Swastik Tv News Odisha

Sidharth Gold ର ନୂଆ Show ” Tike Dosti Khub Masti ” ରେ ଭାଇରାଲ ବୟ Santanuଙ୍କ ଜବରଦସ୍ତ କମେଡି ଦେଖିଲେ ହସି ହସି ଗଡ଼ିଯିବେ… ମାତ୍ର 6 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

0

ପୁଣି କୁନି ବାଳକ ଶାନ୍ତନୁ ତଥା ଭାଇରାଲ ବୟ ଶାନ୍ତନୁ ଙ୍କ ଏକ ମଜାଦାର ସାମ୍ନାକୁ ଆସିଛି। ଯେଉଁଥିରେ ସେ ଦମଦାର କମେଡି କରୁଥିବାର ନଜର ଆସିଛନ୍ତି। ଆପଣ ତ ଜାଣିଛନ୍ତି ଏହି କୁନି ବାଳିକ ଶାନ୍ତନୁ କୁମାର ମହାନ୍ତି ଏବେ ସାରା ଓଡ଼ିଶା ରେ ଏକ ପରିଚିତ ଏବଂ ସମସ୍ତଙ୍କ ପ୍ରିୟର ଚେହେରା ପାଲଟି ଯାଇଛନ୍ତି।ତାଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିବାକୁ ପାଉଥିବେ। ଡିଜିଟାଲ ମିଡିଆ ରେ ଏହି ବାଳକ ଜଣଙ୍କ ଏବେ ଛାଇ ଯାଇଛନ୍ତି। ତାଙ୍କର କ୍ୟୁଟ ଚେହେରା ସାଙ୍ଗକୁ ସ୍ଵିଟ ପରଫରମାନ୍ସ ସମସ୍ତଙ୍କୁ ଆକର୍ଷିତ କରିଛି।ସିଦ୍ଧାର୍ଥ ଟିଭି ର ନୂଆ ସୀଙ୍ଗିଙ୍ଗ ରିଏଲିଟି ଶୋ ‘ଓଡ଼ିଶାର ନୂଆ ସ୍ବର’ରେ କମାଲ ଦେଖାଉ ଛନ୍ତି ଶାନ୍ତନୁ।

ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଯେଉଁଭଳି ଭାବରେ ଦେଖାଇ ଆସୁଛି, ତାର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ଭାଇରାଲ ବୟ ଶାନ୍ତନୁ ଙ୍କୁ।ତେବେ ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ। କାରଣ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ।ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛି ତାହା ଆପଣ ପିଲାଟିର ଗୀତ ଗାଇବାର ଭିଡିଓ ଦେଖିଲେ ହିଁ ଜାଣି ପାରିବେ।

ଏବେ ସେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛି। ସୋସିଆଲ ମିଡିଆରେ ତାର ସିଙ୍ଗିଂ ଭିଡିଓ ବେଶ୍ ଭାଇରାଲ ହେଉଛି। କେବଳ ଗୀତ ନୁହେଁ,ଗୀତ ସାଙ୍ଗକୁ ତାର ଯେମିତି ଅଭିନୟ ଏବଂ କମେଡି ରହିଛି, ତାକୁ ଶୁଣି ସମସ୍ତେ ହସି ହସି ଗଡି ଯାଉଛନ୍ତି। ଏବେ ଶାନ୍ତନୁଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ କିପରି ଭାବରେ ଦମଦାର କମେଡି କରୁଛନ୍ତି ତାହା ଥରେ ଦେଖନ୍ତୁ। ନିଜକୁ ବାଲେଶ୍ୱରିଆ କହି ବାଲେଶ୍ବର ର ଆଞ୍ଚଳିକ ଭାଷା ଏବଂ ଖାଇବା ବିଷୟରେ ସେ କହୁଛନ୍ତି। ଅନେକ କମେଡି କରୁଛନ୍ତି ଏବଂ ଗୀତ ଗାଇବେ ବୋଲି କହି ମିଛରେ କାନ୍ଦି ପକାଇବାର ଅଭିନୟ କରୁଛନ୍ତି।

ସିଦ୍ଧାର୍ଥ ଗୋଲ୍ଡର ଟିକେ ଦୋସ୍ତି ଖୁବ୍ ମସ୍ତି, କାର୍ଯ୍ୟକ୍ରମ ରେ ସେ ଯୋଗ ଦେଇ ଦୁଇଜଣ ଆଙ୍କର ଙ୍କ ସହିତ ବହୁତ୍ ମଜା କରୁଛନ୍ତି ଏବଂ କୁନି ପାଟିରେ ତାଙ୍କ ସବୁ କଥା ବହୁତ୍ ମଧୁର ଲାଗୁଛି ଶୁଣିବାକୁ।ସେ ଏଠାରେ ସୁକୁଟି ସାହୁ ଗୀତ ଗାଇ, ଲେଡୀ ଆଙ୍କର୍ ଙ୍କ ସହିତ ଅନେକ ମଜା କରିଛନ୍ତି ଏବଂ ଶେଷରେ କମେଡି ସହିତ ଶାନ୍ତନୁ ଡାନ୍ସ ବି କରୁଥିବାର ନଜର ଆସିଛନ୍ତି।ଏହି ଭିଡିଓ ଦେଖିଲେ ଆପଣ ହସି ହସି ଗଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.