Swastik Tv News Odisha

ସାବଧାନ ! କିଡ଼ନୀ ଫେଲ କରିପାରେ ଏହି ୮ଟି ଖାଦ୍ୟ… ଦୟାକରି ଏହି ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ, ନହେଲେ….

0

କିଡିନୀ ଆମ ଶରୀରରେ ରକ୍ତ କୁ ସଫା କରି ରକ୍ତରେ ଥିବା ଅଦରକାରୀ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ହରୋମନର କ୍ଷରଣ କରିଥାଏ ଶରୀରର ଖଣିଜ ଦ୍ରବ୍ୟ ଏବଂ ଫ୍ଲୁଇଟକୁ ବାଲାନ୍ସ କରିଥାଏ । କିନ୍ତୁ କିଛି ରୋଗ ଏବଂ ଖାଦ୍ୟ ପଦାର୍ଥର ସେବନ ଦ୍ୱାରା କିଡିନୀ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇଯାଇଥାଏ । ତେବେ ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ଯାହାକି କିଡିନୀ ରୋଗୀ ଆଦୌ ଖାଇବା ଉଚିତ୍ ନୁହେଁ ।

1. କଳା କଲଡ୍ରିଙ୍କସ୍ :-

କଳା ରଙ୍ଗର କଲଡ୍ରିଙ୍କସ୍ ରେ ଚିନି ବ୍ୟତୀତ ଫସଫରସର ପରିମାଣ ଅତ୍ୟଧିକ ଥାଏ । ଯାହା ଆମ ରକ୍ତରେ ମିଶିଯାଇ କିଡିନୀ ଉପରେ ଖରାପ ପ୍ରଭାବ ପକାଇଥାଏ ।

2. ଆଭକାଡ :-

ଯଦିଓ ଆଭକାଡରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଫାଇବର , ଆଣ୍ଟିକସ୍ସିଡେଣ୍ଟ ଥାଏ ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ । କିନ୍ତୁ ଏଥିରେ ଅତ୍ୟଧିକ ପଟାସିୟମ ଥାଏ , ତେଣୁ କିଡିନୀରେ ସମସ୍ୟା ଥିଲେ ଆଭକାଡର ରୁ ଦୂରେଇ ରହିବା ଭଲ ।

3. ଡବାରେ ବିକ୍ରି ହେଉଥିବା ଖାଦ୍ୟ :-

ଡବାରେ ବିକ୍ରି ହେଉଥିବା ଖାଦ୍ୟ ଯେପରି ସୁପ , ପରିବା ବିନସ୍ ଇତ୍ୟାଦି ଏଗୁଡିକ ବେଶି ଦିନ ସାଇତି ରଖିବା ପାଇଁ ଲୁଣ ମିଶାଯାଇଥାଏ । ତେଣୁ ଏଥିରେ ସୋଡିୟମର ପରିମାଣ ଅଧିକ ଥାଏ ତେଣୁ କିଡିନୀ ରୋଗୀଙ୍କୁ ଡବାରେ ବିକ୍ରି ହେଉଥିବା ଲୁଣି ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

4. ହୋଲ ୱେଟ ବ୍ରେଡ :-

ଯଦିଓ ଉତ୍ତମ ସ୍ୱାସ୍ଥ୍ୟ ଥିବା ହୋଲ ୱେଟ ବ୍ରେଡ ବହୁତ ଭଲ ହୋଇଥାଏ , କାରଣ ଏଥିରେ ଫାଇବର ଅଧିକ ଥାଏ କିନ୍ତୁ କିଡିନୀ ରୋଗୀଙ୍କ ପାଇଁ ହୋଲ ୱେଟ ବ୍ରେଡ ଅପେକ୍ଷା ହ୍ୱାଇଟ୍ ବ୍ରେଡ ଭଲ ହୋଇଥାଏ । କାରଣ ହୋଲ ୱେଟ ବ୍ରେଡ ରେ ଫସଫରସ ପରିମାଣ ଅଧିକ ଥାଏ ଯାହା କିଡିନୀ ରୋଗ କୁ ଆହୁରୀ ଗୁରୁତର କରି ଦେଇଥାଏ ।

5. କଦଳୀ :-

କଦଳୀରେ ପଟାସିୟମର ପରିମାଣ ଅଧିକ ଥାଏ , ଏହା ଖାଇଲେ ରକ୍ତରେ ପଟାସିୟମ ର ପରିମାଣ ବଢିଯାଏ । ତେଣୁ କିଡିନୀ ଉପରେ ଅଧିକ ଚାପ ଅଧିକ ପଡିଥାଏ , ତେଣୁ କିଡିନୀ ରୋଗୀ ଯଥା ସମ୍ଭବ କମ ଖାଇବା ଉଚିତ୍ ।

6. କ୍ଷୀର ଜାତୀୟ ଦ୍ରବ୍ୟ :-

ଅସ୍ଥିକୁ ମଜବୁତ କରିବା ପାଇଁ କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ସେବନ କରିବାକୁ କୁହାଯାଏ । କିନ୍ତୁ ଯଦି କାହାର କିଡିନୀ ଖରାପ ଅଛି କ୍ଷୀର ଜାତୀୟ ଦ୍ରବ୍ୟ ଆଦୌ ଖାଇବା ଉଚିତ୍ ନୁହେଁ । କାରଣ କ୍ଷୀର ଜାତୀୟ ଦ୍ରବ୍ୟରେ ଫସଫରସ ଏବଂ ପଟାସିୟମ ପରିମାଣ ଅଧିକ ଥାଏ ।

7. କମଳା ବା କମଳା ଜୁସ୍ :-

କିଡିନୀ ରୋଗୀ କମଳା ବା କମଳା ଜୁସ୍ ପିଇବା ଉଚିତ୍ ନୁହେଁ , କାରଣ ଏଥିରେ ଅଧିକ ପଟାସିୟମ ଥାଏ । ଯାହା କିଡିନୀ ପାଇଁ ଭଲ ହୋଇ ନଥାଏ ।

8. ଆଚାର :-

ଆଚାରରେ ଅତ୍ୟଧିକ ଲୁଣ ଥାଏ , ତେଣୁ ଏଥିରେ ସୋଡିୟମର ପରିମାଣ ବହୁତ ଅଧିକ ଥାଏ । ତେଣୁ କିଡିନୀ ରୋଗୀ ଆଚାର ଖାଇଲେ କିଡିନୀ ଫେଲ ହୋଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.