Swastik Tv News Odisha

ପୁଜା, ପାଠ, ଜପ, ତପ କରୁଥିବା ଲୋକ ସବୁଠୁ ଅଧିକ ଦୁଖୀ କାହିଁକି ଦୁଖ କଷ୍ଟ ଭୋଗନ୍ତି | କଣ ପାଇଁ ଭଗବାନ ନିଅନ୍ତି ପରୀକ୍ଷା ଜାଣନ୍ତୁ

0

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ହେ ମନୁଷ୍ୟ ତମେ କର୍ମ କରି ଚାଲ ଫଳର ଚିନ୍ତା ମୋ ଉପରେ ଛାଡିଦିଅ । ମୁଁ ଠିକ୍ ସମୟରେ ତୁମ ଦ୍ୱାରା କରାଯାଇଥିବା କର୍ମର ଉଚିତ୍ ଫଳ ପ୍ରଦାନ କରିବି । ସବୁବେଳେ ଦେଖିବାକୁ ମିଳିଥାଏ କି ଭଲ ଲୋକେ ବା ପୂଣ୍ୟାତ୍ମା ଲୋକେ ଦୁଃଖ ପାଇଥାନ୍ତି ଏବଂ ପାପି ବ୍ୟକ୍ତି ସୁଖୀ ହୋଇଥାନ୍ତି । ଏମିତି କଣ ପାଇଁ ହୋଇଥାଏ , ଏହା ପଛରେ ଗୋଟିଏ କାରଣ ରହିଛି ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ ।

ଜଣେ ଗୁରୁଜୀଙ୍କର ଦୁଇଟି ସନ୍ତାନ ଥିଲେ , ଦୁଇ ଜଣ ସନ୍ତାନ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଅଭ୍ୟାସ ଖରାପ ହୋଇଯାଇଥିଲା , ପ୍ରଥମ ସନ୍ତାନଟି ପ୍ରତିଦିନ ସତସଙ୍ଗ କରୁଥାନ୍ତି । ଅନ୍ୟ ସନ୍ତାନଟି ଖରାପ ଅଭ୍ୟାସ ଯୋଗୁଁ ବେଶ୍ୟାର ଘରକୁ ଯାଇଥାଏ , ବେଶ୍ୟାର ମୁଜୁରା ତାକୁ ଭଲ ଲାଗିଥାଏ । ଜଣେ ସୁନ୍ଦରୀ ସ୍ତ୍ରୀ ଯାଉଥିଲେ ରାସ୍ତାରେ କେହି ଜଣେ କହିଲେ ବାଃ କେତେ ସୁନ୍ଦର । ଜଣେ ଭକ୍ତ ଏହା ଶୁଣି କହିଲେ ଆରେ ପାଗଳ ତୁମେ ଏହି ସୁନ୍ଦରତା ପଛରେ ପଡିଛ , ଆଜି ପର୍ଯ୍ୟନ୍ତ ତୁମେ ସୁନ୍ଦରତା ଦେଖିନ । ଯେଉଁ ଦିନ ତୁମେ ମୋ ଯଗାର ସୁନ୍ଦରତା ଦେଖିବ ପାଗଳ ହୋଇଯିବ ।

ଏ ଦୁନିଆ ସେ ପର୍ଯ୍ୟନ୍ତ ଆମକୁ ଭଲ ଲାଗିଥାଏ ଯେଉଁ ପର୍ଯ୍ୟନ୍ତ ଆମକୁ ଭଗବାନଙ୍କ ସ୍ୱାଦ ମିଳିନି । ପ୍ରଥମ ସନ୍ତାନ ଯାଇଥାଏ ଭଗବାନଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ , ଅନ୍ୟ ସନ୍ତାନଟିଏ ଯାଇଥାଏ ବେଶ୍ୟାର ନାଚ ଦେଖିବା ପାଇଁ । ଦିନେ ଦ୍ୱିତୀୟ ସନ୍ତାନଟି ବେଶ୍ୟାର ଘରୁ ଫେରିବା ପରେ ରାସ୍ତାରେ ତାକୁ ସୁନାରେ ଭରି ଥିବା ଗୋଟେ ଛୋଟ ପର୍ସ ମିଳିଲା । ସୁନାର ପର୍ସ ମିଳିଲା ପରେ ସେ ଖୁସୀରେ ଘରକୁ ଫେରିଥିଲା । ପ୍ରଥମ ସନ୍ତାନଟି ସତସଙ୍ଗ କରି ଘରକୁ ଫେରିବା ସମୟରେ ରାସ୍ତାରେ ଗୋଟେ ଲୁହାକଣ୍ଟା ଟି ପାଦରେ ପଶିଗଲା । ସେ ଛୁଟେଇ ଛୁଟେଇ ଗୁରୁଜୀଙ୍କ ପାଖକୁ ଗଲା ।

ସେ ଗୁରୁଜୀଙ୍କୁ ପଚାରିଲେ ଭଗବାନଙ୍କ ନ୍ୟାୟ କେମିତି ସତସଙ୍ଗ କରିବାକୁ ଯାଇଥିଲି ଲୁହାକଣ୍ଟା ପାଦରେ ଫୋଡିହୋଇ ଗଲା । ଆଉ ସେ ବେଶ୍ୟାର ମୁଜୁରା ଦେଖିବାକୁ ଯାଇଥିଲା ତାକୁ ସୁନାର ପର୍ସ ମିଳିଗଲା । ସେ ଭୁଲ କାମ କରୁଥିଲା ତା ପାଦରେ କଣ୍ଟା ପସିବାର ଥିଲା ମୋତେ କାହିଁକି ଏତେ କଷ୍ଟ ଦେଲେ । ସବୁକଥା ଶୁଣିସାରିଲା ପରେ ଗୁରୁଜୀ କହିଲେ ତୁମେ କେବଳ ବର୍ତ୍ତମାନ ଦେଖୁଛ ଏବଂ ବର୍ତ୍ତମାନ ଭାବୁଛ । କିନ୍ତୁ ଇଶ୍ୱର ଭୂତ ଭବିଷ୍ୟ କୁ ଦେଖି ନିର୍ଣ୍ଣୟ କରିଥାନ୍ତି , ଆମକୁ ଜଣା ନଥାଏ କି କାଲି କଣ ହେବାକୁ ଯାଉଛି । ଗୁରୁଜୀ କହିଲେ ଯାହାକୁ ସୁନା ମିଳିଲା ତାକୁ ଆଜିର ଦିନରେ ବହୁତ ବଡ ସୁନା ଗହଣା ,ହୀରା ମତି ରେ ଭରା ପେଡି ମିଳିବାର ଥିଲା ।

ଆଜିର ଦିନରେ ତାଙ୍କୁ ରାଜା ହେବାର ଥିଲା , ହେଲେ ସେ ବେଶ୍ୟାର ସତସଙ୍ଗ କରିବା କାରଣରୁ ତାର ପୂନ୍ୟ ସବୁ କ୍ଷୟ ହୋଇଗଲା । କାରଣ ପୂର୍ବ ଜନ୍ମରେ ଏହି ବ୍ୟକ୍ତିର ପୂନ୍ୟ ଅଧିକ ଥିଲା , କିନ୍ତୁ କୁକର୍ମ କରି ସବୁ ପୂନ୍ୟକୁ ନଷ୍ଟ କରିଦେଲା ଏଥିପାଇଁ ଛୋଟ ପର୍ସରେ ଥିବା ସୁନାରେ ହିଁ ସନ୍ତୁଷ୍ଟ ହେବାକୁ ପଡିବ । ଆଉ ତୁମକୁ ଆଜିର ଦିନରେ ମୃତ୍ୟୁ ଆସିବାର ଥିଲା କିନ୍ତୁ ତୁମେ ଭଗବାନଙ୍କ ସହିତ ଯୋଡି ହୋଇ ରହୁଥିଲ ଏଥିପାଇଁ ଭଗବାନ ମୃତ୍ୟୁକୁ ଗୋଟିଏ ଲୁହାର କଣ୍ଟାରେ ପରିବର୍ତ୍ତନ କରିଦେଲେ । ତେଣୁ ସର୍ବଦା ଭଗବାନଙ୍କୁ ସ୍ମରଣ କରିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.