Swastik Tv News Odisha

ଠାକୁର ଘରେ ଧୂପ ଦେବା ବେଳେ କରନ୍ତୁ ନାହିଁ ଏପରି କାମ , ନଚେତ୍ ହୋଇପାରେ ଅମଙ୍ଗଳ – Sadhu Bani

0

ମଣିଷ ଜୀବନରେ ଅନେକ ଅନେକ ପ୍ରକାର ଅଶାନ୍ତି ଲାଗି ରହିଥାଏ ଏବଂ ବିଭିନ୍ନ ପ୍ରକାର ରୋଗର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହିସବୁ ଚିନ୍ତାରେ ଲୋକମାନେ ବହୁତ ବିବ୍ରତ ହୋଇଥାନ୍ତି , ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଶିକ୍ଷଣୀୟ ଉପଦେଶ ଜଣେଇବୁ । ଯାହାର ସଦୁପଯୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଯନ୍ତ୍ରଣା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପଦେଶ ଗୁଡିକ ବିଷୟରେ ।

1 . ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନାକୁ ଲାଲ୍ କିମ୍ୱା ହଳଦିଆ କପଡାରେ ଗୁଡାଇ ରଖିଲେ ଶୁଭ ହୋଇଥାଏ ।

2. ରାତିରେ ଯଦି ଅଧିକ ଘୁଙ୍ଗୁଡି ହେଉଥାଏ ଏବଂ ପେଟରେ ଯଦି ଚର୍ବି ବୃଦ୍ଧି ହୋଇଥାଏ ଯଡିଏ ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ , ତେବେ 15 ଦିନ ପରେ ଘୁଙ୍ଗୁଡି ମାରିବା ବନ୍ଦ ହେବା ସହ ପେଟର ଚର୍ବି ଆସ୍ତେ ଆସ୍ତେ କମିଯାଇଥାଏ ।

3. ଦାନ୍ତରେ ନଖ ଛିଡାନ୍ତୁ ନାହିଁ , ଗୋଡର ଆଙ୍ଗୁଳି ବାରମ୍ୱାର ଫୁଟାନ୍ତୁ ନାହିଁ ଏବଂ ଗୋଡର ଆଙ୍ଗୁଳିରେ ଭୂମି ଉପରେ ଗାର କଟାନ୍ତୁ ନାହିଁ । ଏହକୁ କରିବା ଦ୍ୱାରା ଆମଙ୍ଗଳ ହୋଇଥାଏ ।

4. ଠାକୁରଘରେ ଜଳାଉଥିବା ଧୂପ ବାଉଁଶ କାଠିରେ ନିର୍ମିତ ହୋଇଥିବା ଧୂପକାଠି ଘରେ ବ୍ୟବହାର କରନ୍ତୁ ନାହିଁ । ବାଉଁଶ କାଠି ରେ ନିର୍ମିତ ଧୂପ ଠାକୁରଙ୍କ ପାଖରେ ଜାଳିବା ଭଲ ନୁହଁ ଏବଂ ଧୂପକାଠିକୁ ଯେତେବେଳେ ଦିଆସିଲି ରେ ଲଗାଉଛନ୍ତି , ଲଗାଇ ସାରିବା ପରେ ଦିଆସିଲିକୁ ଫୁଙ୍କି କରି ଲିଭାନ୍ତୁ ନାହିଁ । ଏହା ପାଳନ କଲେ ଠାକୁର ଖୁସୀ ହେବା ସହିତ ମଙ୍ଗଳ ହେବ ।

5. ଯୌବନକୁ ଆଉ କିଛି ଦିନ ଅଧିକ ରଖିବା ପାଇଁ ଚାହୁଁଥିଲେ , ପ୍ରତ୍ୟେକ ଦିନ ଗାଜର ଖାଆନ୍ତୁ , ସବୁ ପ୍ରକାର କୋଳି ଖାଆନ୍ତୁ , ହଳଦୀ ପାଣି ପିଅନ୍ତୁ ।

6. ଘରେ ଯଦି ପିତୃପୁରୁଷଙ୍କ ଫୋଟ ଲଗାଉଛନ୍ତି , ତେବେ ଉତ୍ତର ଦିଗରେ ଲଗାନ୍ତୁ ଏବଂ ଦକ୍ଷିଣ – ପଶ୍ଚିମ ଦିଗରେ ଆଦୌ ଲଗାନ୍ତୁ ନାହିଁ ।

7. ପେଟରେ ଗ୍ୟାସ ସମସ୍ୟା ଥିଲେ , ଖାଇବା ପରେ ଜୁଆଣି ଖାଆନ୍ତୁ ଏବଂ ପ୍ରତ୍ୟେକ ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁ ବ୍ୟବାହର କରନ୍ତୁ ।

8. ଗୃହର ଦକ୍ଷିଣ ପାଶ୍ୱରେ ତୁଳସୀ ଚଉରା ରଖନ୍ତୁ ଏବଂ ଯାତ୍ରା ସମୟରେ ତୁଳସୀ ମୂଳର ମାଟି ନିଜ ମଥାରେ ଲଗାନ୍ତୁ ।

9. ଅରଖ ଗଛ ଘର ପାଖରେ ରହିଲେ ଶୁଭ ତାକୁ କେବେ ନଷ୍ଟ କରନ୍ତୁ ନାହିଁ ।

10. ଆନ୍ଧାରୁଆ ସ୍ଥାନରେ ଏକୁଟିଆ ବସନ୍ତୁ ନାହିଁ କିମ୍ୱା ଭୋଜନ କରନ୍ତୁ ନାହିଁ । କାରଣ ଅନ୍ଧାରୁଆ ସ୍ଥାନରେ ଅଲକ୍ଷ୍ମୀଙ୍କର ବାସ ଥାଏ , ଏକୁଟିଆ ବସିଲେ ନାନା କୁଭାବନା ଓ ଦୁର୍ଭାବନା ଆସିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.