Swastik Tv News Odisha

ଦୁନିଆର ସବୁଠାରୁ emotional and heart touching ଘଟଣା ଘଟିଲା ଏହି ଛୋଟ ଝିଅ ସହିତ… ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ… Please ଥରୁଟିଏ ନିଶ୍ଚୟ ଦେଖନ୍ତୁ Video

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଯେ ସମସ୍ତଙ୍କ ଭିତରେ ପ୍ରତିଯୋଗୀ ମନୋଭାବ ରହିବା ଏକ ଭଲ ଗୁଣ। କିନ୍ତୁ ଏଥିପାଇଁ ଜଣେ ନିଜକୁ ଭଲ ଭାବରେ ପ୍ରସ୍ତୁତ କରିଥିବା ଆବଶ୍ୟକ। ଅନ୍ୟକୁ ଅସୁବିଧା ରେ ପକାଇ ନିଜେ ଆଗକୁ ବଢିବାର ମାନସିକତା ରଖିବା ନିଶ୍ଚିତ ଭାବରେ ଭୁଲ। କାରଣ ଏହାଦ୍ବାରା ସଫଳତା ହାସଲ କରିବା ସମ୍ଭବ ପର ହୋଇ ନଥାଏ। କିନ୍ତୁ ଅନେକ କ୍ଷେତ୍ରରେ ଏପରି ଘଟଣା ଦେଖିବାକୁ ମିଳିଥାଏ ଯେ ଇର୍ଷା ର ବଶବର୍ତ୍ତୀ ହୋଇ ଅନ୍ୟର ପ୍ରତିଭାକୁ ପରିଶ୍ରମକୁ ସହି ନପାରି ଅନେକ ଲୋକ ମନ୍ଦ କାମ ସବୁ କରିଥାନ୍ତି। କିନ୍ତୁ ତଥାପି ସେମାନେ ନିଜକୁ ବିଜୟୀ କରି ପାରନ୍ତି ନାହିଁ କିମ୍ୱା ନିଜର ମନ୍ଦ ବୁଦ୍ଧିରେ କାମ କରି ସଫଳ ହୁଅନ୍ତି ନାହିଁ।

କାରଣ ଦୃଢ଼ ପରିଶ୍ରମ, ଅଧ୍ୟବସାୟ ଏବଂ ସରଲତା ହିଁ ମଣିଷକୁ ସଫଳତା ଆଣି ଦେଇଥାଏ ଏବଂ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରେ। ସେହିପରି ଏକ ସୁନ୍ଦର୍ ବାର୍ତ୍ତା ପ୍ରଦାନ କରୁଥିବା ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ କିପରି ଭାବରେ ଜଣେ ଛୋଟ ବାଳିକା ନିଜର ସରଳତା ଏବଂ ପରିଶ୍ରମୀ ମନୋଭାବ ପାଇଁ କିପରି ସମସ୍ତଙ୍କ ପ୍ରିୟ ହୋଇ ପାରିଛି। ତେବେ ଏହି ଭିଡିଓ ର କାହାଣୀ ଏପରି ରହିଛି ଯେ, କିଛି ବାଳିକା ମାନେ ମିଶି ଡାନ୍ସ ଅଭ୍ୟାସ କରି ପ୍ରତିଯୋଗିତା ରେ ପ୍ରଥମ ଆସିବାକୁ ଇଚ୍ଛା ରଖିଥିଲେ।

କିନ୍ତୁ ତାଙ୍କ ଗ୍ରୁପ୍ ରେ ନଥିବା ଜଣେ ଝିଅ ଏକା ଏକା ନାଚ ଅଭ୍ୟାସ କରୁଥାଏ। ସେମାନେ ଏହି ଝିଅଟିକୁ ବହୁତ୍ କମେଣ୍ଟ କରିବା ସହିତ ମଜାକ ଉଡ଼ାଉ ଥାଆନ୍ତି। କିନ୍ତୁ ସେ ତାର ଅଭ୍ୟାସ ଜାରି ରଖିଥାଏ। ତେବେ ଯେତେବେଳ ପ୍ରତିଯୋଗିତା ଆରମ୍ଭ ହେଲା, ସମସ୍ତେ ଜଣଙ୍କ ପରେ ଜଣେ ତାଙ୍କର ଡାନ୍ସ କୁ ଦେଖାଇଲେ। ତେବେ ଉକ୍ତ ଗ୍ରୁପ୍ ର ପିଲା ମାନେ ଏତେ ଭଲ ଆକର୍ଷିତ କରି ପାରିଲେ ନାହିଁ ବିଚାରକ ମାନଙ୍କୁ। ସେମାନଙ୍କ ନାଚ ଭଲ ଥିଲା କିନ୍ତୁ ଶ୍ରେଷ୍ଟ ପ୍ରଦର୍ଶନ ନଥିଲା। ଶେଷରେ ସେହି ଏକାକୀ ଅଭ୍ୟାସ କରୁଥିବା ବାଳିକାର ସମୟ ଆସିଲା।ସେ ଡାନ୍ସ କରିବାକୁ ଷ୍ଟେଜ କୁ ଆସିବା ପୂର୍ବରୁ ତାର ସିଡି କ୍ୟାସେଟ୍ କୁ ଭାଙ୍ଗି ଦେଲେ ତାକୁ ସହି ପାରୁ ନଥିବା ବାଳିକା ମାନେ।

କାରଣ କାଳେ ସେ ଝିଅଟି ଭଲ ଡାନ୍ସ କରି ବିଚାରକଙ୍କ ମନକୁ କିଣି ନେବ। ପରେ ସେ ଝିଅ ବ୍ୟସ୍ତ ହୋଇ ପଡୁଥାଏ ଏବଂ ସମୟ ବି କମ୍ ଥାଏ। ଏହାପରେ ସେ ଦୌଡ଼ି ଯାଇ ବିଚାରକ ଙ୍କ ମାଇକ କୁ ଆଣି ପାଦ ତଳେ ରଖି, ପାଦରେ ଘୁଙ୍ଗୁର ବାନ୍ଧି ସୁନ୍ଦର ଭାବରେ ନାଚିଲେ ଏବଂ ସମସ୍ତଙ୍କ ମନ କିଣିନେବା ସହିତ ପୁରସ୍କାର ମଧ୍ୟ ଗ୍ରହଣ କଲେ।

 

Leave A Reply

Your email address will not be published.