Swastik Tv News Odisha

ରାଜଧାନୀରେ ଇଂଲିଶ ଭିକାରୀ , ତାଙ୍କ ମୁହଁରୁ ଇଂଲିଶ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ… ଦେଖନ୍ତୁ ଭିଡ଼ିଓ

0

ସମାଜରେ ବିଭିନ୍ନ ପ୍ରକାର ଲୋକମାନେ ବସବାସ କରିଥାନ୍ତି ଏବଂ ନିଜର କର୍ମ ଅନୁସାରେ ଫଳ ମଧ୍ୟ ଭୋଗିଥାନ୍ତି । କୁହାଯାଏ ମନୁଷ୍ୟ ଯେଉଁପରି କର୍ମ କରିଥାଏ , ସେହି ଅନୁସାରେ ତାକୁ ଭୋଗ କରିବାକୁ ପଡିଥାଏ । ଦେଶର ଅଗ୍ରଗତି ଯେତେ ବଢିଥିଲେ ମଧ୍ୟ ଆଜି ବି ଦେଶରେ ଭିକାରୀ ଙ୍କ ଅଭାବ ନାହିଁ । ଯେଉଁଠି ବି ଯାଆନ୍ତୁ ନା କାହିଁକି ଅନେକ ପ୍ରକାର ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ମାନଙ୍କୁ ଭିକ୍ଷା ମାଗୁଥିବାର ନିଶ୍ଚୟ ଦେଖିବାକୁ ପାଉଥିବେ । ଏମିତି ଅନେକ ଭିକାରୀ ମାନଙ୍କୁ ଆପଣ ମାନେ ଦେଖିଥିବେ , କିନ୍ତୁ ସେଥି ମଧ୍ୟରୁ ଏମିତି କିଛି ରହିଥାନ୍ତି , ଯେଉଁମାନେ ନିଜର ଖାସ୍ କ୍ୱାଲିଟି ପାଇଁ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଭିକାରୀ ବିଷୟରେ ଜଣେଇବୁ , ଯାହାଙ୍କ ମୁହଁରୁ ଇଂଲିସ ଭାଷା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବର୍ତ୍ତମାନ ସମୟରେ ରାଜଧାନୀରେ ଜଣେ ଇଂଲିଶ କହୁଥିବାର ଭିକାରୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ସେହି ଇଂଲିଶ ଭିକାରୀ ।

ରାଜଧାନୀ ରେ ଏକ ରାସ୍ତାକଡରେ ଜଣେ ଭିନ୍ନକ୍ଷମ ଭିକାରୀ ଇଂଲିଶ ଭାଷାରେ କିଛି କହୁଥିବାର ନଜର ଆସିଛି । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି , କାରଣ ଜଣେ ରାସ୍ତାରେ ଭିକ୍ଷା ମାଗୁଥିବା ଭିକାରୀ ଏପରି ଭାବରେ କେମିତି ଇଂରାଜିରେ କଥାବାର୍ତ୍ତା କରିପାରୁଛନ୍ତି । ଏହା ପଛରେ ଥିବା ରହସ୍ୟ ବା ସେ କିପରି ଇଂରାଜି କହିପାରୁଛନ୍ତି ତାହା ମଧ୍ୟ ପଚାରାଯାଇଛି । ତେବେ ଉକ୍ତ ଭିତାରୀ ଜଣକ ହେଉଛନ୍ତି ଶ୍ରୀପତି ପାତ୍ର , ସେ ଦୀର୍ଘ 30 ବର୍ଷ ଧରି ୟୁନିର୍ଭସିଟିରେ ଭିକ ମାଗଥିଲେ । ସେଠାରେ ପଡିବାକୁ ଆସୁଥିବା ପିଲା ମାନଙ୍କ ଠାରୁ ସେ କିଛି ଇଂଲିଶ ଲେଖା ପଢା କରି ତାଙ୍କ ଠାରୁ ହିଁ ଶିଖିଥିବାର ସେ ଜଣେଇଛନ୍ତି ।

ତେବେ ଭିକାରୀ ଶ୍ରୀପତି ପାତ୍ରଙ୍କ ଇଂଲିଶ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । ସେଏହା ମଧ୍ୟ କହିଛନ୍ତି ଯେ ସେ ବହୁତ ଦିନରୁ ମେଡିସିନ ଖାଇ ନିଜ ଶରୀର ବିଷ ସଦୃଶ ହୋଇଯାଇଛି । ତେଣୁ ତାଙ୍କୁ କୌଣସି ବି କୋରନା ରୋଗୀ ଛିଇଁଲେ ତାଙ୍କର କିଛି କ୍ଷିତି ହେବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ହଜାର ହଜାର କୋରନା ରୋଗୀ ଙ୍କୁ ମୁଁ ଗାଧୋଇ ଦେଲେ ମଧ୍ୟ ମୋର କିଛି ହେବ ନାହିଁ । ଏସବୁ କିଛି ଇଶ୍ୱରଙ୍କ କୃପା ଏବଂ ଆଶୀର୍ବାଦ ତେଣୁ ମୁଁ ମୋର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ତେବେ ବର୍ତ୍ତମାନ ଏହି ଇଂଲିଶ କହୁଥିବା ଭିକାରୀ ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.