Swastik Tv News Odisha

ନିଜ ଜନ୍ମବାର ବାଛନ୍ତୁ ଆଉ ଜାଣନ୍ତୁ ନିଜ ଆଗକୁ ଆସୁଥିବା ଭବିଷ୍ୟତ କଣ ସବୁ ଘଟିବାକୁ ଯାଉଛି… Life Style

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ଆସୁଥିବା ସମୟ ବିଷୟରେ ଜାଣିବା ପାଇଁ ସେହି ବ୍ୟକ୍ତିର ଜନ୍ମ ସମୟ , ତାରିଖ ଓ ବାର ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଆଜି ଆମେ ଜାଣିବା ସପ୍ତାହର ପ୍ରତି ବାରର ମହତ୍ତ୍ୱ କଣ ରହିଛି ଏବଂ ସେହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଉପରେ ତାର ମହତ୍ତ୍ୱ କଣ ରହିଛି ।

1. ସୋମବାର :-

ଯେଉଁ ଲୋକ ଏହି ଦିନ ଜନ୍ମ ହୋଇଥାନ୍ତି , ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆତ୍ମପ୍ରେରିତ ହୋଇଥାନ୍ତି । ସେମାନେ ନିଜର ଦୟାପଣ ଏବଂ ଭଲ ସ୍ୱଭାବ କାରଣରୁ ଜଣାଯାନ୍ତି , ଏମାନେ ନିଜର ସୁଖ ଓ ଦୁଃଖକୁ ଭଲ ଭାବରେ ହେଣ୍ଡଲ କରି ପାରନ୍ତି ।

2. ମଙ୍ଗଳବାର :-

ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଜନ୍ମ ହୋଇଥାଏ , ସେମାନେ ଟିକିଏ ରାଗି ସ୍ୱଭାବର ହୋଇଥାନ୍ତି , ଏହିକାରଣରୁ ସେମାନଙ୍କୁ ଭଲ ସିଚୁଏସନ ରେ ନିଜ ଲୋକଙ୍କ ଠାରୁ ଦୂରେଇ ଯିବାକୁ ପଡିଥାଏ । ଏହି ଲୋକଙ୍କ ମଧ୍ୟରେ ପୂରା ଜୀବନ ଇଗୋ ଭରି ହୋଇ ରହିଥାଏ ।

3. ବୁଧବାର :-

ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ରୁଚି ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧିରେ ରହିଥାଏ । ଭଗବାନଙ୍କ ଶକ୍ତି ଉପରେ ଭରସା ରଖିଥିବା କାରଣରୁ ଏମାନେ ସବୁବେଳେ ମାଟି ସହିତ ଯୋଡି ହୋଇ ରହିଥାନ୍ତି । କୌଣସି ନାକାରାତ୍ମକ କାମ ଠାରୁ ଦୂରେଇ ରହିଥାନ୍ତି , ଏମାନେ ନିଜ କାମକୁ ବହୁତ ଇମ୍ପଟାଣ୍ଟ ଦେଇଥାନ୍ତି ।

4. ଗୁରୁବାର :-

ଯେଉଁ ଲୋକମାନଙ୍କର ଜନ୍ମ ଗୁରୁବାର ଦିନ ହୋଇଥାଏ , ସେ ବହୁତ ବୁଦ୍ଧିମତା ହୋଇଥାନ୍ତି । ଏମାନେ କଠିନରୁ କଠିନ ସିଚୁଏସନରେ ଭଲ ଭାବରେ ପାର ହୋଇଯାଆନ୍ତି , ଏମାନଙ୍କୁ ଏମାନଙ୍କ ସାଙ୍ଗ ପରିବାର ଲୋକଙ୍କ ସମର୍ଥନ ଜୀବନସାରା ମିଳିଥାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି କାରଣ ଭାଗ୍ୟ ସବୁବେଳେ ଏମାନଙ୍କ ପକ୍ଷରେ ରହିଥାଏ ।

5. ଶୁକ୍ରବାର :-

ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକଙ୍କୁ ଆପଣ ତାଙ୍କର ଭଲ ହୃଦୟ ଓ ଖୁସୀପଣ ସ୍ୱଭାବ କାରଣରୁ ତାଙ୍କୁ ଭିଡ ମଧ୍ୟରେ ମଧ୍ୟ ଖୋଜିପାରିବେ । ଏମାନେ ନିଜର ଆଖପାଖର ଲୋକଙ୍କୁ ବହୁତ ପ୍ରଭାବିତ କରିଥାନ୍ତି । ସେତେବେଳେ କୌଣସି ଅସୁବିଧା ସମୟ ଆସିଲେ ବହୁତ ଧର୍ଯ୍ୟ ର ସହିତ ତାକୁ ପାରି ମଧ୍ୟ କରିଦେଇଥାନ୍ତି ।

6. ଶନିବାର :-

ଯେଉଁ ବ୍ୟକ୍ତିର ଜନ୍ମ ଶନିବାର ଦିନ ହୋଇଥାଏ , ସେମାନଙ୍କ ରୁଚି , କୃଷି, ବିଜନେସ୍ , ଟେକନିକ କ୍ଷେତ୍ରରେ ରହିଥାଏ । ଏମାନେ ନିଜ ଆରମ୍ଭ ସମୟରେ ବହୁତ ଅସୁବିଧାର ସାମ୍ନା କରିଥାନ୍ତି କିନ୍ତୁ ପରେ ନିଜ ଆଖପାଖଙ୍କ ଲୋକଙ୍କ ଠାରୁ ସାବଧାନରେ ରହିବା ଶିଖିଯାଆନ୍ତି ।

7. ରବିବାର :-

ରବିବାର ଦିନ ଜନ୍ମ ହୋଇଥିବା ଲୋକମାନେ ବହୁତ ଏକଟିଭ୍ ହୋଇଥାନ୍ତି , ଏମାନେ ସବୁ କାମରେ ଫଛରେ ରହିଥାନ୍ତି । କିନ୍ତୁ ଭାଗ୍ୟ ସବୁବେଳେ ଏମାନଙ୍କ ସାଥି ଦେଇଥାଏ , ଏହା ସହିତ ଏମାନେ ଟିକିଏ ଲାଜକୁଳା ସ୍ୱଭାବର ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.