Swastik Tv News Odisha

Study Tips – ଗୋଟେ ଥରେ ପାଠ ପଢି ସବୁଦିନ ପାଈଁ ମନେରଖିବାର 3ଟି ସହଜ ଉପାୟ… 100 % ଗ୍ୟାରେଣ୍ଟି

0

ବନ୍ଧୁମାନେ ଆଜିକାଲି ଦୁନିଆରେ ସମସ୍ତେ ଶିକ୍ଷିତ ହେବାକୁ ଚାହାନ୍ତି ବାପା ମାଆ ମାନେ ସବୁବେଳେ ଇଛା ରଖିଥାନ୍ତି କି ତାଙ୍କ ପିଲା ମାନେ ଯେମିତି ଉଚ୍ଚ ଶିକ୍ଷିତ ହୁଅନ୍ତୁ ।ଆଉ ଏବେ ଖୁବ ଅଳ୍ପ ବୟସରୁ ପିଲାମାନେ ପାଠ ପଡ଼ିବାକୁ ବିଭିନ୍ନ ପ୍ରକାରର ସ୍କୁଲ ଯାଉଛନ୍ତି ।ତେବେ ଏବେ ବହୁତ ଉନ୍ନତ ଟେକ୍ନୋଲୋଜି ସାହାଯ୍ୟରେ ବି ପିଲାଙ୍କୁ ପାଠ ପଡା ଯାଉଛି ଯାହା ଫଳରେ ପିଲା ଅଧିକ ଆକୃଷ୍ଟ ହେବେ ପାଠ ପ୍ରତି ।ଆଉ ଏବେ ଘରେ ବସି ବି ଆମେ ସବୁ ପାଠ ଶିଖି ପାରୁଛୁ,ତେବେ କିନ୍ତୁ ଏତେ ସବୁ ପରେ ପିଲା ମାନଙ୍କ ପାଖରେ ଗୋଟିଏ ସମସ୍ୟା ସବୁବେଳେ ରହିଥାଏ କି ଆମର ପାଠ ମନେ ରହୁନାହିଁ ।

ସମୟେ ସମୟେ ବହୁତ ପିଲା ଏକ୍ସକ୍ୟୁଜ ବି ଦେଇଥାନ୍ତି କି ଆମ ପାଖରେ ଆବଶ୍ୟକ ମୁତାବକ ବହି ସେହି ଉନ୍ନତ ଟେକ୍ନୋଲୋଜି ନାହିଁ କି ଯାହା ସାହାଯ୍ୟରେ ଆମର ପାଠ ଜଳଦି ମନେ ରହିବ ।କିନ୍ତୁ ସତ କଥା ହେଲା ଏସବୁ ଭୁଲ ଧାରଣା ଯଦି ଜଣେ ଇଛା କରିବ ତାହେଲେ ସେ ଯେମିତି ବି ନିଶ୍ଚିତ ଭଲ ପାଠ ପଡି ପାରିବ ।ତେବେ ଆମେ ଆଜି କିଛି ଏମିତି ଉପାୟ କହିବୁ ଯାହାକୁ ଜାଣିଲେ ଓ ନିଜ ଜୀବନରେ ବ୍ୟବହାର କଲେ ଆପଣ ଖୁବ ସହଜରେ ପାଠ ମନେ ରଖି ପାରିବେ ।

1.ପ୍ରଥମେ ଆପଣ ଯୋଉ ବି ପାଠ ପଡୁଛନ୍ତି ତାକୁ ସବୁବେଳେ ଚେଷ୍ଟା କର ନିଜ ସାଙ୍ଗ,ପରିବାର ବା ଅନ୍ୟ କାହା ଆଗରେ କହିବାକୁ ।ଆଉ ଏକୁଟିଆ ଥିବା ସମୟରେ ବି ସେହି ପାଠକୁ କୁହନ୍ତୁ ଦେଖିବେ ଏହା ଦ୍ଵାରା ସେହି ପାଠ ଅତି ସହଜରେ ମନେ ରହିଯିବ ।

2.ଆଉ ଯେତେବେଳେ ଆପଣ ପାଠ ପଡୁଛନ୍ତି ସେତିକି ବେଳେ ପାଖରେ ଗୋଟିଏ ହାଇଲାଇଟ ପେନ ରଖନ୍ତୁ ଆଉ ଯାହାକୁ ପଡୁଛନ୍ତି ସେଥିରେ ଥିବା ଇଂପଟେଣ୍ଟ ପଏଣ୍ଟ କୁ ହାଇଲାଇଟ କରନ୍ତୁ ।ଏହାଦ୍ବାରା ଆପଣ ସେହି ପାଠକୁ ସବୁବେଳେ ଭିଜୁଆଲାଇଜ କରିପାରିବେ ଏଥିପାଇଁ ବି ପାଠ ଖୁବ ଜଳଦି ମନେ ରହେ ।

3.ଆଉ ସବୁବେଳେ ଏକାସାଙ୍ଗରେ ଅନେକ ପାଠକୁ ନେଇ ପଡ଼ନ୍ତୁ ନାହିଁ ସବୁବେଳେ ଭାବି ନେବେ କି ଗୋଟିଏ ଘଣ୍ଟାରେ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ବିଷୟ ହିଁ ପଡିବି ଏହାଦ୍ବାରା ଆପଣଙ୍କ ମାଇଣ୍ଡରେ ସେତିକି ବେଳେ କେବଳ ସେହି ପାଠ ହିଁ ରହିବ ।

4.ଆଉ ସବୁବେଳେ ନିଜର ଡିନରରେ ଲାଇଟ ଖାଦ୍ୟ ନେବେ ,ଏହା ଆପଣଙ୍କ ପାଠ ପଡ଼ା ଉପରେ ବହୁତ ପ୍ରଭାବ ପକେଇ ଥାଏ ।ଏହା ମାନିଲେ ଆପଣଙ୍କ ଧ୍ୟାନ ବଡ଼ିଥାଏ ଓ ନିଦ ଲାଗି ନଥାଏ ।

5.ଆଉ ସବୁପରେ ସବୁବେଳେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରହିବେ କାରଣ ସ୍ୱାସ୍ଥ୍ୟ ଠିକ ରହିଲେ ଯାଇ ଆପଣ ସବୁକିଛି କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.