁଳାପାଲି। ଏଠାରେ ଯେଉଁ ଯୁବତୀ ମାନେ ଯେଉଁ ଗୀତର ସୁରରେ ନୃତ୍ୟ ଦେଖାଉଛନ୍ତି ସେହି ଗୀତଟି ହେଉଛି କହେମି କହେମି ବୋଲି। ହରେକୃଷ୍ଣ ହରେରାମ ନାମ କୁ ଏହି ସୁରରେ ଗାଉଛନ୍ତି ନାମ ଧରିଥିବା ଗାୟକ ଏବଂ ଏହି ଗୀତର ସୁରରେ ଚାଲିଛି ସୁନ୍ଦର ଆକର୍ଷଣୀୟ ଡାନ୍ସ। ଏଠାରେ ଆଧୁନିକ ଗୀତରେ ଚାଲିଛି ହରେ କୃଷ୍ଣ ହରେ ରାମ ନାମ ସଙ୍କୀର୍ତ୍ତନ।

ତେବେ ଆପଣ ଥରେ ଏହି ଦୃଶ୍ୟକୁ ଟିକିଏ ଭଲକି ଦେଖି ନିଅନ୍ତୁ ଏବଂ ଗିତଟିକୁ ଭଲକି ଶୁଣି ନିଅନ୍ତୁ। ବାଯୁଛି ଝାଞ୍ଜ, ମୃଦଙ୍ଗ ଆଉ ଖୋଳ। ଆଉ ଶୁଭୁଚି ହରେ କୃଷ୍ଣ ହରେ ରାମ ନାମ। କିନ୍ତୁ ସ୍ୱର ପାରମ୍ପରିକ ଶୈଳୀ ର ନୁହେଁ ବରଂ ଆଧୁନିକ ଗୀତର। ପ୍ରାୟତଃ ଏଭଳି ଦୃଶ୍ୟ ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଆଧୁନିକ ଯୁଗରେ ନାମ ସଙ୍କୀର୍ତ୍ତନ ର ମଡର୍ଣ୍ଣ ରୂପ ଲୋକଙ୍କୁ ପସନ୍ଦ ବି ଆସୁଛି ଯେଉଁ କାରଣରୁ ସଙ୍କୀର୍ତ୍ତନ ମଣ୍ଡଳୀ ଗୁଡିକ ଏପରି କାର୍ଯ୍ୟକ୍ରମ ର ଆୟୋଜନ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.