Swastik Tv News Odisha

Health Tips – ପିଲାଠୁ ବୁଢା ସମସ୍ତଙ୍କ କାଶ, ଥଣ୍ଡା, ଜ୍ୱର ଗୋଟେ ଦିନରେ ଠିକ ହୋଇଯିବ ଗ୍ୟାରେଣ୍ଟି

0

ଶୀତଦିନ ମାନଙ୍କରେ ଥଣ୍ଡା , କାଶ , ଝିଙ୍କ , କଫ ଏବଂ ଜ୍ୱର ଭଳି ସମସ୍ୟା ସମସ୍ତଙ୍କୁ ହେବାକୁ ଲାଗେ । ପିଲାଙ୍କ ଠୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ପିଡୀତ ହୋଇଥାନ୍ତି । ଏମିତିରେ ବାରମ୍ୱାର ବାହାରର ଔଷଧ ସେବନ କରିବା ଦ୍ୱାରା ଆମ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହି ସବୁ ଔଷଧର ଅନେକ ସାରା ସାଇଡ୍ ଇଫେକ୍ଟ ମଧ୍ୟ ରହିଥାଏ , ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଇଫେକ୍ଟିଭ ରେମିଡି ପ୍ରସ୍ତୁତି ବିଷୟରେ ଜଣେଇବୁ , ଯାହାର ସେବନ କରି ଆପଣଙ୍କର ଥଣ୍ଡା, କାଶ , ଗଳାରେ ଜମା କଫ , ଛାତିରେ କଷ୍ଟ ଏବଂ ଜ୍ୱରରୁ ମଧ୍ୟ ଆପଣଙ୍କୁ ଆରାମ ମିଳିବ ।

ଆବଶ୍ୟକ ସାମଗ୍ରୀ :-

1. ଗୋଲମରିଚ
2. ଲବଙ୍ଗ
3. ଶୁଣ୍ଠିପାଉଡର
4. ଜୁଆଣି
5. ତୁଳସୀପତ୍ର
6. କଞ୍ଚାହଳଦୀ
7. ଗୁଡ
8. ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ :-

ଏହି କାଢାକୁ ବନେଇବା ପାଇଁ ସର୍ବପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ଉପରେ ବସାନ୍ତୁ । ଏବେ ଏଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ , ଏବେ ଏହି ପାଣିକୁ ଅଳ୍ପ ଗରମ କରି ନିଅନ୍ତୁ । ସର୍ବପ୍ରଥମେ ଏଥିରେ 10 ରୁ 12 ଟି ଗୋଲମରିଚକୁ ହାଲକା ଛେଞ୍ଚି ସେଥିରେ ମିଶାନ୍ତୁ । ଗୋଲମରିଚ ଗଳା ପାଇଁ ବହୁତ ଭଲ ରେମିଡି ଅଟେ , ଗୋଲମରିଚ ଆପଣଙ୍କର କାଶ , ଥଣ୍ଡା , ଗଳାରେ କଷ୍ଟ ଏହି ସମସ୍ତ ଜିନିଷର ଆରାମ ପ୍ରଦାନ କରିଥାଏ । ଏବେ ଆପଣ ସେଥିରେ ମିଶାନ୍ତୁ 2 ଟି ଲବଙ୍ଗ , 2ଟି ଲବଙ୍ଗକୁ ହାଲକା ଛେଞ୍ଚି ଏଥିରେ ମିଶାନ୍ତୁ । ଲବଙ୍ଗ ମଧ୍ୟ ଆଣ୍ଟିବ୍ୟାକ୍ଚେରିଆଲ ହୋଇଥାଏ , ଯାହା କାଶ ଏବଂ କାଶ କାରଣରୁ ଗଳାରେ ହେଉଥିବା କଷ୍ଟ ରୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ ।

ଏବେ ଆପଣ ସେଥିରେ ମିଶାନ୍ତୁ ଏକ ଚାମଚ ଜୁଆଣି ଏବଂ ଅଧା ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ । ସୁଣ୍ଠି ଶୁଖିଲା ଅଦାକୁ କୁହାଯାଏ , ଏଥିରେ ଭିଟାମିନ ଓ ପ୍ରୋଟିନ ଅଧିକ ମିଳିଥାଏ । ଯଦି କାହାକୁ କଫବାଲା କାଶ ଅଧିକ ଥାଏ ତ ଶୁଣ୍ଠି ପାଉଡର କ୍ଷୀରରେ ମିଶାଇ ନିହାତି ପିଅନ୍ତୁ । ଏହାଦ୍ୱାରା ଗଳାରେ ଜମା ଏବଂ ଛାତିରେ ଜମା ସମସ୍ତ କଫ ଆପଣଙ୍କର ବାହାରିଯାଏ । ଏବେ ଆପଣ ସେଥିରେ 5 ରୁ 6 ଟି ତୁଳସୀ ପତ୍ର ମିଶାନ୍ତୁ , ତୁଳସୀ ଆଣ୍ଟିବ୍ୟାକ୍ଟେରିଆଲ ହୋଇଥାଏ ।

ଏହା ଥଣ୍ଡା , କାଶ , କଫ ରୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ । ଏବେ ଏଥିରେ ଏକ ଚାମଚ କଞ୍ଚାହଳଦୀକୁ ଛେଲି ଓ ଏକ ଚାମଚ ଗୁଡ ଏଡ୍ କରନ୍ତୁ । ଶେଷ ସାମଗ୍ରୀ ଏଥିରେ ଏଡ୍ କରନ୍ତୁ 2 ଟି ଗୁଜୁରାତି , ଯାହା ଆମ ବନ୍ଦ ନାକ , ଗଳାରେ ଖସ୍ ଖସ୍ ରୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ । ଏହି ସମସ୍ତ ଜିନିଷକୁ ମିକ୍ସ କରି ଭଲ ଭାବରେ ବଏଲ କରି ନିଅନ୍ତୁ ।

ସେବନ ପ୍ରଣାଳୀ :-

ଯେତେବେଳେ ଏହରା କ୍ୱାଣ୍ଟିଟି ଅଧା ହୋଇଯିବ ଆପଣ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏହି କାଢାକୁ ଯଦି କୌଣସି ବଡ ଲୋକଙ୍କୁ ଦେଉଛନ୍ତି ତେବେ ଦିନ ରେ 3 ଥର 2 ଚାମଚ ଲାଖାଏଁ ଏହାର ସେବନ କରି ପାରିବେ । ଯଦି ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ ଦିନରେ 2 ଥର ଏକ ଚାମଚ ଦିଅନ୍ତୁ । ଏହାର ସେବନ କରି ଆପଣ ଆପଣଙ୍କ ଥଣ଼୍ଡା , କାଶ , କଫ , ଜ୍ୱର ଭଳି ସମସ୍ୟାକୁ ଦୂର କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.