Swastik Tv News Odisha

” Sami Sami ” ଗୀତର ଆଲୁବମ ଜବରଦସ୍ତ ଡ୍ୟାନ୍ସ କଲେ ଏହି କୁନି କଳାକାର…. ଏହି ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…. ଦେଖନ୍ତୁ Video

0

ତେଲୁଗୁ ଫିଲ୍ମ୍ ପୁଷ୍ପା ସିନେ ଜଗତରେ ଏମିତି ଲୋକପ୍ରିୟତା ହାସଲ କରିଛି ଯେ ଏହାର କ୍ରେଜ ଏବେବି ଲୋକଙ୍କ ମନରେ ରହିଥିବା ଦେଖିବାକୁ ମିଳୁଛି।ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିଛି ଏହି ଫିଲ୍ମ୍। ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକାଙ୍କ ଅଭିନୀତ ଏହି ଫିଲ୍ମ୍ ଟି ଏତେ ସୁନ୍ଦର୍ ହୋଇଛି ଯେ ଏବେ ଏହା ଲୋକପ୍ରିୟତାର ଶୀର୍ଷରେ ରହିଛି। ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।ତେବେ ଆପଣ ତ ଜାଣିଛନ୍ତି ଏହି ଫିଲ୍ମ୍ ରେ ହିରୋ ହୋଇଥିବା ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ୍ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ ନୁହେଁ ବରଂ ସବୁ ଭାଷାଭାଷୀ ଦର୍ଶକଙ୍କ ମନ ଜିତିବାକୁ ସକ୍ଷମ ହୋଇଛି।

ସେହିପରି ଏହି ଫିଲ୍ମରେ ଅଭିନୟ କରିଥିବା ସାଉଥ୍ ସୁନ୍ଦରୀ ରଶ୍ମିକାଙ୍କର ଆକର୍ଷିତ ଚେହେରା ଏବଂ ଅଭିନୟ ସମସ୍ତଙ୍କୁ ତାଙ୍କ ଦିୱାନା କରିଛି।ସାଉଥ୍ ଷ୍ଟାର୍ ଆଲ୍ଲୁ ଅର୍ଜ୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକାଙ୍କ ଅଭିନୟ ଏଠାରେ ଆକର୍ଷଣୀୟ ରହିଛି ଯାହା ଅଗଣିତ ଦର୍ଶକଙ୍କୁ ତାଙ୍କର ଦିୱାନା ହେବାପାଇଁ ବାଧ୍ୟ କରିଛି।କେବଳ ଏତିକି ନୁହେଁ ଅନେକ ଗୁଡ଼ିଏ ରେକର୍ଡ କୁ ମଧ୍ୟ ଭାଙ୍ଗି ଦେଇଛି ଏହି ଫିଲ୍ମ୍।ଏହି ଫିଲ୍ମ୍ ର ସାମି- ସାମି ଗୀତରେ, କଳାକାର ମାନଙ୍କର ଡାନ୍ସ ପୋଜ କୁ ଫଲୋ କରି ଅନେକ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖିବାକୁ ମିଳୁଛି।

ଯାହା ଦେଖିବାକୁ ମିଳୁଛି ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ଅନେକ ରିଲ୍ ଏବଂ ସର୍ଟ ଭିଡିଓ କରୁଛନ୍ତି। ଏହାକୁ ସମସ୍ତେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି। ତେବେ କେବଳ ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ଏହି ଗୀତରେ ଭିଡିଓ ରେକର୍ଡ କରି ପୋଷ୍ଟ କରିଥିବା ଦେଖିବାକୁ ମିଳୁଛି।ଏହି ସାମି- ସାମି ଗୀତରେ ଓଡ଼ିଆ ଭାଷାରେ ମଧ୍ୟ ଗୀତ ହୋଇଛି, ଯେଉଁ ଗୀତର କଣ୍ଠଦାନ କରିଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ତାହା ଆପଣ ଶୁଣିବାକୁ ପାଇଥିବେ। ତେବେ ଏହି ଗୀତରେ ଏବେ ଓଡ଼ିଆରେ ମ୍ୟୁଜିକ ଭିଡିଓ ହୋଇଥିବା ଦେଖିବାକୁ ମିଳିଛି।

ଯେଉଁ ଭିଡିଓ ରେ ଡାନ୍ସ କରିଛନ୍ତି ଯୁବ କଳାକାର ରିତେଶ ଏବଂ ନନ୍ଦିନୀ। ଏହି ମ୍ୟୁଜୀକ୍ ଭିଡିଓ ଟି ଜବରଦସ୍ତ ହୋଇଥିବା ବେଳେ ଏହାକୁ ଦର୍ଶକ ବହୁତ୍ ପଶନ୍ଦ କରୁଛନ୍ତି। ତେବେ ଏହି ଗୀତର ନିର୍ଦ୍ଦେଶନା ଏବଂ ସ୍କ୍ରିନ ପ୍ଲେ କରିଛନ୍ତି ସୁଜିତ୍ କୁମାର। ଓଡ଼ିଆ ଭାଷାରେ ଏହି ଗୀତର ନୃତ୍ୟ ନିର୍ଦ୍ଦେଶନା ଏବଂ ସଂଯୋଜନା ଏତେ ସୁନ୍ଦର ହୋଇଛି ଏହାକୁ ଦେଖି ଦର୍ଶକ ମାନେ ବହୁତ୍ ଖୁସି ହେଉଛନ୍ତି ଏବଂ ଏଥିରେ ଅଭିନୟ କରିଥିବା ଯୁବ କଳାକାର ଙ୍କୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି। ଆପଣ ବି ଥରେ ଏହି ଭିଡିଓ କୁ ଦେଖିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.