Swastik Tv News Odisha

( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ) ଗୋଟେ ରାତିରେ ଭଲ ହେବ ଗ୍ୟାରେଣ୍ଟି

0

ଆଜିର ଦିନରେ ଆଣ୍ଠୁଗଣ୍ଠି ଭଳି ସମସ୍ୟା ଅନେକ ଲୋକମାନଙ୍କ ଠାରେ ଦେଖିବାକୁ ମିଳୁଛି । ଅଧିକାଂଶ ବୟସ୍କ ଲୋକମାନଙ୍କୁ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଭୋଗିବାକୁ ପଡିଥାଏ , କିନ୍ତୁ ଆଜିକାଲିର ଭୁଲ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ ଯୋଗୁଁ ଅନେକ ଯୁବକ ମାନଙ୍କ ମଧ୍ୟରେ ମଧ୍ୟ ଆଣ୍ଠୁ ଗଣ୍ଠି ବା ଜଏଣ୍ଟପେନ ଭଳି ସମସ୍ୟା ଦେଖିବାକୁ ମିଳୁଅଛି । କାରଣ ଶାରୀରିକ ପରିଶ୍ରମ କମ କରୁଛନ୍ତି ଏବଂ ଅଧିକ ସମୟ ବସି ରହି କାମ କରୁଛନ୍ତି । ସେଥିପାଇଁ ଜଏଣ୍ଟ ପେନ ସମସ୍ୟା ଭୋଗିବାକୁ ପଡୁଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ପ୍ରସ୍ତୁତି ବିଷୟରେ ଜଣେଇବୁ , ଯାହାର ପ୍ରୟୋଗ ଦ୍ୱାରା ଗୋଟିଏ ରାତିରେ ଆରାମ ମିଳିବ ।

ଆବଶ୍ୟକ ସାମଗ୍ରୀ :-

1. ପିଜୁଳିପତ୍ର

ପ୍ରସ୍ତୁତ ପ୍ରଣାଳୀ :-

ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ମାତ୍ର ଗୋଟିଏ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ପିଜୁଳି ପତ୍ର । ପ୍ରଥମେ ଆପଣ କିଛି ପିଜୁଳି ପତ୍ର ସଂଗ୍ରହ କରନ୍ତୁ , ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏବେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ ଜଗ୍ ରେ ପକାଇ ଏହାକୁ ଭଲ ଭାବରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ବନେଇବା ପାଇଁ ଏକ ପାତ୍ର ଗ୍ୟାସ ଉପରେ ବସାନ୍ତୁ ଏବଂ ସେହି ପାତ୍ରରେ ଏହାକୁ ହାଲକା ଗରମ କରି ନିଅନ୍ତୁ । କାରଣ ଆମକୁ ଏହା ଗରମ ହିଁ ପ୍ରୟୋଗ କରିବାକୁ ହେବ , 2 ରୁ 3 ମିନିଟ ପର୍ଯ୍ୟନ୍ତ ଏହାକୁ ହାଲକା ଗରମ କରି ନିଅନ୍ତୁ ।

ଆପଣ ଏହାକୁ ହାଲକା ଗରମ କରିବା ପରେ ଏହାକୁ ଏକ ପାତ୍ରକୁ କାଢି ନିଅନ୍ତୁ । ଏବେ ଆମର ଏହି ଉପଚାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ । ଏବେ ଜାଣିବା ଆପଣ ମାନଙ୍କର ଜଏଣ୍ଟ ପେନ ଭଳି ସ୍ଥାନ ମାନଙ୍କରେ ଏହାର ପ୍ରୟୋଗ କିପରି କରିବେ । ଏହାର ପ୍ରୟୋଗ କରିବା ପୂର୍ବରୁ ଆପଣ ସର୍ବଦା ଧ୍ୟାନ ରଖନ୍ତୁ ଆପଣ ଏହାକୁ ହାଲକା ଗରମ କରି ଏହାର ପ୍ରୟୋଗ କରନ୍ତୁ ।

ପ୍ରୟୋଗ ପ୍ରଣାଳୀ :-

ଏହା ହାଲକା ଗରମ ଥିବା ବେଳେ ଏହିପରି ଭାବେ ନେଇ ଆପଣଙ୍କ ଯେଉଁ ଜାଗାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ସେହି ଜାଗାରେ ଏହିପରି ଥାପି ଦିଅନ୍ତୁ । ଏବେ ଏହାକୁ ରାତିସାରା ରଖିବାକୁ ହେବ , ସେଥିପାଇଁ ଆପଣ ଏକ କପଡା ସହାୟତାରେ ଏମିତି ଭାବରେ ବାନ୍ଧି ଦିଅନ୍ତୁ । ଯେପରି ଏହା ରାତିସାରା ରହିବ ଏବଂ ଆପଣଙ୍କୁ ଆରାମ ପ୍ରଦାନ କରିବ । ଏହି ଉପାୟ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ତୁରନ୍ତ ଭଲ ହେବାକୁ ଲାଗିବ । ଏହା ବହୁ ପରାତନ ଓ ବହୁ ପରିକ୍ଷିତ ଉପଚାର ଅଟେ , ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.