Swastik Tv News Odisha

ଅଇଁଠା ବାସନ (utensils) ରାତିରେ ରଖୁଛନ୍ତି କି ? ଏହି ଭୟଙ୍କର କଥା ଜାଣିରଖନ୍ତୁ , ନହେଲେ ଘଟିପାରେ ବଡ ଅଘଟଣ…

0

ଜୀବନରେ ସୁଖ ସ୍ୱଚ୍ଛନ୍ଦରେ ରେ ଜୀବନ ବିତେଇବା ପାଇଁ ସମାଜର ଅନେକ ରୀତିନୀତି ମାନି ଚଳିବାକୁ ପଡିଥାଏ । ନୀତିନିୟମ ମାନି ଚଳିବା ଦ୍ୱାରା ଜୀବନରେ କୌଣସି ପ୍ରକାର ବାଧାବିଘ୍ନ ଆସି ନଥାଏ । ପରିବାରର ସମସ୍ତ ସଦସ୍ୟ ମାନେ ହସଖୁସୀରେ ଜୀବନ ବିତେଇଥାନ୍ତି । କିନ୍ତୁ ଆନେକ ସମୟରେ ଆମ୍ଭେମାନେ ଏମିତି କିଛି ଭୁଲ କାର୍ଯ୍ୟ କରିଦେଇଥାଉ ଯାହା କରିବା ଆଦୌ ଉଚିତ୍ ନୁହେଁ । ସାଧାରଣତଃ ମହିଳା ମାନେ ରୋଷେଇ ଶାଳାରେ ଅନେକ ଭୁଲ କରିଥାନ୍ତି , ତାହା ଆଦୌ କରିବା ଉଚିତ୍ ନୁହେଁ । ରୋଷେଇ ଘର କୁ ମାତା ଲକ୍ଷ୍ମୀଙ୍କର ବାସସ୍ଥାନ ମାନାଯାଏ , ସେହି ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଅତ୍ୟନ୍ତ ଜରୁରୀ ଅଟେ ।

ଆମେ ରୋଷେଇ ଘରେ ବ୍ୟବହାର କରାଯାଉଥିବା ବାସନ କୁ ନେଇ ଅନେକ ଭୁଲ କରିଥାଉ , ଯାହାର ପରିଣାମ ବହୁତ ଖରାପ ହୋଇଥାଏ । ଆଜିର ଲୋକମାନେ ନିଜର କର୍ମମୟ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି କି ପ୍ରତ୍ୟେକ କାର୍ଯ୍ୟକୁ ସଠିକ୍ ରୂପରେ କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡୁଛି । ଆମେ ଡେରି ରେ ହେଉ କିମ୍ୱା ଶୀଘ୍ର ଖାଦ୍ୟ ଖାଇଲେ ମଧ୍ୟ ରୋଷେଇ ଘରେ ଅଇଠା ବାସନକୁ ରଖିଦେଇଥାଉ । ଯାହାଫଳରେ ରାତିରେ ଆମକୁ କାର୍ଯ୍ୟ କରିବାକୁ ପଡି ନଥାଏ , ଶୀଘ୍ର ଶୋଇମଧ୍ୟ ଯାଇଥାଉ ।

ଏହାଛଡା ଶୀତ ଦିନେ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ମହିଳା ମାନେ ଖାଇ ସାରିବା ପରେ ଅଇଠା ବାସନକୁ ରୋଷେଇ ଘରେ ରଖିଦେଇଥାନ୍ତି । କିନ୍ତୁ ଆମକୁ ଜଣା ନଥାଏ ଯେ ଘରେ ଅଇଁଠା ବାସନା ରଖିବା ଦ୍ୱାରା ଏହାର ପରିଣାମ କଣ ହୋଇଥାଏ । ଘରେ ଅଇଁଠା ବାସନ ରଖିବା ଦ୍ୱାରା କଳହ ଏବଂ ଅଶାନ୍ତି ସର୍ବଦା ଲାଗି ରହିଥାଏ । ପରବାରର ସଦସ୍ୟ ମାନଙ୍କ ମଧ୍ୟରେ ସର୍ବଦା ମତାନ୍ତର ଦେଖାଯାଏ । ତେଣୁ ଆପଣ ମାନେ ରାତିରେ ଖାଇ ସାରିବା ପରେ ଅଇଁଠା ବାସକୁ ଘରେ ନରଖି ବା କାଲି ପର୍ଯ୍ୟନ୍ତ ନରଖି ସଙ୍ଗେ ସଙ୍ଗେ ଧୋଇ ଆଣିବା ଉଚିଚ୍ । ନଚେତ୍ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

ସେହି ବ୍ୟକ୍ତିର ଘରୁ ସବୁଦିନ ପାଇଁ ଦୂରେଇ ଯାଇଥାନ୍ତି , ଯଦି ଘରେ ରାତିରେ ଅଇଁଠା ବାସନ ଦେଖାଯାଏ ତେବେ ଘରେ ନକରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ । ସେହି ଅଇଁଠା ବାସନକୁ ତା ପରଦିନ ପର୍ଯ୍ୟନ୍ତ ରଖାଯାଏ , ସେଥିରେ ରୋଗ ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଏଥି ସହିତ ଘରେ ଅଇଁଠା ବାସନ ରଖିବା ଦ୍ୱାରା ଭଗବାନ ଶନିଦେବ ଙ୍କ କୋପଦୃଷ୍ଟି ପଡିଥାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି ଯେ ସକାଳୁ ଅଇଁଠା ବାସନ ଧୋଇବା ଭଲ ହୋଇ ନଥାଏ । ଏହାଦ୍ୱାରା ସମ୍ପୂର୍ଣ୍ଣ ଦିନଟି ଖରାପ ହୋଇଥାଏ ଏବଂ କାର୍ଯ୍ୟରେ ବିଫଳ ମଧ୍ୟ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.